ଆସନ୍ତାକାଲି ଗଞ୍ଜାମ ଗସ୍ତ କରି ବନ୍ୟାଞ୍ଚଳ ପରିଦର୍ଶନ କରିବେ ନବୀନ, ବନ୍ୟା କ୍ଷତିଗ୍ରସ୍ତ ପରିବାର ଓ ଚାଷୀଙ୍କ ସହ କରିବେ ଆଲୋଚନା

Madhusudan Das Picture
Published On

ଭୁବନେଶ୍ୱର: ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ଗସ୍ତ କରି ଶେରଗଡ଼, ହିଞ୍ଜିଳିକାଟୁ, ଆସିକା ଓ ସୋରଡ଼ା ବ୍ଲକର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ । କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରି ବନ୍ୟା ବିପନ୍ନ ପରିବାର ଓ ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରିବେ । ଏହା ସହିତ ରିଲିଫ୍, ଥଇଥାନ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିବେ । 

ଆହୁରି ପଢ଼ନ୍ତୁ: ବାତ୍ୟା ‘ଅର୍ଣ୍ଣବ’ ପ୍ରଳୟ: ରାଜ୍ୟରେ ଭୂସ୍ଖଳନ ଯୋଗୁଁ ୪ ମୃତ ଓ ୧୨ ନିଖୋଜ

ଏହି ଗସ୍ତ ସମ୍ପର୍କରେ ସୂଚନା ଦେଇ ଦଳର ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ୍ ମହାନ୍ତି କହିଥିଲେ ଯେ, ଗତ ଅକ୍ଟୋବର ୨୩ ତାରିଖରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି ହେବା ପରେ ବନ୍ୟା ପରିସ୍ଥିତି ଏବଂ ଏହାର ପରବର୍ତ୍ତୀ ସ୍ଥିତି ଉପରେ ନିରନ୍ତର ନଜର ରଖିଥିଲେ ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ସେ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଥିବା ବେଳେ ନବୀନ ନିବାସରେ ଥିବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଞ୍ଜାମ ଓ ଗଜପତି ଜିଲ୍ଲାର ବନ୍ୟା ପରିସ୍ଥିତି, ବିଶେଷକରି ହିଞ୍ଜିଳିକାଟୁ ଓ ଶେରଗଡ଼ ଅଞ୍ଚଳର ସ୍ଥିତି ଉପରେ ନଜର ରଖାଯାଇଥିଲା । ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ମୁଖ୍ୟ ସଚେତକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲା ଗସ୍ତ କରି ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଥିଲା । ଶ୍ରୀ ସୁଦାମ ମାରାଣ୍ଡିଙ୍କ ନେତୃତ୍ୱରେ ଅନ୍ୟ ଏକ ପ୍ରତିନିଧି ଦଳ କନ୍ଧମାଳ ଜିଲ୍ଲାର ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲା । ବନ୍ୟା ଯୋଗୁଁ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି କଠିନ ସମୟରେ ରାଜ୍ୟବାସୀଙ୍କ ସହ ଛିଡ଼ା ହେବା ପାଇଁ ଶ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ନିରନ୍ତର ପ୍ରତିବଦ୍ଧତାର ପ୍ରତିଫଳନ । 

ଆହୁରି ପଢ଼ନ୍ତୁ: ଶିଳ୍ପପତି ପରିଚୟ ଦେଇ ୧.୪୭ କୋଟି ଟଙ୍କା ଠକେଇ: ଠକ ଦମ୍ପତିଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ

ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିସ୍ତୃତ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଡ଼ ଲେନିନ୍ ମହାନ୍ତି କହିଥିଲେ ଯେ, ଶ୍ରୀଯୁକ୍ତ ପଟ୍ଟନାୟକ ୭ ନଭେମ୍ୱର ୨୦୨୬ ତାରିଖ ସକାଳ ୧୦ଟା ୦୫ ମିନିଟରେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ହେଲିକପ୍ଟରରେ ଯାଇ ଶେରଗଡ଼ସ୍ଥିତ ମହାତ୍ମା ଗାନ୍ଧୀ ହାଇସ୍କୁଲ ପଡ଼ିଆରେ ସକାଳ ୧୧ଟାରେ ପହଞ୍ଚିବେ । ସକାଳ ୧୧ଟା ୧୦ ମିନିଟ୍ରେ ଶେରଗଡ଼ ସହର ଓ ଏହାର ଆଖପାଖ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ବନ୍ୟା ବିପନ୍ନଙ୍କ ସହ ଆଲୋଚନା କରି ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିବେ । ଏହାପରେ ଦିନ ୧୨ଟା ୦୫ ମିନିଟ୍ରେ ହିଞ୍ଜିଳିକାଟୁ ମିନି ଷ୍ଟାଡିୟମରେ ପହଞ୍ଚିବେ । ୧୨ଟା ୧୫ ମିନିଟ୍ରେ ସେ ନୂଆ-ବୁରୁପଡ଼ା ଗ୍ରାମପଞ୍ଚାୟତ ପରିଦର୍ଶନ କରିବେ । ଦିନ ୧ଟା ୨୦ ମିନିଟରେ ସେ ଆସିକା ସାଇନ୍ସ କଲେଜ ନିକଟସ୍ଥ କୋଟିନଡ଼ାରେ ପହଞ୍ଚିବେ । ଦିନ ୧ଟା ୩୦ ମିନିଟ୍ରେ ଆସିକା ସହର ଓ ଏହାର ଆଖପାଖ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ । ଦିନ ୨ଟା ୩୦ ମିନିଟ୍ରେ ସୋରଡ଼ା ବ୍ଲକର ଟାଟାବାଲିସ୍ଥିତ କନ୍ଧୁଣୀଦେବୀ ପଡ଼ିଆରେ ପହଞ୍ଚିବେ । ଦିନ ୨ଟା ୪୦ ମିନିଟ୍ରେ ସେ ବାଲିଗୋଛା ଗସ୍ତ କରି ବନ୍ୟା ପ୍ରଭାବିତ ଅଞ୍ଚଳ ଓ କ୍ଷତିଗ୍ରସ୍ତ ଚାଷ ଜମି ପରିଦର୍ଶନ କରିବେ । ଗସ୍ତ କାର୍ଯ୍ୟକ୍ରମ ଶେଷ କରି ଅପରାହ୍ନ ୪ଟା ୧୦ ମିନିଟ୍ରେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ଏହି ଗସ୍ତ କାର୍ଯ୍ୟକ୍ରମର ଖବର ପରିବେଷଣ କରିବା ସହ ବନ୍ୟା ପ୍ରଭାବିତ ଲୋକଙ୍କ ସମସ୍ୟା, ଦୁର୍ଦ୍ଦଶା ଓ ଆବଶ୍ୟକତାକୁ ଗଣମାଧ୍ୟମରେ ପ୍ରମୁଖତାର ସହ ଉପସ୍ଥାପନ କରିବା ପାଇଁ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗ କାମନା କରିଛନ୍ତି ଡ଼ ମହାନ୍ତି ।

ଆହୁରି ପଢ଼ନ୍ତୁ: 'କୋଟିଆ' ବିବାଦକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲେ ନବୀନ: 'ଓଡ଼ିଶାର ଅଖଣ୍ଡତା ରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର