ପଥଭ୍ରଷ୍ଟ ଶିଶୁଙ୍କୁ ରାହା ଦେଖାଉଛି ‘ସମ୍ୟକ ସମାନତା’ : ବଦଳି ଯାଇଛି ଫୁଟ୍‍ପାଥ୍‍ ପାଠପଢ଼଼ାର ଠିକଣା

The Sakala Picture
Published On

ଭୁବନେଶ୍ୱର : ରାଜଧାନୀ ରାସ୍ତାକଡ଼ାରେ ଅନେକ ଶିଶୁ ନିଜର ଶୈଶବକୁ ହରାଇ ବଞ୍ଚିବାର ରାହା ଖୋଜୁଛନ୍ତି। କିଏ ବସ୍ତିରେ ତ କିଏ ଫୁଟ୍‍ପାଥ୍‍ରେ ଅବହେଳିତ ଅବସ୍ଥାରେ ଜୀବନ ବିତାଉଛନ୍ତି। ଆଉ ଏହି ପିଲାମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ କିଛି ସ୍ୱେଚ୍ଛାସେବୀ ଏବଂ ସାମାଜିକ ଅନୁଷ୍ଠାନ ସେମାନଙ୍କର ବଞ୍ଚିବାର ଅଧିକାରକୁ ସାବ୍ୟସ୍ତ କରିଛନ୍ତି। ସରକାରଙ୍କ ନିଶ୍ଚିତ ଶିକ୍ଷା ଯୋଜନା, ସର୍ବଶିକ୍ଷା ଅଭିଯାନ କେଉଁଠି ବାଟବଣା ହୋଇଛି ତ ଆଉ କେଉଁଠି ସବୁ ସୁବିଧା ଥାଇ ମଧ୍ୟ ପିଲାମାନେ […]

ଭୁବନେଶ୍ୱର : ରାଜଧାନୀ ରାସ୍ତାକଡ଼ାରେ ଅନେକ ଶିଶୁ ନିଜର ଶୈଶବକୁ ହରାଇ ବଞ୍ଚିବାର ରାହା ଖୋଜୁଛନ୍ତି। କିଏ ବସ୍ତିରେ ତ କିଏ ଫୁଟ୍‍ପାଥ୍‍ରେ ଅବହେଳିତ ଅବସ୍ଥାରେ ଜୀବନ ବିତାଉଛନ୍ତି। ଆଉ ଏହି ପିଲାମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ କିଛି ସ୍ୱେଚ୍ଛାସେବୀ ଏବଂ ସାମାଜିକ ଅନୁଷ୍ଠାନ ସେମାନଙ୍କର ବଞ୍ଚିବାର ଅଧିକାରକୁ ସାବ୍ୟସ୍ତ କରିଛନ୍ତି। ସରକାରଙ୍କ ନିଶ୍ଚିତ ଶିକ୍ଷା ଯୋଜନା, ସର୍ବଶିକ୍ଷା ଅଭିଯାନ କେଉଁଠି ବାଟବଣା ହୋଇଛି ତ ଆଉ କେଉଁଠି ସବୁ ସୁବିଧା ଥାଇ ମଧ୍ୟ ପିଲାମାନେ ପାଠପଢ଼଼ାରୁ ବଞ୍ଚିତ ହେଉଛନ୍ତି। ସେହି ପିଲାମାନଙ୍କ ପାଇଁ ଭିନ୍ନ ଏକ ସମାଜସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି କିଛି ଯୁବଗୋଷ୍ଠୀ। ‘ସମ୍ୟକ ସମାନତା’ ନାମକ ଏକ ଅନୁଷ୍ଠାନ କରି ୩ଜଣ ଯୁବକ ଫୁଟ୍‍ପାଥ୍‍ ତଥା ରାସ୍ତାକଡ଼ରେ ଜୀବନ ବିତାଉଥିବା ପିଲାମାନଙ୍କ ଜୀବନ ଆଲୋକିତ କରିବା ପାଇଁ ମଙ୍ଗ ଧରିଛନ୍ତି।

ଆହୁରି ପଢ଼ନ୍ତୁ: କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି ବେଦାନ୍ତର ପ୍ରକଳ୍ପ ସଙ୍ଗମ

ସେମାନେ ହେଲେ ସାୟନ୍ତନ ପଣ୍ଡା, ଶିଶିର କୁମାର ପାଠୀ, ଲକ୍ଷ୍ମୀକାନ୍ତ ପରିଡ଼ା। ବିଭିନ୍ନ କାରଣରୁ ପାଠପଢ଼଼ାରୁ ବିଚ୍ୟୁତ ହେଉଥିବା ପିଲାଙ୍କ ପାଖରେ ପହଞ୍ଚି ସେମାନଙ୍କୁ ବଞ୍ଚିବାର ରାହା ଦେଖାଇ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଇବାକୁ ଆରମ୍ଭ କରିଛନ୍ତି ଉଦ୍ୟମ। ଅନେକ ଗରିବ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଦେବା ସହ କାମ କରି ପେଟ ପୋଷିବା ଆଶାରେ ଦଲାଲଙ୍କ ଶିକାର ହୋଇ ନିଶା କାରବାରରେ ଲିପ୍ତ ରହୁଛନ୍ତି। କିଛି ପିଲା ଏବେ ବି ରେଳ ଷ୍ଟେସନ୍‍ ନିକଟରେ ବିପଦପୂର୍ଣ୍ଣ ଜୀବନ ବିତାଉଛନ୍ତି। ଏହି ସମୟରେ ପିଲାମାନଙ୍କ ପାଇଁ ହାତ ବଢ଼଼ାଇଛନ୍ତି ସେମାନେ। ସେମାନଙ୍କ ଦୈନନ୍ଦିନ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ସହିତ ସବୁସମୟରେ ସକାରାତ୍ମକ ଚିନ୍ତାଧାରା ରଖିବା ପାଇଁ ସେ ପିଲାମାନଙ୍କୁ ବୁଝାଇ ଆସୁଛନ୍ତି। ୨୦୧୨ ମସିହାରୁ ସିଆର୍‍ପି ଛକରେ ୪ଜଣ ପିଲାଙ୍କୁ ଅ, ଆ ପଢ଼଼ାଇବାର ଦାୟିତ୍ୱ ନେଇଥିବା ଏହି ଯୁବଗୋଷ୍ଠୀ ଏବେ ୧୭୨ ପିଲାଙ୍କ ପାଠପଢ଼଼ାର ଦାୟିତ୍ୱ ତୁଲାଉଛନ୍ତି।

ଆହୁରି ପଢ଼ନ୍ତୁ: ହଷ୍ଟେଲ ଛାତରୁ ଖସିପଡ଼ି ନାଇଜର ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ

ଭୁବନେଶ୍ୱରର ରେଳ ଷ୍ଟେସନ୍‍, ବସ୍‍ଷ୍ଟାଣ୍ଡ୍‍, ବସ୍ତି ଅଞ୍ଚଳରେ ପଢ଼଼ିବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିବା ୯୧ଜଣ ପିଲାଙ୍କୁ ପାଠ ପଢ଼଼ାଉଛନ୍ତି। କିଛିବର୍ଷ ପୂର୍ବରୁ ସେମାନେ ଭୁବନେଶ୍ୱର ରେଳ ଷ୍ଟେସନ୍‍ର ଫୁଟ୍‍ପାଥ୍‍ କିମ୍ବା ବୁକ୍‍ିଂ କାଉଣ୍ଟର ଆଗରେ ପିଲାଙ୍କୁ ପାଠ ପଢ଼଼ାଉଥିଲେ। ଏହାପରେ ପିଲାମାନଙ୍କ ପରିବାର ତଥା ସେମାନଙ୍କ ପାଇଁ ବସ୍ତିରେ ରହିବା ଏବଂ ଖାଇବାର ବ୍ୟବସ୍ଥା କରି ଦାୟିତ୍ୱ ତୁଲାଉଛନ୍ତି। ୨୦୧୮ ମସିହାରୁ ସାଲିଆ ସାହି, ମାଷ୍ଟରକ୍ୟାଣ୍ଟିନ୍‍, ରାଜମହଲ ଫାଳିକିଆ ବସ୍ତି ଅଞ୍ଚଳରେ ଅଲଗା ଅଲଗା ଘର ଭଡ଼ା ନେଇ ଟ୍ୟୁସନ୍‍ ରୁମ୍‍ ନେଇଛନ୍ତି। ଏମିତିକି ପିଲାମାନଙ୍କୁ ବୟସ ଓ ଶ୍ରେଣୀ ଅନୁଯାୟୀ ପାଠ ପଢ଼଼ାଉଛନ୍ତି। କେବଳ ଭୁବନେଶ୍ୱରରେ ସୀମିତ ହୋଇ ରହିଯାଇନି ପିଲାଙ୍କ ଭବିଷ୍ୟତ ଆଲୋକିତ କରିବାର ଆଶା ଏବଂ ସ୍ୱପ୍ନ। ଏବେ ସେମାନେ ବାଲେଶ୍ୱର, ଭଦ୍ରକ, ନୟାଗଡ଼, ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଶିକ୍ଷା ଦୀପକୁ କରୁଛନ୍ତି। ଏଥିପାଇଁ ସେମାନଙ୍କୁ ବାଧା ପ୍ରତିବନ୍ଧକର ସାମ୍ନା କରିବାକୁ ପଡେ, ହେଲେ ପିଲାମାନଙ୍କୁ ସେମାନଙ୍କ ଅଧିକାର ପାଇଁ ଚେଷ୍ଟା ଜାରି ରଖିଥିବା କୁହନ୍ତି ସାୟନ୍ତନ ପଣ୍ଡା। କେବଳ ପାଠପଢ଼ା ନୁହେଁ ପିଲାମାନଙ୍କୁ ବ୍ୟାଗ୍‍, ପେନ୍‍ସିଲ୍‍, କଲମ ଦିଆଯାଇ ପାଠ ପଢ଼ା ପ୍ରତି ଆକୃଷ୍ଟ କରୁଛନ୍ତି।

ଆହୁରି ପଢ଼ନ୍ତୁ: ମନଇଛା ଗଛ କାଟିବା ଅଭିଯୋଗରେ ଡାବୁଗାଁ ରେଞ୍ଜ ମୈଦଲପୁର ସେକ୍ସନ ଫରେଷ୍ଟର ନିଲମ୍ବିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର