କଳାହାଣ୍ଡିରେ ବିଭତ୍ସ ହତ୍ୟାକାଣ୍ଡ: ବିଲରୁ ଯୁବକଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

Madhusudan Das Picture
Published On

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଲଡୁଗାଁ-ସୁପାଡ଼ ରାସ୍ତାରେ ଜଘନ୍ୟ ହତ୍ୟାକାଣ୍ଡ । ଜଣେ ଯୁବକଙ୍କ ମୁଣ୍ଡବିହୀନ ମୃତଦେହ ଏକ ଧାନ ବିଲରୁ ଉଦ୍ଧାର କରାଯାଇଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। 

ଆହୁରି ପଢ଼ନ୍ତୁ: ଗାଁକୁ ନାହିଁ ରାସ୍ତା, ଖଟିଆ ପାଲଟିଲା ଆମ୍ବୁଲାନ୍ସ: ଉଛୁଳା ନାଗାବଳୀ ନଦୀ ପାର ହୋଇ ଚିକିତ୍ସା ପାଇଁ ଗଲେ ରୋଗୀ

ସୂଚନା ଅନୁଯାୟୀ, କୋକସରା ଥାନା ଅନ୍ତର୍ଗତ ଲାଡୁଗାଁ ଏବଂ ସୁପଦ ରୋଡ ମଧ୍ୟରେ ଥିବା ଏକ ଧାନ ବିଲରୁ ଗୁରୁବାର ଦିନ ଏହି ମୃତଦେହ ଠାବ କରାଯାଇଥିଲା। ମୃତ ଯୁବକଙ୍କ ମୁଣ୍ଡ ଶରୀରରୁ ଅଲଗା ହୋଇଥିବା ବେଳେ ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଛି। ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇପାରି ନାହିଁ। 

ଆହୁରି ପଢ଼ନ୍ତୁ: ସୁରଭି କାର୍ଯ୍ୟକ୍ରମରେ ପିଲାଙ୍କ ସୁରକ୍ଷାକୁ ଅଣଦେଖା!

ଘଟଣା ସମ୍ପର୍କରେ ଖବର ପାଇବା ପରେ କୋକସରା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ଯେ ଶୁକ୍ରବାର ଦିନ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ସହାୟତାରେ ଘଟଣାସ୍ଥଳର ଅଧିକ ଯାଞ୍ଚ କରାଯିବ। ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବା ପାଇଁ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି।

ଆହୁରି ପଢ଼ନ୍ତୁ: ଆଜି ଓଡ଼ିଶା ଫେରିବ ବିଶିଷ୍ଟ ନ୍ୟୁରୋସର୍ଜନ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କ ମରଶରୀର, ପୁରୀରେ ହେବ ଶେଷକୃତ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର