୭୦ କୋଟି ଟଙ୍କା ଠକେଇ ଅଭିଯୋଗ: ଟ୍ରେଡିଂ କମ୍ପାନୀର ଓଡ଼ିଶା ମୁଖ୍ୟ ଈଶ୍ୱର ବନ୍ଧାଣୀଙ୍କ ବାସଭବନରେ ଇଡି ଚଢ଼ାଉ

Madhusudan Das Picture
Published On

ବାରିପଦା: ପ୍ରାୟ ୭୦ କୋଟି ଟଙ୍କାର ବଡ଼ଧରଣର ଆର୍ଥିକ ଠକେଇ ମାମଲାରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ବିଶୋଳ ଗ୍ରାମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ବୁଧବାର ଜୋରଦାର ଚଢ଼ାଉ କରାଯାଇଛି। କୋଲକାତାର ଏକ ଟ୍ରେଡିଂ କମ୍ପାନୀର ଓଡ଼ିଶା ମୁଖ୍ୟ ଈଶ୍ଵର ବିନ୍ଧାଣୀଙ୍କ ବାସଭବନରେ ଏହି ରେଡ୍ ଚାଲିଛି।

ଆହୁରି ପଢ଼ନ୍ତୁ: ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ସରକାର ସଂପୂର୍ଣ୍ଣ ବିଫଳ: ମାନସ ରଞ୍ଜନ ମଙ୍ଗରାଜ

ମିଳିଥିବା ସୂଚନା ଅନୁଯାୟୀ, କୋଲକାତା ଭିତ୍ତିକ ଟ୍ରେଡିଂ କମ୍ପାନୀ ନାଁରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସାଧାରଣ ଲୋକଙ୍କ ଠାରୁ ପ୍ରାୟ ୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ରହିଛି। ଏହି ମାମଲାର ତଦନ୍ତ କ୍ରମରେ ଇଡିର ଏକ ୩ ଜଣିଆ ଟିମ୍ ସହିତ ୨ ଜଣ ବ୍ୟାଙ୍କ ଅଧିକାରୀ ଏବଂ ସ୍ଥାନୀୟ ପୁଲିସ ବିଶୋଳ ଗାଁ ସ୍ଥିତ ଈଶ୍ଵରଙ୍କ ଘରେ ଅତର୍କିତ ଚଢ଼ାଉ କରିଛନ୍ତି।

ଆହୁରି ପଢ଼ନ୍ତୁ: ଲାଞ୍ଜିଗଡ଼ ସ୍ଥିତ ଭିଏଏମ୍ଏଲ୍ ଦକ୍ଷତା କେନ୍ଦ୍ରର ସଦ୍ୟତମ ବ୍ୟାଚ୍ ଅଗ୍ରଣୀ କମ୍ପାନୀଗୁଡ଼ିକରେ ପାଇଲେ ନିଯୁକ୍ତି

ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ବ୍ୟାଙ୍କ ଜମା ଖାତା ଏବଂ ଆର୍ଥିକ କାରବାର ସଂକ୍ରାନ୍ତୀୟ ତଥ୍ୟ ଯାଞ୍ଚ କରାଯାଉଥିବା ଜଣାପଡ଼ିଛି। ଏହି ଠକେଇ ନେଟୱାର୍କରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ଟଙ୍କା କେଉଁ କେଉଁ ଖାତାକୁ ସ୍ଥାନାନ୍ତର ହୋଇଛି, ସେନେଇ ଅଧିକାରୀମାନେ ଖୋଳତାଡ଼ ଜାରି ରଖିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।

ଆହୁରି ପଢ଼ନ୍ତୁ: ପାଣିପାଗ ବିଭାଗର ଆଗୁଆ ସତର୍କ ସୂଚନା ସତ୍ତ୍ୱେ କାହିଁକି ହେଲାନି ଆଗୁଆ ପ୍ରସ୍ତୁତି? ଗଞ୍ଜାମ ବନ୍ୟାକୁ ନେଇ ବିଜେଡି ନେତ୍ରୀ ସୁଜାତା ରାଉତଙ୍କ ପ୍ରଶ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର