ଅଶାନ୍ତ ରାଜଧାନୀ: ଗୁଳିମାଡ଼ରେ ଜେସିବି କଣ୍ଟ୍ରାକ୍ଟରଙ୍କ ମୃତ୍ୟୁ, ୫ ଜଣଙ୍କୁ ଅଟକ ରଖିଛି ପୋଲିସ

Madhusudan Das Picture
Published On

ଭୁବନେଶ୍ୱର: ଗୋଷ୍ଠୀ ସଂଘର୍ଷରୁ ଜେସିବି କଣ୍ଟ୍ରାକ୍ଟରଙ୍କୁ ଗୁଳି କରି ହତ୍ୟା । ରାଜଧାନୀ ଭୁବନେଶ୍ୱରର ଶିଶୁପାଳଗଡ ଗାଁରେ ଗୁଳିକାଣ୍ଡ । ମୃତକ ଜଣକ ହେଉଛନ୍ତି ଶିଶୁପାଳଗଡ଼ ଅଞ୍ଚଳର ତପନ ନାୟକ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।  

ଆହୁରି ପଢ଼ନ୍ତୁ: ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି: ଗଞ୍ଜାମ ଏବଂ ଗଜପତିରେ ଅକ୍ଟୋବର ୩୧ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ସୂଚନା ଅନୁଯାୟୀ, ଧଉଳି ଥାନା ଅନ୍ତର୍ଗତ ବଡ଼ଟାଙ୍କି ଶିଶୁପାଳଗଡ଼ ଅଞ୍ଚଳରେ କିଛି ବ୍ୟକ୍ତି ଏକାଠି ହୋଇ ମଦ୍ୟପାନ କରୁଥିଲେ। ସେହି ସମୟରେ କୌଣସି ଏକ ଆର୍ଥିକ କାରବାର ବା ଟଙ୍କା ପଇସାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ବଚସା ହୋଇଥିଲା। ଏହି ବିବାଦ ଉଗ୍ର ରୂପ ନେଇଥିଲା ଏବଂ ଜଣେ ଅଭିଯୁକ୍ତ ତପନଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳିମାଡ଼ ପରେ ତପନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।  

ଆହୁରି ପଢ଼ନ୍ତୁ: ଭଦ୍ରକରେ ନକଲି ଡିଟରଜେଣ୍ଟ କାରଖାନା ଠାବ: ନାମୀ ଦାମୀ ବ୍ରାଣ୍ଡ ନାମରେ ଚାଲିଥିଲା କାରବାର, ଅଭିଯୁକ୍ତ ଫେରାର

ଘଟଣା ସମ୍ପର୍କରେ ଖବର ପାଇ ଧଉଳି ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ପୋଲିସ ଏବେ ସୁଦ୍ଧା ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଗୁଳି ଚଳାଇଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ପୂର୍ବ ଶତ୍ରୁତା କିମ୍ବା ଆର୍ଥିକ ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ଭାବେ ସନ୍ଦେହ କରୁଛି।

ଆହୁରି ପଢ଼ନ୍ତୁ: ସମ୍ୱଲପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଜଣ୍ଡିସ ବ୍ୟାପୀ ଶତାଧିକ ଆକ୍ରାନ୍ତ, ସ୍ଥାନୀୟ ପ୍ରଶାସନ ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଅନ୍ତୁ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର