ଓଡ଼ିଶାରେ ଶୀତର ଆଗମନ: ୧୪ ଡିଗ୍ରୀ ସହ ଫୁଲବାଣୀ ସବୁଠାରୁ ଥଣ୍ଡା, ଆଗକୁ ଆହୁରି କମିବ ପାରଦ

Madhusudan Das Picture
Published On

ଭୁବନେଶ୍ୱର: ଓଡ଼ିଶାରେ ଧୀରେ ଧୀରେ ଶୀତର ପ୍ରକୋପ ବଢିବାରେ ଲାଗିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ରାତିର ତାପମାତ୍ରା ହ୍ରାସ ପାଇବା ସହ ଶୀତୁଆ ଅନୁଭୂତି ହେଉଛି। ଭାରତୀୟ ପାଣିପାଗ ବିଭାଗ (IMD) ର ସଦ୍ୟତମ ସୂଚନା ଅନୁଯାୟୀ, ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ପାରଦ ଖସିବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ବିଜେପି ନେତାଙ୍କ କାର୍‌ ଧକ୍କାରେ ୨ଟି ବ୍ୟାଟେରୀ ଅଟୋ ଚୂରମାର୍: ୫ ମହିଳାଙ୍କ ସମେତ ୮ ଗୁରୁତର

ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ମଧ୍ୟ ଶୀତର ପ୍ରଭାବ ଦେଖିବାକୁ ମିଳିଛି। ସୋମବାର ସକାଳ ୮.୩୦ ସୁଦ୍ଧା ରେକର୍ଡ ହୋଇଥିବା ତଥ୍ୟ ଅନୁଯାୟୀ, ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୮.୯ ଡିଗ୍ରୀ ସେଲସିୟସ୍ ରହିଥିବା ବେଳେ କଟକରେ ଏହା ୧୭.୬ ଡିଗ୍ରୀ ରହିଛି। ସହରର ବାସିନ୍ଦାମାନେ ସକାଳ ଏବଂ ସନ୍ଧ୍ୟା ସମୟରେ ହାଲୁକା ଶୀତ ଅନୁଭବ କରୁଛନ୍ତି।

ଆହୁରି ପଢ଼ନ୍ତୁ: ସମ୍ୱଲପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଜଣ୍ଡିସ ବ୍ୟାପୀ ଶତାଧିକ ଆକ୍ରାନ୍ତ, ସ୍ଥାନୀୟ ପ୍ରଶାସନ ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଅନ୍ତୁ: ବିଜେଡି

ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରକୋପ ଅଧିକ ରହିଛି। ଫୁଲବାଣୀ ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ପରିଗଣିତ ହୋଇଛି, ଯେଉଁଠାରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସେହିପରି ପର୍ଯ୍ୟଟନ ସ୍ଥଳୀ ଦାରିଙ୍ଗବାଡ଼ି ଏବଂ ଭବାନୀପାଟଣାରେ ତାପମାତ୍ରା ୧୫ ଡିଗ୍ରୀ ରହିଛି। ଝାରସୁଗୁଡ଼ା ଏବଂ ନବରଙ୍ଗପୁରରେ ୧୬ ଡିଗ୍ରୀ ଏବଂ କେନ୍ଦୁଝରରେ ୧୬.୬ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିଛି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି: ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ରାଜ୍ୟର ଅନ୍ୟ ଅନେକ ସ୍ଥାନରେ ମଧ୍ୟ ତାପମାତ୍ରା ୨୦ ଡିଗ୍ରୀ ତଳକୁ ଖସିଛି। ରାୟଗଡ଼ା (୧୭ ଡିଗ୍ରୀ), ବଲାଙ୍ଗୀର (୧୭.୨ ଡିଗ୍ରୀ), ଦେବଗଡ଼ (୧୭.୪ ଡିଗ୍ରୀ), ପାରଳାଖେମୁଣ୍ଡି (୧୭.୫ ଡିଗ୍ରୀ) ଏବଂ ହୀରାକୁଦ (୧୭.୮ ଡିଗ୍ରୀ) ରେ ଶୀତୁଆ ପାଣିପାଗ ଜାରି ରହିଛି। ଏହା ବ୍ୟତୀତ ସୁନ୍ଦରଗଡ଼, ସମ୍ବଲପୁର, ମାଲକାନଗିରି, ସୋନପୁର, ଯାଜପୁର, ଢେଙ୍କାନାଳ, ଭଦ୍ରକ, ବୌଦ୍ଧ, କୋରାପୁଟ ଏବଂ ବରଗଡ଼ରେ ମଧ୍ୟ ପାରଦ ୧୮ ରୁ ୧୯.୬ ଡିଗ୍ରୀ ମଧ୍ୟରେ ରହିଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଶୀତର ପ୍ରକୋପ ଆଗକୁ ଆହୁରି ବଢିବ। ଆଗାମୀ ୨ ରୁ ୩ ଦିନ ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ଆହୁରି ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ଘଟିବାର ସମ୍ଭାବନା ରହିଛି। ଏହି ପୂର୍ବାନୁମାନ ପରେ ଲୋକମାନେ ଏବେଠାରୁ ଶୀତ ପୋଷାକ ବାହାର କରିବା ଆରମ୍ଭ କଲେଣି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର