ଉତ୍କଳ ବିଶ୍ୱବିଦ୍ୟାଳୟରେ ଝାଡ଼ାବାନ୍ତି ଓ ଜଣ୍ଡିସ୍ ଆତଙ୍କ: ସ୍ଥଗିତ ରହିଲା ମିଡ୍ ସେମିଷ୍ଟର ପରୀକ୍ଷା

Madhusudan Das Picture
Published On

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାର ପରିସରରେ ଥିବା ମହିଳା ହଷ୍ଟେଲରେ ଝାଡ଼ାବାନ୍ତି ଓ ଜଣ୍ଡିସ୍ ଭୟ । ବିଶ୍ୱବିଦ୍ୟାଳୟର ଦୁଇଟି ମହିଳା ହଷ୍ଟେଲରେ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା କାରଣରୁ ମିଡ୍ ସେମିଷ୍ଟର ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ବିଶ୍ୱବିଦ୍ୟାଳୟର ୬ ଓ ୭ ନମ୍ବର ଲେଡିଜ୍ ହଷ୍ଟେଲରେ ଛାତ୍ରୀମାନେ ଝାଡ଼ାବାନ୍ତି ଓ ଜଣ୍ଡିସ୍ ରେ ଆକ୍ରାନ୍ତ ହେବା ପରେ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି।

ଆହୁରି ପଢ଼ନ୍ତୁ: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା: ୬ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି

ରିପୋର୍ଟ ଅନୁଯାୟୀ, ଗତ କିଛି ଦିନ ମଧ୍ୟରେ ୧୦ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିଶେଷ କରି ୭ ନମ୍ବର ହଷ୍ଟେଲର ଦୁଇଜଣ ଛାତ୍ରୀ ଜଣ୍ଡିସ୍ ରୋଗରେ ପୀଡ଼ିତ ଥିବା ଜଣାପଡ଼ିବା ପରେ ଛାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ପାନୀୟ ଜଳ ଦୂଷିତ ହେବା ଯୋଗୁଁ ଏହି ସମସ୍ୟା ଉପୁଜିଥିବା ସନ୍ଦେହ କରାଯାଉଛି।

ଆହୁରି ପଢ଼ନ୍ତୁ: ଆନ୍ଧ୍ରପ୍ରଦେଶରେ ବାତ୍ୟା 'ଅର୍ଣ୍ଣବ'ର ତାଣ୍ଡବ: ୭ ଜଣଙ୍କ ମୃତ୍ୟୁ, ଓଡ଼ିଶା ସମେତ ବହୁ ରାଜ୍ୟରେ ପ୍ରବଳ ବର୍ଷା ସତର୍କତା

ସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (BMC) ର ଏକ ସ୍ୱତନ୍ତ୍ର ଟିମ୍ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଟିମରେ ଏପିଡେମିଓଲୋଜିଷ୍ଟ, ମାଇକ୍ରୋବାୟୋଲୋଜିଷ୍ଟ ଓ ଖାଦ୍ୟ ସୁରକ୍ଷା ବିଶେଷଜ୍ଞ ସାମିଲ ଥିଲେ। ସେମାନେ ହଷ୍ଟେଲରୁ ଜଳ ଓ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି। ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍ ଏବଂ ଫାର୍ମାସୀ ସେବା ଆରମ୍ଭ କରାଯାଇଛି। ଛାତ୍ରୀମାନଙ୍କୁ ଦୈନିକ ୧୦୦୦ ଲିଟର ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି ଏବଂ ପାଣି ଫୁଟାଇ ପିଇବାକୁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: କାଲି ମିଳିବ ୨୪ତମ ପିଏମ୍ କିଷାନ କିସ୍ତି ଟଙ୍କା, ଉପକୃତ ହେବେ ରାଜ୍ୟର ୩୫ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ

ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ପିଜି କାଉନସିଲ୍ ଅଧ୍ୟକ୍ଷଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ମିଡ୍ ସେମିଷ୍ଟର ପରୀକ୍ଷାକୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା କୁହାଯାଇଛି। ଏଥିସହିତ ବୋରୱେଲ୍ ପାଣି ବ୍ୟବହାର ଉପରେ ରୋକ୍ ଲଗାଯିବା ସହ ପାଣି ଟାଙ୍କି ସଫା କରିବା କାର୍ଯ୍ୟ ଜାରି ରହିଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ୱାସ୍ଥ୍ୟ ବିଭାଗ ସହ ନିୟମିତ ଯୋଗାଯୋଗରେ ଅଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର