କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

Madhusudan Das Picture
Published On

ମେଷ: ରବି, ସୋମ, ମଙ୍ଗଳବାରରେ  କର୍ମସ୍ଥଳୀରେ ବିରୋଧୀମାନଙ୍କ କୂଟଚକ୍ରାନ୍ତର ଶିକାର ହେବେ। ସମସ୍ୟାର ସମାଧାନ ବାଟ ପାଇବେ। ବୁଧ, ଗୁରୁବାରରେ ପରିବାର ସହ ତୀର୍ଥସ୍ଥାନ ଭ୍ରମଣ ଯୋଗ ରହିଛି। ଶୁକ୍ର, ଶନିବାରରେ ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ।

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ବୃଷ: ରବି, ସୋମ, ମଙ୍ଗଳବାରରେ ସପ୍ତାହ ପ୍ରାରମ୍ଭରୁ ସଫଳତା ହାସଲ କରିବେ। ବୁଧ, ଗୁରୁବାରରେ ଆନନ୍ଦଉଲ୍ଲାସରେ ଦିନ କଟିବ। କ୍ୟାରିୟର ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ। ଶୁକ୍ର, ଶନିବାରରେ କାର୍ଯ୍ୟସ୍ଥଳୀରେ ଉଚ୍ଚଅଧିକାରୀଙ୍କ ସହଯୋଗ ପାଇବେ।

ଆହୁରି ପଢ଼ନ୍ତୁ: Thursday Horoscope: ଗୁରୁବାର ରାଶିଫଳ (୦୫-୧୧-୨୦୨୬)

ମିଥୁନ: ରବି, ସୋମ, ମଙ୍ଗଳବାରରେ ସମସ୍ୟାର ସମାଧାନ ବାହାରିବ। ପ୍ରେମ ଜୀବନରେ ସଫଳତା ପାଇବେ। ବୁଧ, ଗୁରୁବାରରେ  ସମାଜରେ ପ୍ରଭାବ ବଢ଼ିବ। ଶୁକ୍ର, ଶନିବାରରେ ଧନଲାଭର ନୂଆ ରାସ୍ତା ପାଇବେ। ଯୋଜନା ଅନୁସାରେ କାର୍ଯ୍ୟ କରିବେ।

ଆହୁରି ପଢ଼ନ୍ତୁ: Saturday Horoscope: ଶନିବାର ରାଶିଫଳ (୦୭-୧୧-୨୦୨୬)

କର୍କଟ: ରବି, ସୋମ, ମଙ୍ଗଳବାରରେ ସମସ୍ୟାର ସମାଧାନ ରାସ୍ତା ପାଇବେ। ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ବୁଧ, ଗୁରୁବାରରେ ମହିଳାମାନେ ଆତ୍ମବିଶ୍ବାସର ସହ କାର୍ଯ୍ୟ କରିବେ। ଶୁକ୍ର, ଶନିବାରରେ ପାରିବାରିକ ଜୀବନ ମଧୁର ହେବ।

ସିଂହ: ରବି, ସୋମ, ମଙ୍ଗଳବାରରେ ସହକର୍ମୀଙ୍କ ସହଯୋଗ ପାଇ ଆଗକୁ ବଢ଼ିବେ। କୌଣସି ଶୁଭ ଖବର ମିଳିପାରେ। ବୁଧ, ଗୁରୁବାରରେ ଅକସ୍ମାତ୍ ଧନଲାଭର ଯୋଗ ରହିଛି। ଶୁକ୍ର, ଶନିବାରରେ ଖର୍ଚ୍ଚ ବୃଦ୍ଧି ପାଇବାକୁ ଲାଗିବ।

କନ୍ୟା: ରବି, ସୋମ, ମଙ୍ଗଳବାରରେ ପରିବାର ମଧ୍ୟରେ ସମସ୍ୟା ଦେଖାଦେବ। ସାଙ୍ଗସାଥୀ ଏବଂ ଭାଇଭଉଣୀଙ୍କ ସହ ଅଧିକ ସମୟ କଟାଇବେ। ବୁଧ, ଗୁରୁବାରରେ କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ଶୁକ୍ର, ଶନିବାରରେ ଆୟ ତୁଳନାରେ ବ୍ୟୟ ଅଧିକ ରହିବ।

ତୁଳା: ରବି, ସୋମ, ମଙ୍ଗଳବାରରେ ହେଉଥିବା କାର୍ଯ୍ୟ ବିଗିଡ଼ି ଯାଇପାରେ। ମାନସିକ ଅବସାଦରେ ରହିପାରନ୍ତି। ବୁଧ, ଗୁରୁବାରରେ ମହିଳାମାନେ ସ୍ବାଭିମାନୀ ହେବେ। ଶୁକ୍ର, ଶନିବାରରେ ଆର୍ଥିକ ସ୍ଥିତିରେ ଅବନତି ଦେଖାଦେଇପାରେ। ବ୍ୟବସାୟୀମାନେ ଦୂରଯାତ୍ରା କରିପାରନ୍ତି।

ବିଛା: ରବି, ସୋମ, ମଙ୍ଗଳବାରରେ ଦାମ୍ପତ୍ୟ ଜୀବନରେ ମଧୁରତା ଦେଖାଦେବ। ସାବଧାନତାର ସହ ଯାତାୟାତ କରନ୍ତୁ। ବୁଧ, ଗୁରୁବାରରେ ସ୍ବାସ୍ଥ୍ୟରେ ଅବନତି ଦେଖାଦେଇପାରେ। ଶୁକ୍ର, ଶନିବାରରେ ବ୍ୟବସାୟିକ ଲାଭ ପାଇବେ। କର୍ମକ୍ଷେତ୍ରରେ ସଫଳତା ପାଇବେ। 

ଧନୁ: ରବି, ସୋମ, ମଙ୍ଗଳବାରରେ ମହିଳାମାନେ ସସସ୍ତ କାର୍ଯ୍ୟକୁ ସୁଚାରୁରୂପରେ କରିବେ। ବୁଧ, ଗୁରୁବାରରେ ବ୍ୟବସାୟରେ ଉତ୍ତମ ଫଳ ପାଇବେ। ନୂତନ ନିଯୁକ୍ତି ସୁଯୋଗ ରହିଛି। ଶୁକ୍ର, ଶନିବାରରେ କୌଣସି କଥାକୁ ନେଇ ମାନସିକ ଅବସାଦରେ ରହିପାରନ୍ତି।

ମକର: ରବି, ସୋମ, ମଙ୍ଗଳବାରରେ କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଅଯଥା ଖର୍ଚ୍ଚରେ ପଡ଼ିପାରନ୍ତି। ବୁଧ, ଗୁରୁବାରରେ ପ୍ରିୟଜନଙ୍କ ବ୍ୟବହାରରେ କଷ୍ଟ ପାଇବେ। ଶୁକ୍ର, ଶନିବାରରେ କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ପାଇବ। ବରୋଧୀମାନେ ଦୂରେଇ ରହିବେ।

କୁମ୍ଭ: ରବି, ସୋମ, ମଙ୍ଗଳବାରରେ କ୍ରୋଧାନ୍ବିତ ହୋଇ କଷ୍ଟ ପାଇପାରନ୍ତି। ନିଜକୁ ଏକୁଟିଆ ଅନୁଭବ କରିପାରନ୍ତି।  ବୁଧ, ଗୁରୁବାରରେ ନୂତନ ନିବେଶ କରିବାକୁ ଦୂରେଇ ରୁହନ୍ତୁ। ଶୁକ୍ର, ଶନିବାରରେ ପୂର୍ବ ଯୋଜନାରେ କାର୍ଯ୍ୟକରି ଲାଭବାନ ହେବେ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp