ନବରଙ୍ଗପୁର
<% catList.forEach(function(cat){ %> <%= cat.label %> <% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %> <%= node_description %>
<% } %> <% catList.forEach(function(cat){ %> <%= cat.label %> <% }); %>
ମନଇଛା ଗଛ କାଟିବା ଅଭିଯୋଗରେ ଡାବୁଗାଁ ରେଞ୍ଜ ମୈଦଲପୁର ସେକ୍ସନ ଫରେଷ୍ଟର ନିଲମ୍ବିତ
Published On
By Madhusudan Das
ନବରଙ୍ଗପୁର: ବିନା ଅନୁମତିରେ ବେଆଇନ ଗଛକଟା ଏବଂ ଆର୍ଥିକ ଅନିୟମିତତା ଅଭିଯୋଗରେ ଜଣେ ଫରେଷ୍ଟରଙ୍କୁ ନିଲମ୍ବନ କରାଯାଇଛି। ନବରଙ୍ଗପୁର ଡିଭିଜନାଲ୍ ଫରେଷ୍ଟ ଅଫିସର (ଡିଏଫ୍ଓ) ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ନିଲମ୍ବିତ ହୋଇଥିବା ଫରେଷ୍ଟର ଜଣକ ହେଉଛନ୍ତି ଡାବୁଗାଁ ରେଞ୍ଜ୍ ଅନ୍ତର୍ଗତ ମାଇଦଲପୁର ସେକ୍ସନର ଫରେଷ୍ଟର ବିପିନ କୁମାର ହରିଜନ। ନବରଙ୍ଗପୁର ଡିଏଫ୍ଓ ଉଦୟନ...
ଧର୍ମ ପରିବର୍ତ୍ତନ କରିଥିବାରୁ ଶବକୁ ମିଳୁନି ଶ୍ମଶାନ, ୩୬ ଘଣ୍ଟା ହେଲା ପଡ଼ିରହିଛି ମୃତଦେହ
Published On
By Madhusudan Das
ନବରଙ୍ଗପୁର: ଶବ ସତ୍କାର ପାଇଁ କଣ୍ଟା ସାଜିଛି ଧର୍ମ । ଧର୍ମ ପରିବର୍ତ୍ତନ କରିଥିବାରୁ ଶବକୁ ମିଳୁନି ଶ୍ମଶାନ । ୩୬ ଘଣ୍ଟା ହେଲା ପଡ଼ିରହିଛି ମୃତଦେହ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୋପେନା ପଂଚାୟତରେ ଅଣ୍ଡ୍ରି ଗାଁରେ। ଗାଁର ମାଣିକ ସାନ୍ତାଙ୍କର ସୋମବାର ସନ୍ଧ୍ୟାରୁ ମୃତ୍ୟୁ ହୋଇଥିଲେ...
ସ୍ତ୍ରୀକୁ ହତ୍ୟା କରି ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲା ସ୍ୱାମୀ, ପର୍ଦ୍ଦାଫାସ୍ କଲା ୪ ବର୍ଷର ପୁଅ
Published On
By Madhusudan Das
ନବରଙ୍ଗପୁର: ନବରଙ୍ଗପୁର ରାଇଘର ଥାନା ବରଗାଁରେ ବୀଭତ୍ସ ହତ୍ୟାକାଣ୍ଡ । ସ୍ତ୍ରୀକୁ ହତ୍ୟା କରି ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲା ନୃଶଂସ ସ୍ୱାମୀ। ଚରିତ୍ରକୁ ସନ୍ଦେହ କରି ପତ୍ନୀକୁ ପିଟି ପିଟି ମାରି ଦେବାପରେ ପ୍ରମାଣ ଲୁଚାଇବାକୁ ଯାଇ ସ୍ୱାମୀ ଜଣକ ଏକ ପାଇଖାନା ଟାଙ୍କିରେ ମୃତଦେହକୁ ପୋତି ଦେଇଥିଲା । ବାପାର ଏଭଳି ଜଘନ୍ୟ...
ସାପ କାମୁଡାରେ ଭାଇଭଉଣୀଙ୍କ ମୃତ୍ୟୁ
Published On
By The Sakala
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ରାଜପୁର ପଞ୍ଚାୟତରେ ଦୁଃଖଦ ଘଟଣା। ସାପ କାମୁଡାରେ ଭାଇଭଉଣୀଙ୍କ ମୃତ୍ୟୁ ଘଟିଛି। ନାବାଳକ ଭାଇଙ୍କ ନାଁ ରୁତୁରାଜ ହୋଇଥିବା ବେଳେ ଭଉଣୀଙ୍କ ନାଁ ଆମିଷା ବୋଲି ଜଣାପଡ଼ିଛି। ଘରେ ଶୋଇଥିବା ବେଳେ ସାପ କାମୁଡ଼ିଥିବା ପରିବାର ପକ୍ଷରୁ ସୂଚନା ।
ଶ୍ବାସରୁଦ୍ଧ ହୋଇ ୪ ଶ୍ରମିକଙ୍କ ମୃତ୍ୟୁ
Published On
By The Sakala
ନବରଙ୍ଗପୁର: ଶ୍ବାସରୁଦ୍ଧ ହୋଇ ୪ ଶ୍ରମିକଙ୍କ ମୃତ୍ୟୁ । ପାଇଖାନା ଟାଙ୍କିରେ କାମ କରିବା ବେଳେ ୪ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପଡ଼ାଲଗୁଡ଼ା ଗାଁରେ। ଶ୍ରମିକଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲା ଅଗ୍ନିଶମ ବାହିନୀ । ମେଡିକାଲରେ ମୃତ ଘୋଷଣା କରିଥିଲେ ଡାକ୍ତର।
ବିଜେଡ଼ିରେ ଯୋଗଦେଲେ ନବରଙ୍ଗପୁର ବିଧାନସଭା କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପ୍ରଧାନୀଙ୍କ ସମେତ ବହୁ ସରପଞ୍ଚ ଓ ସମିତି ସଭ୍ୟ
Published On
By The Sakala
ଭୁବନେଶ୍ୱର : ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ୨୦୨୪ ସାଧାରଣ ନିର୍ବାଚନ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପ୍ରଧାନୀଙ୍କ ନେତୃତ୍ୱରେ ଶତାଧିକ ପିଆରଆଇ ସଦସ୍ୟ ଓ କର୍ମୀ ଆଜି ଶଙ୍ଖଭବନ ଠାରେ ବିଜୁ ଜନତା ଦଳ ବିଧାୟକ ତଥା ଜିଲ୍ଲା ସଭାପତି ମନୋହର ରନ୍ଧାରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା କଂଗ୍ରେସର ବିଧାନସଭା ପ୍ରାର୍ଥୀ ଦିଲ୍ଲୀପ ପ୍ରଧାନୀ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା […]
ଦେହ ଭଲ କରିବାକୁ…… ମାସକର ଶିଶୁ ପେଟରେ ୪୦ ଚେଙ୍କ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
Published On
By The Sakala
ଉମରକୋଟ : ଦେହ ଭଲ କରିବା ପାଇଁ ମାସକର ଏକ ଶିଶୁକୁ ଚେଙ୍କ ଦିଆଯିବା ଘଟଣା ଏଠାରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଶିଶୁଟିକୁ ଗୁରୁତର ଅବସ୍ଥାରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶିଶୁଟି ଚନ୍ଦାହାଣ୍ଡି ବ୍ଲକ୍ର ଗମ୍ଭାରୀଗୁଡ଼ା ପଞ୍ଚାୟତର ଫୁଣ୍ଡେଲପଡ଼ା ଗ୍ରାମର ସରୋଜ କୁମାର ନାୟକଙ୍କ ୧ ମାସର ଶିଶୁପୁତ୍ର। ତା’ ପେଟରେ ୪୦ରୁ ଊର୍ଦ୍ଧ୍ବ ଚେଙ୍କ ଚିହ୍ନ ରହିଛି। ପରିସ୍ଥିତି ଏପରି ହେଇଛି ଯେ ଛୁଆଟିର ପେଟରେ ଆଉ ଖାଲି ସ୍ଥାନ […]
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଗୁରୁତର
Published On
By The Sakala
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ମେଣ୍ଟରି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ ମୁହାଁମୁହିଁ ଧକ୍କା ଘଟିଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଚିତ୍ରକୋଟ ଗ୍ରାମର ପୂର୍ଣ ମାଝୀ ଓ ହେମନ୍ତ ବାଣୁଆ । ଗୁରତର ଜଣକ ହେଉଛନ୍ତି ଅଞ୍ଚଳଗୁମା ଗ୍ରାମର ସମ୍ବିତ ଭତରା।
ଭସାଣିବେଳେ ଛୁରାମାଡ଼: ନାବାଳକ ମୃତ, ଅନ୍ୟ ଜଣେ ଗୁରୁତର
Published On
By The Sakala
ନବରଙ୍ଗପୁର: ନବରଙ୍ଗପୁର ସହରରେ ଭସାଣି ବେଳେ ଛୁରାମାଡ଼ । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ଛୁରାମାଡ଼ରେ ଅନ୍ୟଏକ ଗୋଷ୍ଠୀର ଦୁଇ ନାବାଳକ ଗୁରୁତର ହୋଇଥିଲେ। ଉକ୍ତ ୨ ନାବାଳକଙ୍କୁ ଉଦ୍ଧାର କରାଯାୟୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି। ଉକ୍ତ ଦୁଇ ନାବାଳକ ଦଣ୍ଡାସୀ ସାହିର ବୋଲି ଜଣାପଡ଼ିଛି। ଏହି ଘଟଣାରେ ଟାଉନ ପୁଲିସ ଜଣକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
ଗାଧୋଇବାବେଳେ ପୋଖରୀରେ ବୁଡ଼ି ଚାଲିଗଲା ଦୁଇ ନାବାଳିକାଙ୍କ ଜୀବନ
Published On
By The Sakala
ନବରଙ୍ଗପୁର: ପୋଖରୀରେ ବୁଡି ଦୁଇ ନାବାଳିକା ମୃତ । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ଛେଳିପଦର ଗାଁରେ ଅଘଟଣ । ସୂଚନା ଅନୁସାରେ, ନିଜ ଘର ନିକଟସ୍ଥ ଏକ ପୋଖରୀରେ ଦୁଇ ନାବାଳିକା ଗାଧୋଇବା ପାଇଁ ଯାଇଥିବା ସମୟରେ ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି । ମୃତକ ଦୁଇଜଣ ଗାଁର ଚନ୍ଦ୍ର ଭତ୍ରାଙ୍କ ଝିଅ ତନୁ ଭତ୍ରା (ବୟସ ୧୨) ଏବଂ ନନ୍ଦ ଭତ୍ରାଙ୍କ ଝିଅ ମଞ୍ଜୁଳା ଭତ୍ରା (ବୟସ ୧୨) ବୋଲି […]
ବୋଲବମ୍ ସାରି ଫେରିବା ବେଳେ ଚଢ଼ିଗଲା ଟ୍ରକ : ଦମ୍ପତି ମୃତ, ବର୍ତ୍ତିଗଲା ୯ ବର୍ଷର ପୁଅ
Published On
By The Sakala
ଉମରକୋଟ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବୋଲବମ୍ରେ ଯାଇ ଶିବ ମନ୍ଦିରରୁ ପାଣିଢାଳି ଫେରିବା ବେଳେ ଟ୍ରକ୍ ଚଢିଯାଇଛି। ଯାହା ଫଳରେ ସ୍ବାମୀ-ସ୍ତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୯ ବର୍ଷର ପୁଅ ଅଳ୍ପକେ ବର୍ତ୍ତିଯାଇଛି। ଏପରି ଏକ ହୃଦୟ ବିଦାରକ ଘଟଣା ଉମରକୋଟ କୁନ୍ଦେଇ ଥାନା ରାବଣାଗୁଡ଼ା ଛକ ନିକଟରେ ଘଟିଛି। ମିଳିଥିବା ସୂଚନା ଅନୁସାରେ ଦମ୍ପତି ସେମାନଙ୍କର ୯ ବର୍ଷର ପୁଅ ସହ ବୋଲବମ୍ ଯାତ୍ରାରେ ଯାଇଥିଲେ। ଆଜି ଶ୍ରାବଣ ଚତୁର୍ଥ ସୋମବାରରେ ସେମାନେ […]
ପାପଡ଼ାହାଣ୍ଡିରେ ପ୍ରବଳ ବର୍ଷା, ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ଶତାଧିକ ଗାଡ଼ି
Published On
By The Sakala
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡିରେ ପ୍ରବଳ ବର୍ଷା । ଏହି ବର୍ଷାରେ ଏକ ଅସ୍ଥାୟୀ ପୋଲ ବୁଡ଼ିଯାଇଛି। ଟୁରି ନଦୀର ଅସ୍ଥାୟୀ ପୋଲ ଉପରେ ୨ ଫୁଟ୍ର ପାଣି ପ୍ରବାହିତ ହେଉଛି। ଫଳରେ ଉମରକୋଟ-ନବରଙ୍ଗପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ଶତାଧିକ ଗାଡ଼ି।



