କଟକରେ ବାଣ ଫୁଟାଇବାକୁ ବାରଣ କରିବାରୁ ମହିଳା ACPଙ୍କୁ ଦୁର୍ବ୍ୟବହାର: ୪ ଜଣ ଗିରଫ

Madhusudan Das Picture
Published On

କଟକ: ଦିପାବଳୀ ସମୟରେ ନିର୍ଦ୍ଧାରିତ ସମୟ ପରେ ବାଣ ଫୁଟାଇବାକୁ କେନ୍ଦ୍ର କରି ଜଣେ ମହିଳା ପୋଲିସ ଅଫିସରଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଅଭିଯୋଗରେ କଟକ କମିଶନରେଟ୍ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ସହକାରୀ ପୋଲିସ କମିଶନର (ଏସିପି) ଅନନ୍ୟା ଅବସ୍ତିଙ୍କୁ ମାଡ଼ ମରାଯିବା ଓ ଦୁର୍ବ୍ୟବହାର କରାଯାଇଥିବା ନେଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନା ଅନୁସାରେ, ରବିବାର ଦିପାବଳୀ ଉତ୍ସବ ସମୟରେ କଟକର ନୂଆସଡ଼କ ଅଞ୍ଚଳରେ ବାଣ ଫୁଟାଇବାକୁ ନେଇ ସ୍ଥାନୀୟ ବାସିନ୍ଦା ଓ ପୋଲିସ ମଧ୍ୟରେ ବଚସା ହୋଇଥିଲା। 

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି: ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

୨୦୨୨ ବ୍ୟାଚର ଆଇପିଏସ ଅଫିସର ଅନନ୍ୟା ଅବସ୍ତି କଟକ ନୟାସଡକ ଅଞ୍ଚଳରେ ନିର୍ଦ୍ଧାରିତ ସମୟ ପରେ ବାଣ ଫୁଟାଇବାକୁ ବାରଣ କରିବା ସହ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଏହାକୁ ନେଇ କିଛି ଲୋକଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ଏକ ଶାରୀରିକ ସଂଘର୍ଷର ରୂପ ନେଇଥିଲା। ଘଟଣା ସ୍ଥଳରେ ଥିବା ପୋଲିସ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମଧ୍ୟ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। 

ଆହୁରି ପଢ଼ନ୍ତୁ: ୨୪ ମାସରେ କିପରି ଭୁଶୁଡ଼ି ଗଲା ୨୪ ବର୍ଷର ସଫଳ ବିପର୍ଯ୍ୟୟ ପରିଚାଳନା ପ୍ରଣାଳୀ: ସୁଜାତା

ଏହି ଘଟଣାରେ ଲାଲବାଗ ଥାନା ପୋଲିସ ତଦନ୍ତ କରି ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। କଟକ ଡିସିପି ଖିଲାରୀ ଋଷିକେଶ ଜ୍ଞାନଦେଓ ଏହି ଗିରଫଦାରୀ ସମ୍ପର୍କରେ ସୂଚନା ଦେଇଛନ୍ତି। ଘଟଣାସ୍ଥଳର ସିସିଟିଭି ଫୁଟେଜ ଏବଂ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓକୁ ଯାଞ୍ଚ କରି ପୋଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲା। ପୂର୍ବରୁ ଏହି ମାମଲାରେ ପୋଲିସ ୯ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା। 

ଆହୁରି ପଢ଼ନ୍ତୁ: ଲାଞ୍ଚ ନେଇ ORS ଅଧିକାରୀ ଗିରଫ: ବିଭାଗୀୟ ସହକର୍ମୀଙ୍କୁ ଚିଠି ଲେଖିଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ; ଚାକିରି କାଳରେ ସ୍ୱଚ୍ଛତା ବଜାଇ ରଖିବାକୁ ଅପିଲ୍‌

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର