ମୁମ୍ବାଇ ପୋଲିସର ବଡ଼ ଖୁଲାସା: ସଲମାନଙ୍କ ପରେ ବିଷ୍ଣୋଇ ଗ୍ୟାଙ୍ଗର ହିଟ୍ ଲିଷ୍ଟରେ ଟାଇଗର ଶ୍ରଫ୍ ଓ ଇମରାନ ହାସମୀ

Suryakanta Picture
Published On

ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା ଧମକ ଏବଂ ତାଙ୍କ ବାସଭବନ ବାହାରେ ଗୁଳିଚାଳନା ଘଟଣାର ତଦନ୍ତ କରୁଥିବା ମୁମ୍ବାଇ ପୋଲିସ ଏକ ବଡ଼ ଖୁଲାସା କରିଛି। ପୋଲିସର ସୂଚନା ଅନୁଯାୟୀ, କେବଳ ସଲମାନ ଖାନ ନୁହଁନ୍ତି, ବରଂ ଅନ୍ୟ ପ୍ରମୁଖ ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ ଏବଂ ଇମରାନ ହାସମୀ ମଧ୍ୟ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ରାଡାରରେ ଥିଲେ। ଏହି ଦୁଇ ଅଭିନେତାଙ୍କ ଘରର ରେକି କରିବା ପାଇଁ ଗ୍ୟାଙ୍ଗର ସୁଟରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ଆମୀର ଖାନ ଏବଂ ରଣବୀର କପୁରଙ୍କ ଉପରେ ମଧ୍ୟ ନଜର ରଖିଥିଲେ ସୁଟର, ଟାଇଗର ଶ୍ରଫ୍ ମାମଲାରେ ଆହୁରି ୩ ଗିରଫ

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ନୂଆ ଟାର୍ଗେଟ

ଗିରଫ ହୋଇଥିବା ସୁଟରମାନଙ୍କୁ ପଚରାଉଚରା ବେଳେ ଜଣାପଡିଛି ଯେ, ଗ୍ୟାଙ୍ଗର ମୁଖ୍ୟମାନେ ସେମାନଙ୍କୁ ଟାଇଗର ଶ୍ରଫ୍ ଏବଂ ଇମରାନ ହାସମୀଙ୍କ ଗତିବିଧି ଉପରେ ନଜର ରଖିବାକୁ କହିଥିଲେ। ଏଥିପାଇଁ ସେମାନଙ୍କ ବାସଭବନ ଆଖପାଖରେ ରେକି କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ପୂର୍ବରୁ ସଲମାନ ଖାନଙ୍କୁ ଟାର୍ଗେଟ କରିବା ପାଇଁ ଯେଉଁଭଳି ଭାବରେ ରେକି କରାଯାଇଥିଲା, ଠିକ୍ ସେହିପରି ଏହି ଦୁଇ ତାରକାଙ୍କ ପାଇଁ ମଧ୍ୟ ଷଡ଼ଯନ୍ତ୍ର ରଚାଯାଇଥିଲା। ତେବେ ଏହି ଆକ୍ରମଣର ମୁଖ୍ୟ ଉଦ୍ଦେଶ୍ୟ ବଲିଉଡ୍ ଇଣ୍ଡଷ୍ଟ୍ରିରେ ଭୟର ବାତାବରଣ ସୃଷ୍ଟି କରିବା ଥିଲା ବୋଲି ପୋଲିସ ସନ୍ଦେହ କରୁଛି।

ଆହୁରି ପଢ଼ନ୍ତୁ: ସଲମାନଙ୍କ ପରେ ସୁଟରଙ୍କ ଟାର୍ଗେଟରେ ଆମିର ଖାନ: ବଲିଉଡରେ କୋକୁଆ ଭୟ

ବଢ଼ିଲା ବଲିଉଡ୍ ତାରକାଙ୍କ ସୁରକ୍ଷା

ଏହି ସାଂଘାତିକ ତଥ୍ୟ ସାମ୍ନାକୁ ଆସିବା ପରେ ମୁମ୍ବାଇ ପୋଲିସ ତତ୍ପର ହୋଇଉଠିଛି। ତୁରନ୍ତ ସମ୍ପୃକ୍ତ ଅଭିନେତାମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସହରର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ପାଟ୍ରୋଲିଂ ବୃଦ୍ଧି କରାଯିବା ସହ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅପରାଧୀମାନଙ୍କୁ ଧରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ପତ୍ନୀ ସୁନିତାଙ୍କୁ କିଏ କରୁଛି ପ୍ରଭାବିତ? ପାରିବାରିକ ବିବାଦ ନେଇ ଗୋବିନ୍ଦାଙ୍କ ବଡ଼ ଖୁଲାସା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp