ହିଞ୍ଜିଳିରେ ପୋଷ୍ଟର ରାଜନୀତିକୁ ବିଜୁପ୍ରେମୀଙ୍କ ନିନ୍ଦା; ଦୁଇ ଦଶନ୍ଧିର ନେତୃତ୍ୱକୁ ଅପମାନିତ କରିବା ଉଦ୍ୟମ !

Madhusudan Das Picture
Published On

ବ୍ରହ୍ମପୁର: ରାଜନୈତିକ ମତଭେଦ ଓ ସମାଲୋଚନା ଗଣତନ୍ତ୍ରର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବା ବେଳେ ବ୍ୟକ୍ତିତ୍ୱକୁ ଅପମାନିତ କରିବା ଭଳି କାର୍ଯ୍ୟ କେତେଦୂର ଗ୍ରହଣୀୟ, ତାହାକୁ ନେଇ ଏବେ ହିଞ୍ଜିଳିରେ ଚର୍ଚ୍ଚା ଜୋର୍‌ ଧରିଛି। ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ଗଞ୍ଜାମ ମାଟିରୁ ରାଜନୈତିକ ନେତୃତ୍ୱ ନେଇ ଓଡ଼ିଶାର ଶାସନ ଭାର ସମ୍ଭାଳିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନାମରେ ହିଞ୍ଜିଳିର ବିଭିନ୍ନ ସ୍ଥାନରେ “ମିସିଂ’ ପୋଷ୍ଟର ଲଗାଯିବା ଘଟଣାକୁ ନେଇ ଏଭଳି ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ପୋଷ୍ଟରକୁ ନେଇ ବିଜୁପ୍ରେମୀ ଓ ନବୀନଙ୍କ ସମର୍ଥକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଏହାକୁ ନିନ୍ଦା କରିଛନ୍ତି। ସେମାନଙ୍କ ମତରେ, ରାଜନୈତିକ ଭାବେ ନବୀନଙ୍କୁ ବିରୋଧ କରିବା, ତାଙ୍କ ନୀତି ଓ ନିଷ୍ପତ୍ତିକୁ ସମାଲୋଚନା କରିବା ବିରୋଧୀଙ୍କ ଅଧିକାର। କିନ୍ତୁ ଦୀର୍ଘବର୍ଷ ଧରି ରାଜ୍ୟର ନେତୃତ୍ୱ ନେଇଥିବା ଜଣେ ରାଜନୈତିକ ବ୍ୟକ୍ତିତ୍ୱଙ୍କୁ ଏଭଳି ଢଙ୍ଗରେ ଉପହାସ କରିବା ରାଜନୈତିକ ସଂସ୍କୃତିର କେଉଁ ପରିଚୟ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। 

ଆହୁରି ପଢ଼ନ୍ତୁ: ଗଞ୍ଜାମରେ ବନ୍ୟା ବିଭୀଷିକା: ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୀଷଣ ବର୍ଷା ଯୋଗୁଁ ୨୨ଟି ବ୍ଲକରେ ଜଳବନ୍ଦୀ ପରିସ୍ଥିତି

ଉଲ୍ଲେଖଯୋଗ୍ୟ, ହିଞ୍ଜିଳି କେବଳ ନବୀନ ପଟ୍ଟନାୟକଙ୍କ ରାଜନୈତିକ କର୍ମଭୂମି ନୁହେଁ; ବରଂ ଗଞ୍ଜାମ ଜିଲ୍ଲାରେ ତାଙ୍କ ଦୀର୍ଘ ରାଜନୈତିକ ଯାତ୍ରାର ଏକ ପ୍ରମୁଖ ଆଧାର ରହି ଆସିଛି। ଏହି ଅଞ୍ଚଳରୁ ନିର୍ବାଚିତ ହୋଇ ସେ ଦୀର୍ଘବର୍ଷ ଧରି ରାଜ୍ୟର ଶାସନ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ଶାସନ କାଳରେ ଗଞ୍ଜାମ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହୋଇଥିବା ବିକାଶମୂଳକ କାର୍ଯ୍ୟକୁ ତାଙ୍କ ସମର୍ଥକମାନେ ଉଲ୍ଲେଖ କରିଛନ୍ତି। ଏଭଳି ଜଣେ ନେତାଙ୍କୁ ନେଇ ମିସିଂ ପୋଷ୍ଟର ଲଗାଇବା ପଛରେ କେଉଁ ରାଜନୈତିକ ଉଦ୍ଦେଶ୍ୟ ରହିଛି ବୋଲି ପ୍ରଶ୍ନ ଉଠିଛି ।

ଆହୁରି ପଢ଼ନ୍ତୁ: ଜଳେଶ୍ୱରରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ବିଜେପି ନେତାଙ୍କ ଚାପରେ ପୁଲିସ ଅଭିଯୁକ୍ତଙ୍କୁ ଛାଡ଼ି ଦେଇଥିବା ବିଜେଡିର ଅଭିଯୋଗ

ବିଜୁପ୍ରେମୀଙ୍କ କହିବା ଅନୁଯାୟୀ, ନିର୍ବାଚନୀ ପରାଜୟ କିମ୍ୱା ରାଜନୈତିକ ପରିବର୍ତ୍ତନ ପରେ ବିଜୁ ଜନତା ଦଳର ବିରୋଧୀ ସେମାନଙ୍କ କାମ ଭୁଲି ଯାଇଛନ୍ତି। ବନ୍ୟାରେ ଲୋକଙ୍କୁ ତୁରନ୍ତ ସହଯୋଗ ଓ ସହାନୂଭୂତି ଦେବାରେ ଶାସକ ଦଳ ଫେଲ୍‌ ମାରିଛି। ପ୍ରତି ସ୍ଥାନରେ ଶାସକ ଦଳର ମନ୍ତ୍ରୀ, ବିଧାୟକଙ୍କୁ ବିରୋଧ ହେଉଛି। ଏହାକୁ ଏଡ଼ାଇବା ପାଇଁ ବିଜେପିର ଏହା ଏକ ପ୍ରାୟୋଜିତ ନାଟକ ବୋଲି ବିଜୁ ଜନତା ଦଳର ନେତାମାନେ ଥାନାରେ ଅଭିଯୋଗ କିରଛନ୍ତି। ବିକାଶ, ବେକାରି, ଚାଷୀଙ୍କ ସମସ୍ୟା ଓ ଜନସ୍ୱାର୍ଥ ପ୍ରସଙ୍ଗରେ ଲଢେ଼ଇ କରିବା ପରିବର୍ତ୍ତେ ବ୍ୟକ୍ତିଗତ ଆକ୍ଷେପକୁ ଗୁରୁତ୍ୱ ଦେବା ଶାସକ ଦଳର ଦୁର୍ବଳ ରାଜନୈତିକ ରଣନୀତିକୁ ପ୍ରତିଫଳିତ କରୁଛି। ଏହାଦ୍ୱାରା ରାଜନୈତିକ ଲାଭ ଅପେକ୍ଷା ଶାସକ ଦଳ ବିରୋଧରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବ ବୋଲି ସେମାନେ ମତ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଗଞ୍ଜାମ ବନ୍ୟା ପରିସ୍ଥିତି ସମ୍ପର୍କରେ ଜିଲ୍ଲପାଳଙ୍କଠାରୁ ପଚାରି ବୁଝିଲେ ନବୀନ, ଲୋକଙ୍କ ଦୁଃଖ ସମୟରେ ସେବା ଯୋଗାଇବାକୁ କର୍ମୀଙ୍କୁ ପରାମର୍ଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର