ମୟୂରଭଞ୍ଜ

ଶିମିଳିପାଳରେ ହାଡ଼ଭଙ୍ଗା ଶୀତ: ୧୩ ବର୍ଷର ରେକର୍ଡ ଭାଙ୍ଗିଲା, ତାପମାତ୍ରା ମାଇନସ୍ ୧ ଡିଗ୍ରୀ

ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ଜାରି ରହିଛି ହାଡ଼ଭଙ୍ଗା ଶୀତର ଲହରୀ। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ପାରଦ ଅତ୍ୟଧିକ ନିମ୍ନଗାମୀ ହେବା ସହ ଦୀର୍ଘ ୧୩ ବର୍ଷର ରେକର୍ଡ ଭାଙ୍ଗିଛି। ଶିମିଳିପାଳର ୟୁବିକେ (UBK) ବା ଅପର ବାରହା କମୁଡ଼ା ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ମାଇନସ୍ ୧ ଡିଗ୍ରୀ (-01°C) ରେକର୍ଡ କରାଯାଇଛି,...
ଓଡ଼ିଶା  ମୟୂରଭଞ୍ଜ 

କଥା କଟାକଟିରୁ କଲେଜ କ୍ୟାମ୍ପସରେ ଛୁରାମାଡ, ସହପାଠୀ ଅଟକ

ବାରିପଦା: ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ପରେ ଛୁରାମାଡ଼। ଜଣେ ଗୁରୁତର । ଗୁରୁତର ଛାତ୍ର ଜଣକ ହେଲେ ଯୁକ୍ତ ଦୁଇ ବାଣିଜ୍ୟ ଦ୍ୱିତୀୟ ବର୍ଷର ଛାତ୍ର ପ୍ରହ୍ଲାଦ ବିନ୍ଧାଣି। ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଜାରି ରଖିଛି ପୁଲିସ୍। ଅଭିଯୁକ୍ତ ଛାତ୍ର ଜଣକ...
ଓଡ଼ିଶା  ବଡ ଖବର  ମୟୂରଭଞ୍ଜ 

ତିନି ମାସ ତଳେ ନିଖୋଜ ହୋଇଥିବା ଓକିଲଙ୍କ କଙ୍କାଳ ସହ କାର୍ ପୋଖରୀରୁ ଉଦ୍ଧାର

ବାରିପଦା: ନିଖୋଜ ଓକିଲଙ୍କ ମିଳିଲା କଙ୍କାଳ। ତିନି ମାସ ତଳୁ ଘରୁ ନିଖୋଜ ଥିବା ନେଇ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାରଲୋକେ। ଝାରପୋଖରିଆ ଥାନା ଅର୍ନ୍ତଗତ ସିଲଫୋଡି ଉପରବେଡା ଅଞ୍ଚଳର ପୋଖରୀରେ କାର ପଡିଥିବାର ଆଜି ସକାଳୁ ଦେଖିବାକୁ ପାଇଥିଲେ ଗାଁ ଲୋକେ। ସାରସକଣା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ...
ଓଡ଼ିଶା  ମୟୂରଭଞ୍ଜ 

ଖରାପ ରାସ୍ତା ପାଇଁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ , ଖଟରେ ବୁହା ହେଲେ ପ୍ରସୂତୀ....

ବାରିପଦା: ଖଟରେ ବୁହା ହେଲେ ପ୍ରସୂତୀ। ପଦ୍ମପୋଖରୀ ଗ୍ରାମ ପଞ୍ଚାୟତ ଧନା ସାହିର ସମା ମହାକୁଡ଼ଙ୍କ ସ୍ତ୍ରୀ ନାନ୍ଦୀ ମହାକୁଡ଼ଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ଆଜି ୮ ଘଟିକା ସମୟରେ ଏକ ଆମ୍ବୁଲାନ୍ସକୁ ଫୋନ୍ ଯୋଗେ ଡକାଯାଇଥିଲା। ହେଲେ ଧନା ସାହିର ରାସ୍ତା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଥିବା ଯୋଗୁଁ ଆମ୍ବୁଲାନ୍ସଟି ଗ୍ରାମକୁ ପହଞ୍ଚି ପାରି...
ଓଡ଼ିଶା  ବଡ ଖବର  ମୟୂରଭଞ୍ଜ 

ଚୋରି କରିବାକୁ ଆସିଥିଲା, ଲୋକଙ୍କ ମାଡ଼ରେ ଜୀବନ ଗଲା....

ବାରିପଦା: ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଆନ୍ତର୍ଗତ ବିସିପୁର ଗ୍ରାମରେ ଅଭାବନୀୟ। ଘଟଣା। ଚୋରି କରିବାକୁ ଆସିଥିବା ଜଣେ ଲୁଟେରାର ମୃତ୍ୟୁ ଘଟିଛି। ଚୋରକୁ ଧରି ନିର୍ଘାତ ମାଡ଼ ମାରିଥିଲେ ଗ୍ରାମବାସୀ। ଫଳରେ ଜଣେ ଲୁଟେରା ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ବିସିପୁର ଗ୍ରାମରେ ରାତିରେ ଗ୍ୟାସ ଟାଙ୍କି ଚୋରି କରିବାକୁ...
ଓଡ଼ିଶା  ମୟୂରଭଞ୍ଜ 

ଶିମିଳିପାଳରେ ଆଜିଠୁ ପ୍ରଥମ ପର୍ଯ୍ୟାୟ ବାଘ ଗଣନା ଆରମ୍ଭ...

ବାରିପଦା: ଶିମିଳିପାଳରେ ଆଜିଠୁ ବାଘ ଗଣନା ଆରମ୍ଭ ହୋଇଛି। ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥୋରିଟିର ଗାଇଡ ଲାଇନକୁ ଆଧାର କରି ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାଘ୍ର ଆକଳନ ପ୍ରକିୟା ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟରେ ବ୍ୟାଘ୍ର ଚଳପ୍ରଚଳ କରୁଥିବା ଅଭୟାରଣ୍ୟର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପ୍ରକାରର...
ଓଡ଼ିଶା  ମୟୂରଭଞ୍ଜ 

ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଆଜୀବନ ଦଣ୍ଡାଦେଶ

ବାରିପଦା: ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଆଜୀବନ ଦଣ୍ଡାଦେଶ। ଏଥି ସହିତ ୧୦ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ୬ମାସ ଅଧିକ କାରାଦଣ୍ଡାଦେଶ ଶୁଣାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ସ୍ବତନ୍ତ୍ର ଫାଷ୍ଟଟ୍ରାକ କୋର୍ଟର ମାନ୍ୟବର ବିଚାରପତି ସନ୍ତୋଷ କୁମାର ନାୟକ। ଅଭିଯୁକ୍ତ ବୈଶିଙ୍ଗା ଥାନା ଅନ୍ତର୍ଗତ କେନ୍ଦୁଆ ଗ୍ରାମର ଅସିତ ବେହେରାକୁ ଦଣ୍ଡାଦେଶ। ୨୦୨୪ ମସିହାରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅସିତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବୈଶିଙ୍ଗା ଥାନା ପୁଲିସ।
ଓଡ଼ିଶା  ମୟୂରଭଞ୍ଜ 

ଦେହରେ ନିଆଁ ଲଗାଇ ଜିବନ୍ତ ଜଳିଗଲେ ମହିଳା, ପୁରୁଷ ଗୁରୁତର..

ବାରିପଦା: ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ଖିଚିଂ ନିକଟସ୍ଥ ପଣସି ଗ୍ରାମରେ ପେଟ୍ରୋଲରେ ନିଆଁ ଲଗାଇ ଜିଅନ୍ତା ଜଳିଗଲେ ମହିଳା।  ଗୁରୁତର ପୁରୁଷ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର। ଦେହରେ ନିଆଁ ଲଗାଇ ପୁରୁଷ ଏବଂ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ମହିଳାଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପୁରୁଷଜଣକ ଗୁରୁତର ହୋଇଛନ୍ତି। ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା ଉଦ୍ୟମ ଆଶଙ୍କା କରାଯାଉଛି। ମୃତ ମହିଳା ହେଲେ ଖିଚିଂ ଗାଁର ଭାରତୀ ପାତ୍ର। ତେବେ ବର୍ତ୍ତମାନ […]
ଓଡ଼ିଶା  ବଡ ଖବର  ମୟୂରଭଞ୍ଜ 

ସ୍ତ୍ରୀ ଓ ଶାଶୁକୁ ପଥରରେ ଛେଚି ହତ୍ୟା ପରେ, ପୋତି ଦେଇ କଦଳୀଗଛ ଲଗାଇଦେଲା ସ୍ବାମୀ

ବାରିପଦା : ସ୍ତ୍ରୀ ଓ ଶାଶୁକୁ ହତ୍ୟା କରି ମାଟିରେ ପୋତି ଦେଇଥିଲା ପିଶାଚ ସ୍ବାମୀ। କେବଳ ହତ୍ୟା ନୁହେଁ ସ୍ତ୍ରୀ ଓ ଶାଶୂକୁ ମାରିବା ପରେ ମାଟି ଖୋଳି ପୋତିବା ପରେ କଦଳୀ ଗଛ ଲଗାଇଦେଇଥିଲା ଅଭିଯୁକ୍ତ।  କୁଳିଅଣା ଥାନା ସରପଙ୍ଖା ନୂଆଁଗାଁରେ ଘଟିଛି ଏହି ବର୍ବର ଡବଲ ମର୍ଡର। ଏହି ଘଟଣାରେ କୁଳିଅଣା ଥାନା ପୁଲିସ ଅଭିଯୁକ୍ତ ସ୍ଵାମୀ ଦେବାଶିଷ ପାତ୍ରକୁ ଗିରଫ କରିଥିବା ବେଳେ ଅଧିକ ତଦନ୍ତ ଚଳାଇଛି। ଘଟଣାରୁ ପ୍ରକାଶ ଯେ […]
ଓଡ଼ିଶା  ବଡ ଖବର  ମୟୂରଭଞ୍ଜ 

ବର୍ଷାରେ ଭାଙ୍ଗିଲା ନଦୀବନ୍ଧ: ୨୦୦୦ ଏକର ଚାଷଜମି ଜଳମଗ୍ନ, ପାଣି ଘେରରେ ୩ ଗାଁ…

ମୋରଡ଼ା/ରାସଗୋବିନ୍ଦପୁର: ଶୁକ୍ରବାର ହୋଇଥିବା ପ୍ରବଳ ବର୍ଷାର ପରିଣାମର କରୁଣ ପରିସ୍ଥିତି ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକରେ। ଉକ୍ତ ବ୍ଲକ ଅଧୀନ ଜମ୍ଭୀରା ନଦୀର ବଡାମପୁର ନଦୀ ଆଡ଼ିବନ୍ଧ ଭାଙ୍ଗି ଯିବାରୁ ୨ ହଜାର ଏକର ଚାଷ ଜମି ଜଳମଗ୍ନ ହୋଇଛି। ଫଳରେ ଚାଷ ପାଇଁ ତଳି ଲଗାଇଥିବା ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ସେହିପରି ଉକ୍ତ ବ୍ଲକ ଅଧୀନ ସାନମାଣିଦା ପଞ୍ଚାୟତର ଡୁଇଲିପୁରା,ପିଙ୍ଗୁଳି, ପଦ୍ମତୋଳିଆ ଗ୍ରାମ ପାଣି ଘେରରେ ଥିବାରୁ ପାଞ୍ଚ ଶହରୁ ଉର୍ଦ୍ଧ୍ବ ଲୋକଙ୍କ […]
ଓଡ଼ିଶା  ବଡ ଖବର  ମୟୂରଭଞ୍ଜ 

ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା; ମୟୁରଭଞ୍ଜ ଜିଲ୍ଲାରେ ବନ୍ଦ ରହିବ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ…

ଭୁବନେଶ୍ବର: ମୟୁରଭଞ୍ଜ ଜିଲ୍ଲାକୁ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ଥିବାରୁ ଜିଲ୍ଲାର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ ରହିବ। ଏ ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି। ଏହା ବ୍ୟତୀତ, ବିଭିନ୍ନ ସ୍କୁଲ ସହିତ ସଂଲଗ୍ନ ଛାତ୍ରାବାସର ଅନ୍ତେବାସୀମାନଙ୍କୁ ଆଜବେଷ୍ଟସ୍ କିମ୍ବା କଚ୍ଚା କୋଠା ବଦଳରେ କଂକ୍ରିଟ୍ କୋଠାକୁ ସ୍ଥାନାନ୍ତର କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ବିଇଓମାନଙ୍କୁ ପରାମର୍ଶ ଜାରି କରାଯାଇଛି। ଛାତ୍ରଛାତ୍ରୀମାନେ ଯେପରି କୌଣସି ପ୍ରକାରେ […]
ଓଡ଼ିଶା  ବଡ ଖବର  ମୟୂରଭଞ୍ଜ 

ମଧ୍ୟାହ୍ନ ଭୋଜନରେ ମୁଢ଼ି ଖାଇଲେ ଛାତ୍ରଛାତ୍ରୀ…

ଉଦଳା: ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନରେ ଖାଇଲେ ମୁଢି। ସନ୍ଧ୍ୟା ୫ଟାରେ ଦିଆଗଲା ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ। ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ କରକଚିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଘଟଣା। ମଧ୍ୟାହ୍ନ ଭୋଜନରେ ମୁଢି ଦିଆଯାଇଥିଲା। ପରେ ଅଭିବାବକ ଯୁକ୍ତି କରିବାରୁ ସନ୍ଧ୍ୟା ୫ଟାରେ ଭାତ ଓ ତରକାରୀ ଦିଆଯାଇଥିବା ସୂଚନା ।  
ଓଡ଼ିଶା  ମୟୂରଭଞ୍ଜ