ଆଜି ନନ୍ଦନକାନନ ପ୍ରତିଷ୍ଠା ଦିବସ: ଉଦ୍‌‌ଘାଟନ ହେବ ୭୦ରୁ ଊର୍ଦ୍ଧ୍ବ ପ୍ରଜାତିର ବାଉଁଶ ଉଦ୍ୟାନ

The Sakala Picture
Published On

ଭୁବନେଶ୍ୱର/ବାରଙ୍ଗ: ଶୁକ୍ରବାର ନନ୍ଦନକାନନ ପ୍ରତିଷ୍ଠା ଦିବସ ପାଳନ କରାଯିବ। ୧୯୬୦ ମସିହା ଆଜିର ଦିନରେ ପ୍ରତିଷ୍ଠା ହୋଇଥିବା ଏହି ପ୍ରାଣୀ ଉଦ୍ୟାନର ନବକଳେବର ପାଇଁ ରାଜ୍ୟ ସରକାର ଯୋଜନା ହାତକୁ ନେଇଛନ୍ତି। ‘୫-ଟି’ ଉପକ୍ରମରେ ଏହାକୁ ବିଶ୍ୱସ୍ତରୀୟ ପ୍ରାଣୀଉଦ୍ୟାନ କରିବା ପାଇଁ ଯୋଜନା ରହିଛି। ଏଥିପାଇଁ ଚୂଡ଼ଙ୍ଗ ଜଙ୍ଗଲ ଅଞ୍ଚଳକୁ ନନ୍ଦନକାନନରେ ସାମିଲ କରି ଏହାର ପରିସର ବୃଦ୍ଧି କରାଯିବ ଓ ୨ ଟି ପର୍ଯ୍ୟାୟରେ ଏହାର ଭିତ୍ତିଭୂମି ବିକାଶ କରାଯିବାକୁ ନିଷ୍ପତ୍ତି ହୋଇଛି। ନନ୍ଦନକାନନରେ ପରିଦର୍ଶକମାନଙ୍କ […]

ଭୁବନେଶ୍ୱର/ବାରଙ୍ଗ: ଶୁକ୍ରବାର ନନ୍ଦନକାନନ ପ୍ରତିଷ୍ଠା ଦିବସ ପାଳନ କରାଯିବ। ୧୯୬୦ ମସିହା ଆଜିର ଦିନରେ ପ୍ରତିଷ୍ଠା ହୋଇଥିବା ଏହି ପ୍ରାଣୀ ଉଦ୍ୟାନର ନବକଳେବର ପାଇଁ ରାଜ୍ୟ ସରକାର ଯୋଜନା ହାତକୁ ନେଇଛନ୍ତି। ‘୫-ଟି’ ଉପକ୍ରମରେ ଏହାକୁ ବିଶ୍ୱସ୍ତରୀୟ ପ୍ରାଣୀଉଦ୍ୟାନ କରିବା ପାଇଁ ଯୋଜନା ରହିଛି। ଏଥିପାଇଁ ଚୂଡ଼ଙ୍ଗ ଜଙ୍ଗଲ ଅଞ୍ଚଳକୁ ନନ୍ଦନକାନନରେ ସାମିଲ କରି ଏହାର ପରିସର ବୃଦ୍ଧି କରାଯିବ ଓ ୨ ଟି ପର୍ଯ୍ୟାୟରେ ଏହାର ଭିତ୍ତିଭୂମି ବିକାଶ କରାଯିବାକୁ ନିଷ୍ପତ୍ତି ହୋଇଛି। ନନ୍ଦନକାନନରେ ପରିଦର୍ଶକମାନଙ୍କ ପାଇଁ ଅତିରିକ୍ତ ଉନ୍ନତ ସୁବିଧା, ଆଧୁନିକ ଫ୍ରଣ୍ଟେଜ ଓ ଲ୍ୟାଣ୍ଡସ୍କେପିଂ, ଟନେଲ ଆକ୍ୱାରିୟମ୍‌, ୱାଟର୍‌ ବାର୍ଡ ଆଭିଆରୀ ଦେଶ ବିଦେଶରୁ ନୂତନ ପ୍ରାଣୀ, ଏମର୍ସିଭ ଏନ୍‌‌କ୍ଲୋଜର ଓ ପିଲାମାନଙ୍କ ପାଇଁ ପ୍ରକୃତି ଶିକ୍ଷାର ଏକ ସ୍ୱତନ୍ତ୍ର ହବ୍‌‌ ଭାବରେ ବିକାଶ କରିବା ପାଇଁ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି।

ଆହୁରି ପଢ଼ନ୍ତୁ: ଚନ୍ଦନ ଯାତ୍ରାବେଳେ ନରେନ୍ଦ୍ର ପୁଷ୍କରିଣୀରେ ଫୁଟିବନି ବାଣ, ସିସିଟିଭି ସହ ରହିବ କଡ଼ା ସୁରକ୍ଷା ବ୍ୟବସ୍ଥା

ଏହି କ୍ରମରେ ନୂଆବର୍ଷରେ ଦୁବାଇରୁ ଚିତା ଆଣିବା ସହ ଆଉ ଏକ ଜିରାଫ ଆଣିବା ପାଇଁ ମଧ୍ୟ ବନ ବିଭାଗ ଲକ୍ଷ୍ୟ ରଖିଛି। ଏଥିପାଇଁ ପ୍ରାୟ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଖୁବ୍‌ଶୀଘ୍ର ନୂଆ ଅତିଥି ନନ୍ଦନକାନରେ ପହଞ୍ଚିବେ ବୋଲି ଆଶା କରାଯାଉଛି। ରୂପାନ୍ତର କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ୨୦୨୩ରୁ ୨୦୨୫ ଓ ଦ୍ୱିତୀୟ ପର୍ଯ୍ୟାୟ ୨୦୨୫ ରୁ ୨୦୨୮ ମଧ୍ୟରେ କାର୍ଯ୍ୟକାରୀ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ୍‌ର ବିକାଶ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଚୂଡ଼ଙ୍ଗ ଜଙ୍ଗଲ ଅଞ୍ଚଳର ବିକାଶ କରାଯିବ। ଏଥିରେ ରାତ୍ରି ସଫାରୀ ଓ ସଫାରୀ କମ୍ପ୍ଲେକ୍ସର ବିକାଶ କରାଯିବ। ନନ୍ଦନକାନନକୁ ପିଲାମାନଙ୍କ ପାଇଁ ପ୍ରକୃତି ଶିକ୍ଷା ଉପରେ ଏକ ଆକର୍ଷଣୀୟ ହବ୍‌‌ ଭାବରେ ବିକାଶ କରିବା ପାଇଁ ମଧ୍ୟ ଯୋଜନା ରହିଛି। ଏଥିରେ ଆକ୍ଟିଭିଟି ଭିତ୍ତିକ ପ୍ରାଣୀ ଉଦ୍ୟାନ, ପ୍ରକୃତି ଶିକ୍ଷା ସହିତ କେତେକ ସ୍ୱତନ୍ତ୍ର ସ୍କୁଲରେ ‘ନନ୍ଦନକାନନ କ୍ଲବ’ ଓ ‘ଜୁ ଆମ୍ୱାସାଡର’ ଆଦି କାର୍ଯ୍ୟକ୍ରମ ରହିଛି।

ଆହୁରି ପଢ଼ନ୍ତୁ: ଭୋଟର ଲିଷ୍ଟରୁ ୯.୮ଲକ୍ଷ ଭୋଟରଙ୍କ ନାଁ କଟିବା ପ୍ରସଙ୍ଗ: ପୁନର୍ବିଚାର ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର

ଶୁକ୍ରବାର ନନ୍ଦନକାନନ ପ୍ରତିଷ୍ଠା ଦିବସରେ ୭୦ରୁ ଊର୍ଦ୍ଧ୍ବ ପ୍ରଜାତିର ବାଉଁଶ ଉଦ୍ୟାନ ସାଙ୍ଗକୁ ୬୦ ପ୍ରକାର କଇଁ, ୧୫୦ ପ୍ରକାର ଜଳ ଭିତର ଉଦ୍ଭିଦ ଓ କଙ୍ଗାରୁ ଘର ଆଦି ଉଦ୍‌ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଆସନ୍ତା ୨୫ ପର୍ଯ୍ୟନ୍ତ ପ୍ରବଳ ତାତି ଓ ଗୁଳୁଗୁଳି, କାଁ ଭାଁ କାଳବୈଶାଖୀ କମାଇପାରିବନି ତାତି

29 Dec 2023 By The Sakala

ଆଜି ନନ୍ଦନକାନନ ପ୍ରତିଷ୍ଠା ଦିବସ: ଉଦ୍‌‌ଘାଟନ ହେବ ୭୦ରୁ ଊର୍ଦ୍ଧ୍ବ ପ୍ରଜାତିର ବାଉଁଶ ଉଦ୍ୟାନ

ଭୁବନେଶ୍ୱର/ବାରଙ୍ଗ: ଶୁକ୍ରବାର ନନ୍ଦନକାନନ ପ୍ରତିଷ୍ଠା ଦିବସ ପାଳନ କରାଯିବ। ୧୯୬୦ ମସିହା ଆଜିର ଦିନରେ ପ୍ରତିଷ୍ଠା ହୋଇଥିବା ଏହି ପ୍ରାଣୀ ଉଦ୍ୟାନର ନବକଳେବର ପାଇଁ ରାଜ୍ୟ ସରକାର ଯୋଜନା ହାତକୁ ନେଇଛନ୍ତି। ‘୫-ଟି’ ଉପକ୍ରମରେ ଏହାକୁ ବିଶ୍ୱସ୍ତରୀୟ ପ୍ରାଣୀଉଦ୍ୟାନ କରିବା ପାଇଁ ଯୋଜନା ରହିଛି। ଏଥିପାଇଁ ଚୂଡ଼ଙ୍ଗ ଜଙ୍ଗଲ ଅଞ୍ଚଳକୁ ନନ୍ଦନକାନନରେ ସାମିଲ କରି ଏହାର ପରିସର ବୃଦ୍ଧି କରାଯିବ ଓ ୨ ଟି ପର୍ଯ୍ୟାୟରେ ଏହାର ଭିତ୍ତିଭୂମି ବିକାଶ କରାଯିବାକୁ ନିଷ୍ପତ୍ତି ହୋଇଛି। ନନ୍ଦନକାନନରେ ପରିଦର୍ଶକମାନଙ୍କ ପାଇଁ ଅତିରିକ୍ତ ଉନ୍ନତ ସୁବିଧା, ଆଧୁନିକ ଫ୍ରଣ୍ଟେଜ ଓ ଲ୍ୟାଣ୍ଡସ୍କେପିଂ, ଟନେଲ ଆକ୍ୱାରିୟମ୍‌, ୱାଟର୍‌ ବାର୍ଡ ଆଭିଆରୀ ଦେଶ ବିଦେଶରୁ ନୂତନ ପ୍ରାଣୀ, ଏମର୍ସିଭ ଏନ୍‌‌କ୍ଲୋଜର ଓ ପିଲାମାନଙ୍କ ପାଇଁ ପ୍ରକୃତି ଶିକ୍ଷାର ଏକ ସ୍ୱତନ୍ତ୍ର ହବ୍‌‌ ଭାବରେ ବିକାଶ କରିବା ପାଇଁ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି।

ଏହି କ୍ରମରେ ନୂଆବର୍ଷରେ ଦୁବାଇରୁ ଚିତା ଆଣିବା ସହ ଆଉ ଏକ ଜିରାଫ ଆଣିବା ପାଇଁ ମଧ୍ୟ ବନ ବିଭାଗ ଲକ୍ଷ୍ୟ ରଖିଛି। ଏଥିପାଇଁ ପ୍ରାୟ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଖୁବ୍‌ଶୀଘ୍ର ନୂଆ ଅତିଥି ନନ୍ଦନକାନରେ ପହଞ୍ଚିବେ ବୋଲି ଆଶା କରାଯାଉଛି। ରୂପାନ୍ତର କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ୨୦୨୩ରୁ ୨୦୨୫ ଓ ଦ୍ୱିତୀୟ ପର୍ଯ୍ୟାୟ ୨୦୨୫ ରୁ ୨୦୨୮ ମଧ୍ୟରେ କାର୍ଯ୍ୟକାରୀ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ୍‌ର ବିକାଶ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଚୂଡ଼ଙ୍ଗ ଜଙ୍ଗଲ ଅଞ୍ଚଳର ବିକାଶ କରାଯିବ। ଏଥିରେ ରାତ୍ରି ସଫାରୀ ଓ ସଫାରୀ କମ୍ପ୍ଲେକ୍ସର ବିକାଶ କରାଯିବ। ନନ୍ଦନକାନନକୁ ପିଲାମାନଙ୍କ ପାଇଁ ପ୍ରକୃତି ଶିକ୍ଷା ଉପରେ ଏକ ଆକର୍ଷଣୀୟ ହବ୍‌‌ ଭାବରେ ବିକାଶ କରିବା ପାଇଁ ମଧ୍ୟ ଯୋଜନା ରହିଛି। ଏଥିରେ ଆକ୍ଟିଭିଟି ଭିତ୍ତିକ ପ୍ରାଣୀ ଉଦ୍ୟାନ, ପ୍ରକୃତି ଶିକ୍ଷା ସହିତ କେତେକ ସ୍ୱତନ୍ତ୍ର ସ୍କୁଲରେ ‘ନନ୍ଦନକାନନ କ୍ଲବ’ ଓ ‘ଜୁ ଆମ୍ୱାସାଡର’ ଆଦି କାର୍ଯ୍ୟକ୍ରମ ରହିଛି।

ଶୁକ୍ରବାର ନନ୍ଦନକାନନ ପ୍ରତିଷ୍ଠା ଦିବସରେ ୭୦ରୁ ଊର୍ଦ୍ଧ୍ବ ପ୍ରଜାତିର ବାଉଁଶ ଉଦ୍ୟାନ ସାଙ୍ଗକୁ ୬୦ ପ୍ରକାର କଇଁ, ୧୫୦ ପ୍ରକାର ଜଳ ଭିତର ଉଦ୍ଭିଦ ଓ କଙ୍ଗାରୁ ଘର ଆଦି ଉଦ୍‌ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର