ଲାଞ୍ଚ ନେବା ଅଭିଯୋଗରେ ମହୁଲପାଲି SI ସୁଜିତ ମହାନ୍ତଙ୍କୁ ଗିରଫ କଲା ଭିଜିଲାନ୍ସ

Madhusudan Das Picture
Published On

ସମ୍ବଲପୁର: ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ମହୁଲପାଲି ଏସଆଇ । ସମ୍ବଲପୁର ଜିଲ୍ଲା ମହୁଲପାଲି SI ସୁଜିତ ମହାନ୍ତଙ୍କୁ ଗିରଫ କଲା ଭିଜିଲାନ୍ସ । କାଲି ୧୦ ହଜାର ଲାଞ୍ଚ ନେବାବେଳେ ଧରିଥିଲା ଭିଜିଲାନ୍ସ । ଭିଜିଲାନ୍ସକୁ ଦେଖି ପୋଖରୀକୁ ଡେଇଁପଡ଼ିଥିଲେ ଏସଆଇ ସୁଜିତ ମହାନ୍ତ । ଏକ ମିସଲେନିୟସ କେସର ସମାଧାନ କରିବା ପାଇଁ ସେ ଜଣେ ବ୍ୟକ୍ତିଙ୍କ ଠାରୁ ଏହି ଅର୍ଥ ଦାବି କରିଥିଲେ। 

ଆହୁରି ପଢ଼ନ୍ତୁ: ଗାଁକୁ ନାହିଁ ରାସ୍ତା, ଖଟିଆ ପାଲଟିଲା ଆମ୍ବୁଲାନ୍ସ: ଉଛୁଳା ନାଗାବଳୀ ନଦୀ ପାର ହୋଇ ଚିକିତ୍ସା ପାଇଁ ଗଲେ ରୋଗୀ

ସୂଚନା ଅନୁଯାୟୀ, ଅଭିଯୋଗକାରୀଙ୍କ ବିରୋଧରେ ଥିବା ଏକ ମାମଲାର ତଦନ୍ତକାରୀ ଅଧିକାରୀ ଭାବେ ଏସଆଇ ସୁଜିତ କୁମାର ମହାନ୍ତ କାର୍ଯ୍ୟ କରୁଥିଲେ। ମାମଲାଟିକୁ ରଫାଦଫା କରିବା ପାଇଁ ସେ ୧୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ଭିଜିଲାନ୍ସ ନିକଟରେ ଅଭିଯୋଗ ହେବା ପରେ ଏକ ଯୋଜନାବଦ୍ଧ ଭାବେ ତାଙ୍କୁ ଧରିବାକୁ ଜାଲ ବିଛାଯାଇଥିଲା। ଭିଜିଲାନ୍ସ ଟିମ୍ ଚଢ଼ାଉ କରିବା ସମୟରେ ଏସଆଇ ଜଣକ ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ଅଧିକାରୀମାନେ ତାଙ୍କୁ ପିଛା କରିବାରୁ ସେ ନିକଟସ୍ଥ ଏକ ପୋଖରୀକୁ ଡେଇଁ ପଡିଥିଲେ। ତେବେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ପୋଖରୀ ଭିତରୁ କାବୁ କରିବା ସହ ଲାଞ୍ଚ ଟଙ୍କା ଜବତ କରିଛନ୍ତି। 

ଆହୁରି ପଢ଼ନ୍ତୁ: ବାତ୍ୟା ‘ଅର୍ଣ୍ଣବ’ ପ୍ରଳୟ: ରାଜ୍ୟରେ ଭୂସ୍ଖଳନ ଯୋଗୁଁ ୪ ମୃତ ଓ ୧୨ ନିଖୋଜ

ଏହି ଘଟଣାକୁ ନେଇ ସମ୍ବଲପୁର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୨୧/୨୦୨୬ ରେ ଏକ ମାମଲା ରୁଜୁ କରାଯାଇଛି। ଦୁର୍ନୀତି ନିବାରଣ (ସଂଶୋଧିତ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ତାଙ୍କୁ ଗିରଫ କରାଯାଇଛି। ଆଜି ତାଙ୍କୁ ସମ୍ବଲପୁରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଗିଡ଼ିପାବାଲି ଭୂସ୍ଖଳନ: ଉଦ୍ଧାର କାର୍ଯ୍ୟ ସାମୟିକ ସ୍ଥଗିତ, ନିଖୋଜଙ୍କ ଅନ୍ତିମ ସଂସ୍କାର ପାଇଁ ପରିବାରର ଅନୁରୋଧ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର