ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଡିଭାଇଡରରେ ପିଟି ହୋଇ ଜଳିଗଲା କାର, ୬ ଜଣଙ୍କ ମୃତ୍ୟୁ

Madhusudan Das Picture
Published On

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ କାର୍ ଡିଭାଇଡରରେ ପିଟି ହୋଇ ନିଆଁ ଲାଗିଯିବା ଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ଏହି କାରଟି ହରିୟାଣାରୁ ହରିଦ୍ୱାର ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା।  

ଆହୁରି ପଢ଼ନ୍ତୁ: ଫ୍ଲୋରିଡାରେ ଭୟଙ୍କର ବିମାନ ଦୁର୍ଘଟଣା: ଆକାଶରୁ ଖସି ରାସ୍ତାରେ ଫାଟିଲା ବିମାନ, ୯ ଜଣଙ୍କର ମୃତ୍ୟୁ

ପୋଲିସର କହିବା ଅନୁଯାୟୀ, ପାନିପଥ-ଖାତିମା ଜାତୀୟ ରାଜପଥରେ ଯାଉଥିବା ଏକ ଅରା (Aura) କାର୍ ନିୟନ୍ତ୍ରଣ ହରାଇ ଓଭରବ୍ରିଜ୍ ଉପରେ ଥିବା ଏକ ଡିଭାଇଡରରେ ଧକ୍କା ଦେଇଥିଲା। ଧକ୍କା ହେବା ପରେ ଗାଡ଼ିଟି ନିକଟରେ ଥିବା ଏକ ବୈଦ୍ୟୁତିକ ଖୁଣ୍ଟରେ ପିଟି ହୋଇଥିଲା, ଯାହା ଫଳରେ କାରରେ ଭୟଙ୍କର ନିଆଁ ଲାଗିଯାଇଥିଲା। ଗାଡ଼ି ଭିତରେ ଥିବା ଯାତ୍ରୀମାନେ ବାହାରକୁ ଆସିବା ପୂର୍ବରୁ ନିଆଁ ସମଗ୍ର କାରକୁ ଘେରି ଯାଇଥିଲା।  

ଆହୁରି ପଢ଼ନ୍ତୁ: ‘ନୀତା ମୁକେଶ ଅମ୍ବାନୀ ଅନନ୍ତ ଆଶ୍ରୟ’ର ଶୁଭାରମ୍ଭ କଲେ ନିତା ଅମ୍ବାନୀ, ୫୦୦୦ରୁ ଅଧିକଙ୍କୁ ମିଳିବ ଘର ସହ ପରିବାର ଭଳି ପରିବେଶ

ଘଟଣା ସମ୍ପର୍କରେ ଖବର ପାଇ ତିତାବି ଥାନା ପୋଲିସ, ଅଗ୍ନିଶମ ବାହିନୀ ଏବଂ ଫିଲ୍ଡ ୟୁନିଟ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ସହ ଗାଡ଼ି ଭିତରେ ଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। ଗାଡ଼ିରେ ଥିବା ସମସ୍ତ ୬ ଜଣ ଯାତ୍ରୀ ଗୁରୁତର ଭାବେ ପୋଡ଼ି ଯାଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଖାନା ପଠାଯାଇଥିଲା। ତେବେ ଡାକ୍ତରଖାନାରେ ସମସ୍ତ ୬ ଜଣଙ୍କର ପ୍ରାଣହାନି ଘଟିଛି। ମୃତକମାନେ ହରିୟାଣାର ହିସାର ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି। ପୋଲିସ ବର୍ତ୍ତମାନ ସେମାନଙ୍କ ପରିଚୟ ଯାଞ୍ଚ କରୁଛି ଏବଂ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରିବାକୁ ପ୍ରୟାସ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ଓମାନ ଉପକୂଳରେ ଭାରତୀୟ କାର୍ଗୋ ଜାହାଜ ଉପରେ ଆକ୍ରମଣ: ଜଣେ ନାବିକଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର