ଆଜି ଓଡ଼ିଶା ଫେରିବ ବିଶିଷ୍ଟ ନ୍ୟୁରୋସର୍ଜନ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କ ମରଶରୀର, ପୁରୀରେ ହେବ ଶେଷକୃତ୍ୟ

Madhusudan Das Picture
Published On

ଭୁବନେଶ୍ୱର: ଓଡ଼ିଶାର ଜଣେ ପ୍ରଖ୍ୟାତ ଚିକିତ୍ସକ ତଥା ବିଶିଷ୍ଟ ନ୍ୟୁରୋସର୍ଜନ ପଦ୍ମଶ୍ରୀ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ସୋମବାର ବିଳମ୍ବିତ ରାତିରେ ଦିଲ୍ଲୀ ଏମ୍ସ (AIIMS)ରେ ଚିକିତ୍ସାଧୀନ ଅବସ୍ଥାରେ ୭୪ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ 'ଗାର୍ଡ ଅଫ୍ ଅନର' ପ୍ରଦାନ କରାଯିବ ଏବଂ ପୁରୀରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।  

ଆହୁରି ପଢ଼ନ୍ତୁ: ଶ୍ରମିକ ଯୋଗାଣକାରୀ ୬ଟି ରାଜ୍ୟ ମଧ୍ୟରେ ଓଡ଼ିଶା, ସନ୍ଦେହରେ ରାଜ୍ୟରେ ଶିଳ୍ପ ସ୍ଥାପନ ଓ ନିବେଶ ସଂକ୍ରାନ୍ତ ଦାବି

ସୂଚନା ଅନୁଯାୟୀ, ଆଜି ତାଙ୍କର ପାର୍ଥିବ ଶରୀରକୁ ବିମାନ ଯୋଗେ ଭୁବନେଶ୍ୱର ଅଣାଯିବ। ସେଠାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ବା 'ଗାର୍ଡ ଅଫ୍ ଅନର' ପ୍ରଦାନ କରାଯିବ। ଏହାପରେ ଶେଷ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇ ପାର୍ଥିବ ଶରୀରକୁ ପୁରୀ ନିଆଯିବ, ଯେଉଁଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ସେ ଦୀର୍ଘ ଦିନ ଧରି ବ୍ରେନ୍ ଟ୍ୟୁମରରେ ପୀଡ଼ିତ ଥିଲେ। ଗତ ସେପ୍ଟେମ୍ବର ୨୭ ତାରିଖରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ଅକ୍ଟୋବର ୫ରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା।  

ଆହୁରି ପଢ଼ନ୍ତୁ: ବାତ୍ୟା 'ଅର୍ଣ୍ଣବ'ର ପ୍ରଭାବ: ଗଞ୍ଜାମରେ ଭାସିଗଲା ପଳାସପୁର ପୋଲ, ଦିଗପହଣ୍ଡି-ଆସିକା ଯୋଗାଯୋଗ ବିଚ୍ଛିନ୍ନ

ଡାକ୍ତର ଅଶୋକ ମହାପାତ୍ର କେବଳ ଓଡ଼ିଶା ନୁହେଁ, ବରଂ ସମଗ୍ର ଦେଶରେ ଜଣେ ଦକ୍ଷ ନ୍ୟୁରୋସର୍ଜନ ଭାବେ ପରିଚିତ ଥିଲେ। ୨୦୧୭ ମସିହାରେ କନ୍ଧମାଳର ଯୋଡ଼ା ଶିଶୁ ଜଗା-ବଳିଆଙ୍କୁ ଅଲଗା କରିବା ପାଇଁ ହୋଇଥିବା ଐତିହାସିକ ଅସ୍ତ୍ରୋପଚାରର ନେତୃତ୍ୱ ସେ ନେଇଥିଲେ, ଯାହା ତାଙ୍କୁ ବିଶ୍ୱସ୍ତରରେ ଖ୍ୟାତି ଆଣିଦେଇଥିଲା। ଏହା ବ୍ୟତୀତ, ସେ ଭୁବନେଶ୍ୱର ଏମ୍ସର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇ ଏହି ଅନୁଷ୍ଠାନକୁ ଗଢ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। 

ଆହୁରି ପଢ଼ନ୍ତୁ: ଭୂସ୍ଖଳନରେ ୯ ମାସର ଶିଶୁ ସମେତ ଗୋଟିଏ ପରିବାରର ୩ ମୃତ

ଚିକିତ୍ସା ବିଜ୍ଞାନ ଏବଂ ଶିକ୍ଷା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ୨୦୨୪ ମସିହାରେ ଦେଶର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ 'ପଦ୍ମଶ୍ରୀ' ପ୍ରଦାନ କରିଥିଲେ। ତାଙ୍କ ମୃତ୍ୟୁ ଖବର ପାଇବା ପରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି। ଜଣେ ନିଷ୍ଠାପର ଡାକ୍ତର, ଶିକ୍ଷାବିତ୍ ତଥା ମାନବପ୍ରେମୀ ଭାବେ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର