୩୪ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ନିଖୋଜ ବନ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

Madhusudan Das Picture
Published On

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ବନ୍ୟା ଜଳରେ ଭାସିଯାଇ ନିଖୋଜ ଥିବା ବନ ବିଭାଗର ଜଣେ କର୍ମଚାରୀଙ୍କ ମୃତଦେହ ପ୍ରାୟ ୩୪ ଘଣ୍ଟା ପରେ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ପ୍ରମୋଦ ବେହେରା ବୋଲି ଜଣାପଡିଛି। ଫୁଲବାଣୀର ପାଟବାଲି ସାହି ବ୍ରିଜ୍ ତଳୁ ଅଗ୍ନିଶମ ବାହିନୀ ତାଙ୍କର ମୃତଦେହ ଉଦ୍ଧାର କରିଛନ୍ତି। 

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ମାମଲାରେ ୫ ବିଧାୟକଙ୍କୁ ନୋଟିସ୍‌: ହାଇକୋର୍ଟଙ୍କ ହସ୍ତକ୍ଷେପକୁ ବିଜେଡିର ସ୍ୱାଗତ

ସୂଚନା ଅନୁସାରେ, ଦୁଇଜଣ ବନ କର୍ମଚାରୀ ପ୍ରମୋଦ ବେହେରା ଏବଂ ଶ୍ରୀକାନ୍ତ ଏକ ସ୍କୁଟି ଯୋଗେ ଯାଉଥିବା ସମୟରେ ଫୁଲବାଣୀ ପୌରାଞ୍ଚଳର ୨ ନମ୍ବର ୱାର୍ଡ ଅନ୍ତର୍ଗତ ଡାକପାଲା ସାହି ନିକଟସ୍ଥ ଡ୍ୟାମ୍ ବ୍ରିଜ୍‌ରୁ ଖସି ପଡିଥିଲେ। ନଦୀର ପ୍ରଖର ସ୍ରୋତରେ ଉଭୟ ଭାସି ଯାଇଥିଲେ। ଶ୍ରୀକାନ୍ତ ଅତି କଷ୍ଟରେ ପହଁରି କୂଳକୁ ଆସିବାରେ ସକ୍ଷମ ହୋଇଥିବା ବେଳେ ପ୍ରମୋଦ ଗଭୀର ଜଳରେ ନିଖୋଜ ହୋଇଯାଇଥିଲେ। 

ଆହୁରି ପଢ଼ନ୍ତୁ: ୨୦୨୭ ବର୍ଷ ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ତାଲିକା ଘୋଷଣା, ମିଳିବ ୨୯ଟି ଛୁଟି

ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତ ଶ୍ରୀକାନ୍ତଙ୍କୁ ଉଦ୍ଧାର କରି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହାପରେ ପ୍ରମୋଦଙ୍କୁ ଖୋଜାଖୋଜି କରିବା ପାଇଁ ଏକ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଦୀର୍ଘ ୩୪ ଘଣ୍ଟାର ଖୋଜାଖୋଜି ପରେ ମଙ୍ଗଳବାର ଦିନ ବ୍ରିଜ୍ ତଳୁ ତାଙ୍କର ମୃତଦେହ ମିଳିଥିଲା। ପ୍ରମୋଦଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଆହୁରି ପଢ଼ନ୍ତୁ: ବାତ୍ୟା 'ମୁରାସୁ'କୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର