ଗଞ୍ଜାମ ଗିଡ଼ିପାବାଲି ଭୂସ୍ଖଳନ ସ୍ଥଳରୁ ଆଉ ୩ ମୃତଦେହ ଠାବ, ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି

Madhusudan Das Picture
Published On

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗିଡ଼ିପାବାଲି ଗ୍ରାମରେ ଘଟିଥିବା ଭୟଙ୍କର ଭୂସ୍ଖଳନ ଘଟଣାରେ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି। ଗୁରୁବାର ଦିନ ଭୂସ୍ଖଳନ ସ୍ଥଳରୁ ଆଉ ୩ଟି ମୃତଦେହ ଉଦ୍ଧାର କରାଯାଇଛି। ଏହି ଅଭାବନୀୟ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।  

ଆହୁରି ପଢ଼ନ୍ତୁ: ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥିଲେ, ବ୍ୟାରିକେଡ୍ ବାହାରେ ଅପେକ୍ଷା କରିଥିବାବେଳେ ଚାଲିଗଲା ଜୀବନ

ସୂଚନା ଅନୁସାରେ, ଗୋଟିଏ ଦିନର ବିରତି ପରେ ଆଜି ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଏକ ୮୦ ଜଣିଆ ଉଦ୍ଧାରକାରୀ ଦଳ ଏହି ଅଭିଯାନରେ ସାମିଲ ହୋଇଥିଲେ। ଦୀର୍ଘ ସମୟର ଖୋଜାଖୋଜି ପରେ ଜଣେ ମହିଳା ଓ ଦୁଇଜଣ ଶିଶୁଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକମାନଙ୍କୁ ଭୂମିକା ପ୍ରଧାନ, ଅରୁଣ ପ୍ରଧାନ ଏବଂ ଆଉ ଜଣେ ନାବାଳକ ଭାବେ ଚିହ୍ନଟ କରାଯାଇଛି। ଉଦୟଗିରି ତହସିଲଦାର ସମୁଦ୍ର ମିଶ୍ର ଘଟଣାସ୍ଥଳରେ ଉପସ୍ଥିତ ରହି ଏହି ସର୍ଚ୍ଚ ଅପରେସନର ତଦାରଖ କରୁଛନ୍ତି।  

ଆହୁରି ପଢ଼ନ୍ତୁ: ବନ୍ୟା ସ୍ଥିତି ସତ୍ତ୍ୱେ ଘୁଞ୍ଚିବନି OPSC ପରୀକ୍ଷା: ସ୍ପଷ୍ଟ କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ

ପ୍ରକାଶଥାଉ କି, ନିକଟରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାର ଗିଡ଼ିପାବାଲି ଗ୍ରାମ ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇଯାଇଛି। ପୂର୍ବରୁ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହି ଦୁର୍ଘଟଣା ପରେ ପ୍ରାୟ ୧୩ ଜଣ ନିଖୋଜ ଥିବା ସୂଚନା ମିଳିଥିବା ବେଳେ, ବର୍ତ୍ତମାନ ସୁଦ୍ଧା ମୋଟ ୫ଟି ମୃତଦେହ ଉଦ୍ଧାର କରାଯାଇଛି। ଏବେ ମଧ୍ୟ କିଛି ଲୋକ ନିଖୋଜ ଥିବାରୁ ସର୍ଚ୍ଚ ଅପରେସନ ଜାରି ରହିଛି।  

ଆହୁରି ପଢ଼ନ୍ତୁ: ବିଜେପି ନେତାଙ୍କ କାର୍‌ ଧକ୍କାରେ ୨ଟି ବ୍ୟାଟେରୀ ଅଟୋ ଚୂରମାର୍: ୫ ମହିଳାଙ୍କ ସମେତ ୮ ଗୁରୁତର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର