କୋଟିଆରେ ପୁଣି ଓଡ଼ିଶା ପୋଲିସ ସହ ଆନ୍ଧ୍ର ପୋଲିସ ମୁହାଁମୁହିଁ; ନେରେଡିବାଲସା ଚେକ୍‌ପୋଷ୍ଟରେ ଉତ୍ତେଜନା

Madhusudan Das Picture
Published On

କୋରାପୁଟ: ଓଡ଼ିଶାର କୋରାପୁଟ ଜିଲ୍ଲା ସୀମାନ୍ତରେ ଥିବା କୋଟିଆ ଅଞ୍ଚଳରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। କୋରାପୁଟ ଜିଲ୍ଲା ନେରେଡିବାଲସା ଗ୍ରାମ ନିକଟରେ ଥିବା ଏକ ଚେକ୍‌ପୋଷ୍ଟରେ ଓଡ଼ିଶା ପୋଲିସ ପକ୍ଷରୁ ଲଗାଯାଇଥିବା ବ୍ୟାରିକେଡ୍‌କୁ ଆନ୍ଧ୍ର ପୋଲିସ ହଟାଇବାକୁ ନେଇ ଦୁଇ ରାଜ୍ୟର ପୋଲିସ ବାହିନୀ ମୁହାଁମୁହିଁ ହୋଇଥିବା ଖବର ମିଳିଛି।

ଆହୁରି ପଢ଼ନ୍ତୁ: ପେଟ୍ରୋଲ ପମ୍ପର ପୁରୁଣା ଟାଙ୍କି କାଟିବା ବେଳେ ଭୟଙ୍କର ବିସ୍ଫୋରଣ: ଜଣେ ମୃତ

ସୂଚନା ଅନୁସାରେ, ଓଡ଼ିଶାର କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶର ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ସେଠାରେ ବ୍ୟାରିକେଡ୍ ନିର୍ମାଣ କରାଯାଇଥିଲା। ତେବେ ମଙ୍ଗଳବାର ଆନ୍ଧ୍ରପ୍ରଦେଶ ପୋଲିସର କିଛି କର୍ମଚାରୀ ସେହି ବ୍ୟାରିକେଡ୍‌କୁ ଜବରଦସ୍ତି ବାହାର କରିବାକୁ ଚେଷ୍ଟା କରିଥିଲେ। ଏହାକୁ ଓଡ଼ିଶା ପୋଲିସ ପକ୍ଷରୁ ବିରୋଧ କରାଯିବାରୁ ଉଭୟ ପକ୍ଷ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ମାମଲାରେ ୫ ବିଧାୟକଙ୍କୁ ନୋଟିସ୍‌: ହାଇକୋର୍ଟଙ୍କ ହସ୍ତକ୍ଷେପକୁ ବିଜେଡିର ସ୍ୱାଗତ

ଘଟଣା ସେତିକିରେ ସୀମିତ ନରହି ସେଠାରେ ଉପସ୍ଥିତ ଥିବା କୋରାପୁଟ ଉପ-ଜିଲ୍ଲାପାଳ ଏବଂ ପଟ୍ଟାଙ୍ଗୀ ତହସିଲଦାରଙ୍କ ସହ ମଧ୍ୟ ଆନ୍ଧ୍ର ପୋଲିସ ଅତି ଅସୌଜନ୍ୟମୂଳକ ଆଚରଣ କରିଥିବା ଅଭିଯୋଗ ହୋଇଛି। ପ୍ରଶାସନିକ ଅଧିକାରୀମାନେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଆନ୍ଧ୍ର ପୋଲିସ ସେମାନଙ୍କ ସହ କଟୁ ବାକ୍ୟ ବିନିମୟ କରିଥିଲା, ଯାହା ଫଳରେ ସୀମାନ୍ତରେ ସ୍ଥିତି ଗମ୍ଭୀର ହୋଇପଡିଥିଲା।

ଆହୁରି ପଢ଼ନ୍ତୁ: ବାତ୍ୟା ‘ମୁରାସୁ’ ପ୍ରଭାବ: ଭୂସ୍ଖଳନ ଆଶଙ୍କାରେ କୋରାପୁଟରେ ୪୮ ନମ୍ବର ରାଜ୍ୟ ରାଜପଥ ବନ୍ଦ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର