ସରିଲା ସାମୁଦ୍ରିକ ଝଡ଼ ‘ଅକୱାନ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା: ଆଗାମୀ ୩ ଘଣ୍ଟା ମଧ୍ୟରେ ଅଧିକ ଦୁର୍ବଳ ହେବା ସମ୍ଭାବନା

Madhusudan Das Picture
Published On

ଭୁବନେଶ୍ୱର: ଗୋପାଳପୁର ନିକଟରେ ଉପକୂଳ ଅତିକ୍ରମ କରିଛି ସାମୁଦ୍ରିକ ଝଡ଼ ‘ଅକୱାନ୍’ । ଭାରତୀୟ ପାଣିପାଗ ବିଭାଗ (IMD) ର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହେବା ପରେ ଏହି ବାତ୍ୟା ବର୍ତ୍ତମାନ ଓଡ଼ିଶା ଦେଇ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରୁଛି। ଆଗାମୀ ୩ ଘଣ୍ଟା ମଧ୍ୟରେ ଏହା ଅଧିକ ଦୁର୍ବଳ ହୋଇ ‘ଗଭୀର ଅବପାତ’ ଏବଂ ପରବର୍ତ୍ତୀ ୬ ଘଣ୍ଟା ମଧ୍ୟରେ ‘ଅବପାତ’ରେ ପରିଣତ ହେବାର ସମ୍ଭାବନା ରହିଛି। 

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଅଳଙ୍କାର ଦୋକାନରୁ ଲୁଟ୍ ଉଦ୍ୟମ: ସଫ୍ଟୱେୟାର ଇଞ୍ଜିନିୟର ସମେତ ୨ ଗିରଫ

ଗତ ୬ ଘଣ୍ଟା ମଧ୍ୟରେ ଏହି ସିଷ୍ଟମ ୨୬ କିଲୋମିଟର ବେଗରେ ଗତି କରି ଆଜି ସକାଳ ୭:୩୦ ରୁ ୮:୩୦ ମଧ୍ୟରେ ଗୋପାଳପୁର ନିକଟରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିଛି। ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟା ପ୍ରତି ୭୦-୮୦ କିଲୋମିଟର ରହିଥିଲା, ଯାହା ମଝିରେ ମଝିରେ ୯୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଉଥିଲା। ସକାଳ ୮:୩୦ ସୁଦ୍ଧା ଏହାର କେନ୍ଦ୍ର ବିନ୍ଦୁ ଗୋପାଳପୁର ନିକଟରେ ଅବସ୍ଥିତ ଥିଲା। ଏହି ସମୟରେ ଏହା ପୁରୀଠାରୁ ପ୍ରାୟ ୧୩୦ କିଲୋମିଟର ପଶ୍ଚିମ-ଦକ୍ଷିଣ ପଶ୍ଚିମ ଏବଂ କଳିଙ୍ଗପଟ୍ଟନମଠାରୁ ୧୨୦ କିଲୋମିଟର ଦୂରରେ ରହିଥିଲା। 

ଆହୁରି ପଢ଼ନ୍ତୁ: ବଜେଟର ୩୬% ଖର୍ଚ୍ଚ ଡବଲ ଇଞ୍ଜିନ ସରକାରର ଅପରାଗତା, ଅସହାୟତା ଓ ବିଫଳତା: ବିଜେଡି

IMD ପକ୍ଷରୁ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ପାଇଁ ରେଡ୍ ମେସେଜ୍ ଜାରି କରାଯାଇଛି। ସିଷ୍ଟମଟି ସ୍ଥଳଭାଗ ମଧ୍ୟକୁ ପ୍ରବେଶ କରି ଦୁର୍ବଳ ହେବାକୁ ଥିବାରୁ ପବନର ବେଗ କ୍ରମଶଃ ହ୍ରାସ ପାଇବ। ତଥାପି ବାତ୍ୟା ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ଆଗାମୀ କିଛି ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟର ଏହି ୩ ଜିଲ୍ଲାରେ ସୁନା ଖଣିର ସନ୍ଧାନ... ବିଧାନସଭାରେ ତଥ୍ୟ ରଖିଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର