ଦେଶ- ବିଦେଶ

ଆଇ-ପ୍ୟାକ୍ (I-PAC) ଚଢ଼ାଉ ବେଳେ ବାଧା: ପଶ୍ଚିମବଙ୍ଗ ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲା ଇଡି

କୋଲକାତା: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସହ ଜଡ଼ିତ ରାଜନୈତିକ ପରାମର୍ଶଦାତା ସଂସ୍ଥା ଆଇ-ପ୍ୟାକ୍ (I-PAC) ଉପରେ ଚଢ଼ାଉ ବେଳେ ରାଜ୍ୟ ସରକାର ବାଧା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ଗୁରୁତର ସହ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ତଦନ୍ତକାରୀ ସଂସ୍ଥା ଦାବି କରିଛି ଯେ ମମତା ବାନାର୍ଜୀଙ୍କ...
ଦେଶ- ବିଦେଶ  ବଡ ଖବର 

ଆକାଶରେ ମହାଜାଗତିକ ବିସ୍ମୟ: ଆଜିଠୁ ଏକ ମାସ ଯାଏଁ ରାତିରେ ସବୁଠାରୁ ଉଜ୍ଜ୍ୱଳ ଦିଶିବ 'ବୃହସ୍ପତି', ଖାଲି ଆଖିରେ ଦେଖିହେବ

ନୂଆଦିଲ୍ଲୀ: ମହାକାଶ ବିଜ୍ଞାନ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର। ଚଳିତ ସପ୍ତାହ ଶେଷରେ ଆକାଶରେ ଏକ ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିବ। ସୌରମଣ୍ଡଳର ସବୁଠାରୁ ବଡ଼ ଗ୍ରହ ବୃହସ୍ପତି ଆଜି ଅର୍ଥାତ୍ ଜାନୁଆରୀ ୧୦ ତାରିଖ (ଶନିବାର) ପୃଥିବୀର ଖୁବ୍ ନିକଟତର ହେବାକୁ ଯାଉଛି। ଏହି ସମୟରେ ପୃଥିବୀ, ସୂର୍ଯ୍ୟ ଏବଂ ବୃହସ୍ପତି ମଧ୍ୟରେ...
ଦେଶ- ବିଦେଶ  ବଡ ଖବର 

ମାଦୁରୋଙ୍କ ଭଳି ପୁଟିନଙ୍କୁ ଗିରଫ କରିବ କି ଆମେରିକା? ଟ୍ରମ୍ପ ଦେଲେ ବଡ଼ ବୟାନ...

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ସ୍ପଷ୍ଟ କରିଛନ୍ତି ଯେ ଭେନେଜୁଏଲାର ପୂର୍ବତନ ଶାସକ ନିକୋଲାସ ମାଦୁରୋଙ୍କ ଭଳି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ କୌଣସି ନାଟକୀୟ ସାମରିକ ଅପରେସନ୍ କରାଯିବ ନାହିଁ। ୟୁକ୍ରେନ ଯୁଦ୍ଧକୁ ନେଇ ନିରାଶା ପ୍ରକାଶ କରିବା ସତ୍ତ୍ୱେ ଟ୍ରମ୍ପ ଏଭଳି ପଦକ୍ଷେପକୁ ଅନାବଶ୍ୟକ ବୋଲି ଦର୍ଶାଇଛନ୍ତି। ୟୁକ୍ରେନ...
ଦେଶ- ବିଦେଶ  ବଡ ଖବର 

ମାଓ ବିରୋଧୀ ଅଭିଯାନରେ ଛତିଶଗଡ଼ ପୋଲିସକୁ ବଡ଼ ସଫଳତା: ଆତ୍ମସମର୍ପଣ କଲେ ୬୩ଜଣ ମାଓବାଦୀ

ଛତିଶଗଡ଼: ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାରେ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଶୁକ୍ରବାର ଦିନ ୬୩ ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ ୩୬ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ରହିଛନ୍ତି, ଯେଉଁମାନଙ୍କ ମୁଣ୍ଡ ଉପରେ ସରକାର ସମୁଦାୟ ୧.୧୯ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ...
ଦେଶ- ବିଦେଶ 

ହିମାଚଳ ପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଘାଟିରୁ ତଳକୁ ଖସିଲା ବସ୍‌, ୮ ମୃତ

ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାରେ ଶୁକ୍ରବାର ଦିନ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ ଘରୋଇ ବସ୍ ପାହାଡ଼ିଆ ରାସ୍ତାରୁ ନିୟନ୍ତ୍ରଣ ହରାଇ ଗଭୀର ଖାତକୁ ଖସି ପଡ଼ିବା ଫଳରେ ଅତି କମରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ଗୁରୁତର ଆହତ...
ଦେଶ- ବିଦେଶ  ବଡ ଖବର 

ଜମି ବଦଳରେ ଚାକିରି ଦୁର୍ନୀତି ମାମଲା: ଲାଲୁ ଯାଦବ ଓ ପରିବାର ବିରୋଧରେ ଚାର୍ଜ ଫ୍ରେମ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଲାଲୁ ଯାଦବଙ୍କୁ ବଡ ଝଟକା । ଜମି ବଦଳରେ ଚାକିରିଦୁର୍ନୀତି ମାମଲାରେ ଆରଜେଡି ମୁଖ୍ୟ ତଥା ପୂର୍ବତନ ରେଳ ମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାରକୁ ବଡ଼ ଝଟକା ଲାଗିଛି। ଶୁକ୍ରବାର ଦିନ ସିବିଆଇର ସ୍ବତନ୍ତ୍ର ଦିଲ୍ଲୀ କୋର୍ଟ ଲାଲୁ ଯାଦବ, ତାଙ୍କ ପରିବାର ସଦସ୍ୟ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ...
ଦେଶ- ବିଦେଶ  ବଡ ଖବର 

ଇରାନରେ ସରକାର ବିରୋଧୀ ଆନ୍ଦୋଳନ ତୀବ୍ର: ଇଣ୍ଟରନେଟ୍-ଟେଲିଫୋନ୍ ସେବା ବନ୍ଦ, ରାଜରାସ୍ତାରେ ହଜାର ହଜାର ପ୍ରତିବାଦକାରୀ

ନୂଆଦିଲ୍ଲୀ: ଇରାନର ନିର୍ବାସିତ ରାଜକୁମାରଙ୍କ ଡାକରା ପରେ ଦେଶରେ ସରକାର ବିରୋଧୀ ଆନ୍ଦୋଳନ ତୀବ୍ର ରୂପ ନେଇଛି। ଏହାର ମୁକାବିଲା ପାଇଁ ଇରାନ ସରକାର ଗୁରୁବାର ରାତିରୁ ସମଗ୍ର ଦେଶରେ ଇଣ୍ଟରନେଟ୍ ଏବଂ ଆନ୍ତର୍ଜାତୀୟ ଟେଲିଫୋନ୍ ସେବାକୁ ବିଚ୍ଛିନ୍ନ କରିଦିଇଛନ୍ତି। ରାଜକୁମାର ରେଜା ପାହଲଭିଙ୍କ ଆହ୍ୱାନ କ୍ରମେ ରାତିରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇବା...
ଦେଶ- ବିଦେଶ 

ପୁତ୍ର ଶୋକରେ ମର୍ମାହତ ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ, ଆୟର ୭୫% ଦାନ କରିବାକୁ ଘୋଷଣା

ମୁମ୍ବଇ: ପୁତ୍ର ଶୋକରେ ମର୍ମାହତ ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ନିଜ ଆୟର ୭୫ ପ୍ରତିଶତ ଦାନ କରିବେ ବୋଲି ଘୋଷଣା କରିଛନ୍ତି। ପୁଅର ମୃତ୍ୟୁକୁ ନେଇ ଅନିଲ ଭାଙ୍ଗି ପଡ଼ିଥିବା ବେଳେ ଦୁଃଖର ସହ କହିଛନ୍ତି ଯେ ଖରାପ ସମୟ ଚାଲିଯାଇଛି ବୋଲି ଆମକୁ ଲାଗିଥିଲା; କିନ୍ତୁ ଭାଗ୍ୟ ଆଉ କିଛି ଚାହୁଁଥିଲା।...
ଦେଶ- ବିଦେଶ 

ଗ୍ରୀନଲ୍ୟାଣ୍ଡ ବିବାଦ: ଟ୍ରମ୍ପଙ୍କୁ ଡେନମାର୍କର କଡ଼ା ଚେତାବନୀ, ଆକ୍ରମଣ ହେଲେ ‘ପ୍ରଥମେ ଗୁଳି, ପରେ କଥା’

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ନିଜ ଅଧୀନକୁ ନେବା ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନ ଉପରେ ବିଚାର କରୁଥିବା ବେଳେ ଡେନମାର୍କ ଏକ କଡ଼ା ଚେତାବନୀ ଦେଇଛି। ଡେନମାର୍କ ସ୍ପଷ୍ଟ କରିଛି ଯେ ଯଦି ଗ୍ରୀନଲ୍ୟାଣ୍ଡ ଉପରେ କୌଣସି ଆକ୍ରମଣ ହୁଏ, ତେବେ ସେଠାରେ ମୁତୟନ ଥିବା ସୈନ୍ୟମାନଙ୍କୁ 'ପ୍ରଥମେ ଗୁଳି ଚଲାଅ ଏବଂ...
ଦେଶ- ବିଦେଶ  ବଡ ଖବର 

ପଶ୍ଚିମବଙ୍ଗରେ ଇଡି ଚଢ଼ାଉକୁ ବିରୋଧ କରି ଦିଲ୍ଲୀରେ ଗୃହମନ୍ତ୍ରୀଙ୍କ ଅଫିସ ଆଗରେ ଟିଏମସି ସାଂସଦଙ୍କ ବିକ୍ଷୋଭ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଫିସ ଆଗରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦମାନେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କୋଲକାତାରେ ଆଇ-ପ୍ୟାକ୍ (I-PAC) କାର୍ଯ୍ୟାଳୟ ଉପରେ ଇଡି (ED) ଚଢ଼ାଉକୁ ବିରୋଧ କରି ଏହି ବିକ୍ଷୋଭ କରାଯାଇଥିଲା। ଏହି ସମୟରେ ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମହୁଆ ମୈତ୍ର...
ଦେଶ- ବିଦେଶ  ବଡ ଖବର 

ସାମାଜିକ ଗଣମାଧ୍ୟମରେ ହଇଚଇ: ୮୦୦ ଲୋକଙ୍କୁ ଏଚ୍‌‌ଆଇଭି ସଂକ୍ରମିତ କରିଛି ଜଣେ ଝିଅ !

ପାଟନା: ସାମାଜିକ ଗଣମାଧ୍ୟମଗୁଡିକରେ ଏବେ ଏକ ଭିଡିଓ ଭାଇରାଲ ହେବା ସହ ହଇଚଇ ସୃଷ୍ଟି କରିଛି। ଏହି ଭିଡିଓରେ ଦାବି କରାଯାଇଛି ଯେ, ଜଣେ ଝିଅ ୧୦, ୨୦, ୩୦ କିମ୍ବା ୫୦ ନୁହେଁ ୮୦୦ ଲୋକଙ୍କୁ ଏଚ୍‌‌ଆଇଭି ସଂକ୍ରମିତ କରିଛି। ଏ ନେଇ ସୂଚନା ମିଳିବା ପରେ ଲୋକେ ସେହି ଝିଅକୁ ଧରିବା ପାଇଁ...
ଦେଶ- ବିଦେଶ 

ED Vs Mamata: I-PAC ମୁଖ୍ୟଙ୍କ ଘରେ ଚଢ଼ଉ ବେଳେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, କୋଲକାତାରେ ହାଇଡ୍ରାମା ରାଜନୀତି

କୋଲକାତା: ଗୁରୁବାର କୋଲକାତାରେ ଦେଖିବାକୁ ମିଳିଛି ହାଇ-ଭୋଲଟେଜ୍ ରାଜନୈତିକ ଡ୍ରାମା। କୋଲକାତାରେ ତୃଣମୂଳ କଂଗ୍ରେସ ପାଇଁ କାମ କରୁଥିବା ରାଜନୈତିକ ପରାମର୍ଶଦାତା ସଂସ୍ଥା ଆଇ-ପ୍ୟାକ୍ (I-PAC) ମୁଖ୍ୟ ପ୍ରତୀକ ଜୈନଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପକ୍ଷରୁ ଚଢ଼ଉ କରାଯାଇଛି। କୋଇଲା ଚୋରା ଚାଲାଣ ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ଅଭିଯୋଗରେ ଗୁରୁବାର ଏହି...
ଦେଶ- ବିଦେଶ  ବଡ ଖବର  ରାଜନୀତି