ବରଗଡ଼

ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ.....

ବରଗଡ଼: ବରଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଖୁଣ୍ଟପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗଂଝିଆଟିକ୍ରା ଠାରେ ବୃଦ୍ଧ ଦମ୍ପତି ଏକ ଘର ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛ। ଏହି ଘଟଣାଟି ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ଗତକାଲି ସନ୍ଧ୍ୟା ସମୟରେ ଆତ୍ମହତ୍ୟା କରିଥିବା  ପ୍ରାଥମିକ ସୂଚନା ରହିଥିବା ବେଳେ ମୃତ୍ୟୁର...
ଓଡ଼ିଶା  ବରଗଡ଼ 

ସୁଦୃଢ଼ ହେବ ଭୁବନେଶ୍ୱରର ସହରାଞ୍ଚଳ ଯୋଜନା, ଟିପି-୮ ଡ୍ରାଫ୍ଟକୁ ସରକାରୀ ଅନୁମୋଦନ...

ଭୁବନେଶ୍ୱର: ରାଜଧାନୀର ଯୋଜନାବଦ୍ଧ ସହରୀ ବିକାଶ ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାର ସହର ପରିକଳ୍ପନା ଯୋଜନା (ଟିପି) ଯୋଜନା-୮ର ଡ୍ରାଫ୍ଟ ଯୋଜନାକୁ ଅନୁମୋଦନ ଦେଇଛନ୍ତି। ଏହି ସମ୍ପର୍କିତ ଏକ ସରକାରୀ ବିଜ୍ଞପ୍ତି ଓଡ଼ିଶା ଗେଜେଟରେ ପ୍ରକାଶିତ ହୋଇଛି। ସମ୍ପୃକ୍ତ ଯୋଜନାଟି ଅନ୍ଧାରୁଆ ଓ ଦାସପୁର ମୌଜାରେ ୫୬୦.୮୬ ଏକର ଜମିରେ କାର୍ଯ୍ୟକାରୀ...
ଓଡ଼ିଶା  ବରଗଡ଼ 

ନିଶ୍ଚେତକ ଦେବା ପରେ ଅସ୍ତ୍ରୋପଚାର ମେସିନ ଅଚଳ, ଅଚେତ ଅବସ୍ଥାରେ ୭ଘଣ୍ଟା ଶୋଇ ରହିଲେ ୨୭ ମହିଳା

ବରଗଡ଼: ନିଶ୍ଚେତକ ଦେବା ପରେ ଅଚଳ ହୋଇଗଲା ଅସ୍ତ୍ରୋପଚାର ମେସିନ୍‌। ଜଣେ କି ଦୁଇଜଣ ନୁହେଁ, ସମୁଦାୟ ୨୭ଜଣ ମହିଳା ସେମିତି ୭ ଘଣ୍ଟା ଧରି ବେଡ୍‌ ଉପରେ ଅଚେତ ଅବସ୍ଥାରେ ପଡ଼ି ରହିଲେ। ଏପଟେ ଭୟ, ଆଶଙ୍କା ମଧ୍ୟରେ ସେମାନଙ୍କ ପରିବା ରଲୋକ ଘାଣ୍ଟି ଚକଟି ହେଲେ। ବିଭିନ୍ନ ସମୟରେ ବିବାଦରେ ରହିଆସୁଥିବା ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଗତକାଲି ପୁଣି ଏମିତି ଏକ ସାଂଘାତିକ ଅଭିଯୋଗ ଆସିଛି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର […]
ଓଡ଼ିଶା  ବଡ ଖବର  ବରଗଡ଼ 

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପୁଲିସ…

ବରଗଡ଼: ବରଗଡ଼ ଜିଲ୍ଲା ବିଜେପୁର ଥାନାର ଜଗା ବରିହା ନାମକ ଜଣେ ପୁଲିସ ଏସ୍ଆଇ ଜଣେ ସ୍କ୍ରାପ୍ ଡିଲରଙ୍କଠାରୁ ୭,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଆଜି ବିଜେପୁର ଥାନା ଏସ୍ଆଇ ଜଗା ବରିହା, ଜଣେ ସ୍କ୍ରାପ୍ ଡିଲର (ଅଭିଯୋଗକାରୀ)ଙ୍କଠାରୁ ୭,୦୦୦ ଟଙ୍କା ଲାଞ୍ଚ ମାଗୁଥିବା ଏବଂ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଅଭିଯୁକ୍ତ ଏସ୍ଆଇ ଶ୍ରୀ ବରିହା ଅଭିଯୋଗକାରୀଙ୍କଠାରୁ ୧୦,୦୦୦ ଟଙ୍କା ଲାଞ୍ଚ ଦାବି […]
ଓଡ଼ିଶା  ବଡ ଖବର  ବରଗଡ଼ 

ନାବାଳିକା ଆତ୍ମାହୁତି ଉଦ୍ୟମ ଘଟଣା : ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ବରଗଡ଼: ବୁର୍ଲା ମେଡିକାଲ୍‌ରେ ଚିକିତ୍ସାଧୀନ ବରଗଡ଼ର ଅର୍ଦ୍ଧଦଗ୍ଧ ନାବାଳିକାଙ୍କ ମୃତ୍ୟୁ ହୋଇଛି। ବରଗଡ଼ ଫିରିଙ୍ଗିମାଳ ଗାଁରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିବା ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି କରଯାଇଥିଲା। ହେଲେ ଚିକିତ୍ସାଧିନ ଅବସ୍ଥାରେ ନାବାଳିକର ମୃତ୍ୟୁ ହୋଇଛି। ଡାକ୍ତର ମୃତ ଘୋଷଣା କରିଥିବା ନେଇ ସୂଚନା ଦେଇଛନ୍ତି ବରଗଡ଼ ଦାୟିତ୍ବରେ ଥିବା ବଲାଙ୍ଗିର ଏସ୍‌ପି ଅଭିଳାଷ.ଜି। ଆଜି ସକାଳୁ ଗାଇସିଲଟ ଥାନା ଫିରିଙ୍ଗିମାଳ ଗାଁରେ ୧୩ ବର୍ଷର ନାବାଳିକାଙ୍କୁ କିଏ ପୋଡ଼ି ଦେଇଥିବା ଅଭିଯୋଗ ହୋଇଥିଲା । […]
ଓଡ଼ିଶା  ବଡ ଖବର  ବରଗଡ଼ 

ପୁଣି ନାବାଳିକାଙ୍କ ଆତ୍ମାହୁତି ଉଦ୍ୟମ, ଫୁଟବଲ୍‌ ପଡ଼ିଆରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର

ବରଗଡ଼: ବାଲେଶ୍ବର-ବଳଙ୍ଗା-ବଡ଼ପଡ଼ା ପରେ ଆଜି ବରଗଡରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର। ବରଗଡ଼ ଗାଇସିଲେଟ ବ୍ଲକ ଫିରିଙ୍ଗିମାଳ ଗାଁରେ ପେଟ୍ରୋଲ ଢ଼ାଳି ଜଣେ ନାବାଳିକା ଆତ୍ମାହୁତି ଉଦ୍ୟମ କରିଛନ୍ତି । ନାବାଳିକା ଜଣକ ନିଜ ଦେହରେ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି । ମାମୁଁ ଘର ପଛ ପଟରେ ଥିବା ଫୁଟବଲ୍ ପଡ଼ିଆରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ଛାତ୍ରୀ ଜଣକ ଜଳିଗଲେ ନା କେହି ନିଆଁ ଲଗାଇ ଦେଇଛନ୍ତି ତାହା ଅସ୍ପଷ୍ଟ […]
ଓଡ଼ିଶା  ବଡ ଖବର  ବରଗଡ଼ 

ଭିଜିଲାନ୍ସ ଜାଲରେ ବରଗଡ଼ ଜିଲା ଗାଇସିଲଟ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ

ବରଗଡ: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ। ଗାଇସିଲଟ୍ ବ୍ଲକର କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ୍ ଭିଜିଲାନ୍ସ ଜାଲରେ ପଡିଛନ୍ତି।  ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଛି। ତାଙ୍କ ବାସଭବନ ସମେତ କାର୍ଯ୍ୟାଳୟରେ ଚଢାଉ ଜାରି ରହିଛି। ମହିଳା କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ ଗତ ଏକ ବର୍ଷ ହେବ ଚାକିରିରେ ଯୋଗଦାନ କରିଥିଲେ। ଦରମା ବାହାରେ ଅଧିକ ଅର୍ଥ ଉପାର୍ଜନର ଲୋଭ ଆଜି ସସ୍ମିତାଙ୍କୁ ମହଙ୍ଗା ପଡ଼ିଛି। ମନରେଗା କାମ […]
ଓଡ଼ିଶା  ବରଗଡ଼ 

ଚିକିତ୍ସା ପାଇଁ ବନ୍ଧା ପଡ଼ିଛି ଦିବ୍ୟାଙ୍ଗ ଦମ୍ପତିଙ୍କ ରାସନ୍‌ କାର୍ଡ, ଦାଦନ ଖଟିବାକୁ ଯାଇ ପୁଅର ପତ୍ତା ମିଳୁନି …

ବରଗଡ଼: ବରଗଡ଼ ଜିଲ୍ଲା ପଥର୍ଲା ପଞ୍ଚାୟତ ତୁରୁଙ୍ଗା ଗ୍ରାମର ଇଲାଚି କୁମ୍ଭାର (୬୦) ଓ ସ୍ୱାମୀ ଦୁର୍ଗା କୁମ୍ଭାର (୬୫) ଏବେ ଅସହାୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ଦୁଃଖ, କଷ୍ଟ ତଥା ଯନ୍ତ୍ରଣାରେ ଛଟପଟ ହୋଇ ଦୁହେଁ କେବଳ ମୃତ୍ୟୁକୁ ଚିତ୍କାର କରି ଡାକୁଛନ୍ତି। ୯ ମାସ ତଳେ ଇଲାଚିଙ୍କ ପେଟ ରୋଗ ହୋଇଥିବା ବେଳେ ଚିକିତ୍ସା ପାଇଁ ପାଖରେ ଟଙ୍କାଟିଏ ମଧ୍ୟ ନଥିଲା। ଶେଷରେ ରାସନ୍‌ କାର୍ଡକୁ ଜଣଙ୍କ ପାଖେ ୫ହଜାର ଟଙ୍କାରେ ବନ୍ଧା ପକାଇ […]
ଓଡ଼ିଶା  ବଡ ଖବର  ବରଗଡ଼ 

କାର୍-ଟ୍ରକ ଧକ୍କା: ମାଆପୁଅଙ୍କ ସହ କାର୍ ଚାଳକଙ୍କ ମୃତ୍ୟୁୁ

ବରଗଡ଼଼: ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ସାନଜୋରଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଟ୍ରକକୁ ପଛରୁ ଗୋଟିଏ କାର୍ ଧକ୍କା ଦେଇଛି। ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ମାଆପୁଅଙ୍କ ସହ କାର ଚାଳକଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଥିଲେ। ୨ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ଓଡ଼ିଶା  ବରଗଡ଼ 

ତେଜୁଛି ଧାନ କିଣା ଅସନ୍ତୋଷ : ହକ୍‌ ମାଗୁଛନ୍ତି ଅନ୍ନଦାତା, ମଣ୍ଡିରେ ପଡ଼ିଛି ଧାନ, ରାସ୍ତାରେ ରଡୁଛି ଚାଷୀ

ବଲାଙ୍ଗିର/ ଭେଡେନ : ରାଜ୍ୟରେ ବିଜେପି ସରକାର ଆସିବା ପରେ ବିନା କଟ୍‌ନି ଛଟନିରେ ଚାଷୀଙ୍କ ଧାନ କିଣାଯିବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ବିଜେପି ସରକାର ଦେଇଥିବା କଥା ପାଣିରଗାର ପାଲଟିଛି। ଧାନକିଣା ଶୁଭାରମ୍ଭ ହେବାର ଦୁଇ ସପ୍ତାହ ବିତିଯାଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା ସମସ୍ତ ମଣ୍ଡିରେ ଧାନକିଣା। ଆରମ୍ଭ ହୋଇପାରିନି। ଯେଉଁ କିଛି ପାକ୍ସରେ ଧାନ କିଣା ଯାଉଛି ସେଠାରେ ୫/୬ କେଜି କଟ୍‌ନିଛଟନି କରାଯାଉଛି। କେବଳ ଏତିକି ନୁହେଁ ଅଖା ବସ୍ତା ସମସ୍ୟା […]
ଓଡ଼ିଶା  ବଲାଙ୍ଗୀର  ବରଗଡ଼ 

ପ‌ଶ୍ଚିମ ଓଡ଼ିଶାରେ ଚାଷୀଙ୍କୁ ସରକାରୀ ନିର୍ଯାତନା : ଦଲାଲଙ୍କୁ ଧାନ ବିକୁଛନ୍ତି ଚାଷୀ

ବରଗଡ଼/ ବଲାଙ୍ଗିର : ଧାନକିଣାକୁ ନେଇ ପଶ୍ଚିମ ଓଡ଼ିଶାରେ ବିଚିତ୍ର ପରିସ୍ଥିତି ଦେଖିବାକୁ ମିଳିଛି। ବିଶେଷ କରି ବରଗଡ଼ ଏବଂ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ମଣ୍ଡିରେ ଅଜବ ଅବସ୍ଥା ଦେଖିବାକୁ ମିଳୁଛି। କେଉଁଠି ମୋଟେ ଧାନ ନ ଥିବା ବେଳେ କେଉଁଠି ଗଦା ହୋଇଥିବା ଧାନ ଏଯାବତ୍‌ ଉଠିନାହିଁ। ଏଫଏକ୍ୟୁ ନାଁରେ ଗ୍ରେନ୍‌ ଆନାଲାଇଜର ମେସିନ ଲଗାଇ ଧାନ ପରୀକ୍ଷା ବାହାନାରେ ଚାଷୀଙ୍କୁ ଅଯୋଗ୍ୟ ଧାନ କହି ଡରାଉଛନ୍ତି। ଫଳରେ ଚାଷୀ ଆଉ ମଣ୍ଡିକୁ ଧାନ ନ […]
ଓଡ଼ିଶା  ବଡ ଖବର  ବଲାଙ୍ଗୀର  ବରଗଡ଼ 

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଶୁଭଖୁଣ୍ଟି ସ୍ଥାପନ

ବରଗଡ଼: ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଆଜି ସ୍ଥାପନ ହୋଇଛି ଶୁଭଖୁଣ୍ଟି। ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ମନ୍ଦିରରେ କଂସ ଭୂମିକାରେ ଅଭିନୟ କରୁଥିବା କଳାକାର ଭୁବନେଶ୍ୱର ପ୍ରଧାନ ଦେବୀ ମାଆ ସମଲେଶ୍ୱରୀଙ୍କ ଠାରୁ ଆଜ୍ଞାମାଳ ନେଇଥିଲେ। ଧନୁଯାତ୍ରା କମିଟି ଦ୍ୱାରା ପୂଜା ଅର୍ଚ୍ଚନା ପରେ ବିରାଟ ଶୋଭାଯାତ୍ରାରେ ବାହାରି ହାଟପଦା ସ୍ଥିତ ସଞ୍ଚାର ମଣ୍ଡପ ଠାରେ  ଶୁଭଖଣ୍ଟି ସ୍ଥାପନ କରାଯାଇଛି। ସୂଚନା ଅନୁଯାୟୀ, ଆସନ୍ତା ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ ବିଶ୍ବ […]
ଓଡ଼ିଶା  ବଡ ଖବର  ବରଗଡ଼