ନୂଆ ବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଧାଡ଼ି ଦର୍ଶନ' ବ୍ୟବସ୍ଥା: ଆଇନ ମନ୍ତ୍ରୀ

Madhusudan Das Picture
Published On

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଆସନ୍ତା ନୂଆ ବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ 'ଧାଡ଼ି ଦର୍ଶନ' ବ୍ୟବସ୍ଥା ପ୍ରଚଳନ କରାଯିବ ବୋଲି ଶୁକ୍ରବାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ପବିତ୍ର କାର୍ତ୍ତିକ ମାସ ଶେଷ ହେବା ପରେ ଏବଂ ଜାନୁଆରୀ ପହିଲା ପୂର୍ବରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଗାଁକୁ ନାହିଁ ରାସ୍ତା, ଖଟିଆ ପାଲଟିଲା ଆମ୍ବୁଲାନ୍ସ: ଉଛୁଳା ନାଗାବଳୀ ନଦୀ ପାର ହୋଇ ଚିକିତ୍ସା ପାଇଁ ଗଲେ ରୋଗୀ

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରସ୍ତାବିତ ଯୋଜନା ଅନୁଯାୟୀ, ଶ୍ରୀମନ୍ଦିର ଭିତରେ ୮ଟି ରାମ୍ପ ନିର୍ମାଣ କରାଯିବ, ଯାହାଦ୍ୱାରା ଭକ୍ତମାନେ ଏକାସାଙ୍ଗରେ ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ। ଏହି ନୂଆ ବ୍ୟବସ୍ଥା ଫଳରେ ପ୍ରତି ଘଣ୍ଟାରେ ପ୍ରାୟ ୧୦,୦୦୦ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ। ଏହି କ୍ୟୁ କମ୍ପ୍ଲେକ୍ସଟି ଗରୁଡ଼ ସ୍ତମ୍ଭ ଏବଂ ବାହାର କାଠ ମଧ୍ୟରେ ନିର୍ମାଣ କରାଯିବ।

ଆହୁରି ପଢ଼ନ୍ତୁ: ସୁରଭି କାର୍ଯ୍ୟକ୍ରମରେ ପିଲାଙ୍କ ସୁରକ୍ଷାକୁ ଅଣଦେଖା!

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଏହି ରାମ୍ପଗୁଡ଼ିକ ଏକ 'କୋଲାପସିବଲ୍ ବ୍ରିଜ୍' ପଦ୍ଧତିରେ କାର୍ଯ୍ୟ କରିବ। ଦର୍ଶନ ସମୟରେ ଏହି ରାମ୍ପଗୁଡ଼ିକୁ ଖୋଲାଯିବ ଏବଂ ମହାପ୍ରଭୁଙ୍କ ନୀତିକାନ୍ତି ସମୟରେ ଏହାକୁ ବନ୍ଦ କରିଦିଆଯିବ। ଆଇଆଇଟି ଭୁବନେଶ୍ୱରର ବୈଷୟିକ ସହାୟତାରେ ଏହାର ଡିଜାଇନ୍ ପ୍ରସ୍ତୁତ କରାଯାଇଛି। ଖୁବଶୀଘ୍ର ଛତିଶା ନିଯୋଗ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ଏହି ନୂଆ ବ୍ୟବସ୍ଥାର ସମୀକ୍ଷା କରିବେ। ସେମାନଙ୍କ ଅନୁମୋଦନ ମିଳିବା ପରେ ଏହାକୁ ବିଧିବଦ୍ଧ ଭାବେ ଲାଗୁ କରାଯିବ।

ଆହୁରି ପଢ଼ନ୍ତୁ: ହିଞ୍ଜିଳିରେ ପୋଷ୍ଟର ରାଜନୀତିକୁ ବିଜୁପ୍ରେମୀଙ୍କ ନିନ୍ଦା; ଦୁଇ ଦଶନ୍ଧିର ନେତୃତ୍ୱକୁ ଅପମାନିତ କରିବା ଉଦ୍ୟମ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର