ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ ଉଦ୍ୟମ: ଶଳାକୁ ପଥରରେ ଛେଚି ହତ୍ୟା କଲା ପିଶାଚ ଭିଣୋଇ !

Madhusudan Das Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ଭିଏସଏସ ନଗର ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ଜଣେ ବ୍ୟକ୍ତି ନିଜ ଶଳାକୁ ପଥରରେ ଛେଚି ହତ୍ୟା କରିବା ପରେ ଏହାକୁ ଏକ ରେଳ ଦୁର୍ଘଟଣାର ରୂପ ଦେବା ପାଇଁ ଶବକୁ ରେଳ ଧାରଣାରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ସହିଦ ନଗର ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି। 

ଆହୁରି ପଢ଼ନ୍ତୁ: କନ୍ଧମାଳ ଭୂସ୍ଖଳନରେ ପ୍ରାଣହାନି ଘଟଣାରେ ଶୋକ ପ୍ରକାଶ କଲେ ନବୀନ ପଟ୍ଟନାୟକ; ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସରକାରଙ୍କୁ ଅନୁରୋଧ

ଅଭିଯୁକ୍ତର ନାମ ସୁରେଶ ସିଂ ବୋଲି ଜଣାପଡିଛି, ଯିଏ ମୂଳତଃ ନେପାଳର ବାସିନ୍ଦା। ସେ ଭୁବନେଶ୍ୱରର ଭିଏସଏସ ନଗର ସ୍ଥିତ ତାରିଣୀ ବସ୍ତିରେ ନିଜ ପତ୍ନୀଙ୍କ ସହ ରହୁଥିଲେ। ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ସୁରେଶ ତାଙ୍କୁ ଦୀର୍ଘ ଦିନ ଧରି ମାଡ଼ପିଟ୍ ଓ ନିର୍ଯାତନା ଦେଇ ଆସୁଥିଲେ। ସ୍ୱାମୀଙ୍କ ଅତ୍ୟାଚାର ସହି ନପାରି ପତ୍ନୀ ଶେଷରେ ବାପଘରକୁ ଚାଲି ଯାଇଥିଲେ।  

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା ! ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ଘନୀଭୂତ ହେବା ନେଇ IMDର ସୂଚନା

ମୃତକ ପଥାନୀ ସାହୁ ମଧ୍ୟ ସେହି ଅଞ୍ଚଳରେ ରହୁଥିଲେ ଏବଂ ସେ ନିଜ ଭଉଣୀ ଓ ଭିଣୋଇଙ୍କ ମଧ୍ୟରେ ଥିବା ବିବାଦର ସମାଧାନ କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ସୁରେଶ ଏଥିରେ ଉତକ୍ଷିପ୍ତ ହୋଇ ପଥାନୀଙ୍କୁ ମଧ୍ୟ ସନ୍ଦେହ କରିବାକୁ ଲାଗିଥିଲେ। ଏକ ଉତ୍ତେଜନାମୟ ମୁହୂର୍ତ୍ତରେ ସୁରେଶ ଏକ ପଥରରେ ପଥାନୀଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ। ଅପରାଧ ଲୁଚାଇବା ପାଇଁ ସେ ମୃତଦେହକୁ ନିକଟସ୍ଥ ରେଳ ଧାରଣାରେ ଫିଙ୍ଗି ଦେଇଥିଲେ ଯେପରି ଏହା ଏକ ଦୁର୍ଘଟଣା ଭଳି ମନେହେବ। ପୋଲିସ ଏହି ମାମଲାରେ ସୁରେଶକୁ ହେପାଜତକୁ ନେଇ ଅଧିକ ପଚରାଉଚରା ଜାରି ରଖିଛି।

ଆହୁରି ପଢ଼ନ୍ତୁ: ମଧ୍ୟରାତିରେ ଆଠଗଡ଼ରେ ହାତୀ ଆତଙ୍କ: ବାରିକେଡ୍ ଭାଙ୍ଗି ଏନଏଚ-୫୫ ପାର୍ ହେଲା ଗଜରାଜ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର