ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ : ୧୬ରେ ବାତ୍ୟା ରୂପ, ଦକ୍ଷିଣ ଓଡ଼ିଶା ସହିତ ବୁଡେ଼ଇବ ଉପକୂଳ

Madhusudan Das Picture
Published On

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଶକ୍ତିଶାଳୀ ହେବାରେ ଲାଗିଛି। ଆଜି ଏହା ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ୧୫ ତାରିଖ ସକାଳ ସୁଦ୍ଧା ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟାର ରୂପ ନେବ ବୋଲି ସ୍ପଷ୍ଟ ହୋଇଛି। ବାତ୍ୟା ସୃଷ୍ଟି ହେବା ପରେ ଏହାର ନାମ ‘ଅକ୍‌ଭାନ୍‌’ ରହିବ। ଚଳିତ ବର୍ଷା ମୌସୁମୀ ପରବର୍ତ୍ତୀ ଋତୁରେ ଏହା ବଙ୍ଗୋପସାଗରେ ସୃଷ୍ଟି ହେବାକୁ ଥିବା ତୃତୀୟ ବାତ୍ୟାରେ ପରିଗଣିତ ହେବ। 

ଆହୁରି ପଢ଼ନ୍ତୁ: ପୁଣି ରାଜଧାନୀରେ ଫୁଟିଲା ଗୁଳି, ଗଡିଲା ମୁଣ୍ଡ: ପଏଣ୍ଟ ବ୍ଲାଙ୍କରୁ ଫାୟାରିଂ, ଯୁବକ ମୃତ

ଯଦିଓ ବାତ୍ୟାର ଗତିପଥ ନେଇ ସ୍ପଷ୍ଟ ଭାବେ କୌଣସି ସୂଚନା ଦିଆଯାଇ ନାହିଁ, ତଥାପି ଏହା ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ନିକଟବର୍ତ୍ତୀ ସ୍ଥାନରେ ସ୍ଥଳଭାଗରେ ମାଡ଼ ହୋଇପାରେ ବୋଲି ବିଭିନ୍ନ ମଡେଲ୍‌ ଆଶଙ୍କା ପ୍ରକାଶ କରୁଛନ୍ତି। ଏପରି ହେଲେ ବାତ୍ୟା ଡାହଣ ପାର୍ଶ୍ବରେ ରହୁଥିବା ଅଞ୍ଚଳଗୁଡ଼ିକରେ ଭାରି ବର୍ଷା ଆଶଙ୍କା କରାଯାଇଛି। ଏହି ବାତ୍ୟା ସମ୍ଭବତଃ ୧୯ ତାରିଖ ରାତିରେ ସ୍ଥଳଭାଗରେ ମାଡ଼ ହେବାକୁ ଥିବା ବେଳେ ୧୮ ତାରିଖରୁ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। 

ଆହୁରି ପଢ଼ନ୍ତୁ: ଯୁକ୍ତ ୨ ପରୀକ୍ଷା ପାଇଁ ଫର୍ମ ପୂରଣ ଅବଧି ବଢାଇଲା CHSE: ନଭେମ୍ବର ୧୪ ଯାଏଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ, ଆସନ୍ତା ୧୮ ତାରିଖରେ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ ଓ କେନ୍ଦୁଝରର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। କେତେକ ସ୍ଥାନରେ ପବନର ବେଗ ମଧ୍ୟ ବଢ଼ି ୩୦ରୁ ୪୦ କିମି ରହିପାରେ। ଏହି ସମୟରେ କେନ୍ଦ୍ରାପଡ଼ା ଓ ଜଗତସିଂହପୁରର ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ। ୧୯ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସହ  ପୁରୀ, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାର ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। 

ଆହୁରି ପଢ଼ନ୍ତୁ: ଆନ୍ଧ୍ର-ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳର ଲୋକଙ୍କ ପାଖରେ ଦୁଇ ରାଜ୍ୟର ଦୁଇଟି ଭୋଟର କାଡର଼୍ ଆସିଲା କେମିତି: ବିଜେଡି

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବଙ୍ଗୋପସାଗରରେ ଥିବା ଲଘୁଚାପ ୧୫ ନଭେମ୍ୱରରେ ଅବପାତ ଏବଂ ୧୬-୧୭ ନଭେମ୍ୱର ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସାମାନ୍ୟ ବାତ୍ୟା (ଘଣ୍ଟା ପ୍ରତି ୭୫ କିମି) ରୂପ ନେଇପାରେ। ଉପକୂଳ ନିକଟରେ ବଢ଼ୁଥିବା ବାୟୁ କାଟ (ଘଣ୍ଟାପ୍ରତି ୩୫ କିମିରୁ ଅଧିକ) ଏବଂ ଥଣ୍ଡା ଉପକୂଳବର୍ତ୍ତୀ ଜଳ ଏହି ବାତ୍ୟାକୁ ଅଧିକ ଘନୀଭୂତ କରାଇବାରେ ପ୍ରତିକୂଳ ସ୍ଥିତି ସୃଷ୍ଟି କରିବ। ତେବେ  ପ୍ରଥମେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ଓ ପରେ ଦକ୍ଷିଣ ପାଶ୍ୱର୍ରୁ ପଶ୍ଚିମା ବାୟୁ ପ୍ରବାହ ବଢ଼ିବା ଯୋଗୁଁ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ମୋଡ଼ ନେଇ ପଶ୍ଚିମ ବଙ୍ଗୋପସାଗର ଆଡ଼କୁ ମୁହାଁଇବ। ୧୭-୧୮ ନଭେମ୍ୱର ଆଡ଼କୁ ଏହା ଉତ୍ତର ଆନ୍ଧ୍ରପ୍ରଦେଶ  ଦକ୍ଷିଣ ଓଡ଼ିଶା ଉପକୂଳ (ବିଶାଖାପାଟଣାରୁ ଗୋପାଳପୁର ମଧ୍ୟରେ) ସ୍ଥଳଭାଗ ଅତିକ୍ରମ କରିପାରେ। ଉପକୂଳ ନିକଟବର୍ତ୍ତୀ ବାୟୁ କାଟ ଯୋଗୁଁ ବାତ୍ୟାଟି ସାମାନ୍ୟ ଦୁର୍ବଳ ରହିଲେ ମଧ୍ୟ ୧୭-୧୯ ନଭେମ୍ୱର ମଧ୍ୟରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଏହାର ପାଶ୍ୱର୍ବର୍ତ୍ତୀ ପ୍ରଭାବ ଦେଖିବାକୁ ମିଳିବ। ଫଳରେ ଗଜପତି, ଗଞ୍ଜାମ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହାସହିତ ଉପକୂଳ ଓଡ଼ିଶାରେ ଘଣ୍ଟାପ୍ରତି ୩୫-୪୫ କିମି ବେଗରେ ପବନ ବହିବା ସହ ଝଟକା ପବନ ୫୫ କିମି ପର୍ଯ୍ୟନ୍ତ ଯାଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। 

ବାତ୍ୟା ଯୋଗୁଁ ୧୭ ତାରିଖରେ ବିଶେଷକରି ଦକ୍ଷିଣ ଓଡ଼ିଶା ଉପକୂଳରେ ଝଡ଼ତୋଫାନ ପାଗ ରହିବା ସହ ଘଣ୍ଟାପ୍ରତି ୪୫ରୁ ୫୫ କିମି ଏବଂ ଝଟକା ପବନ ୬୫ କିମି ବେଗରେ ବହିପାରେ। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ସେହିପରି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପକୁ ନେଇ ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଗକୁ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ତାମିଲନାଡୁ ଉପକୂଳ ଆଡ଼କୁ ମୁହାଁଇବ। ନଭେମ୍ୱର ୧୬ ସୁଦ୍ଧା ଏହା ଗଭୀର ଅବପାତର ରୂପ ନେଇପାରେ। ଅନୁକୂଳ ପାଣିପାଗ ପରିସ୍ଥିତି ରହିଲେ ସମୁଦ୍ର ମଧ୍ୟରେ କିଛି ସମୟ ପାଇଁ ବାତ୍ୟାର ରୂପ ନେବାର ମଧ୍ୟ ସମ୍ଭାବନା ରହିଛି। ଉତ୍ତର ଦିଗରୁ ଆସୁଥିବା ଥଣ୍ଡା ଓ ଶୁଷ୍କ ପବନ ପ୍ରଭାବରେ ଏହା ଦୁର୍ବଳ ହୋଇ ଉତ୍ତର ଆନ୍ଧ୍ରର ବିଶାଖାପାଟଣା ନିକଟରେ ସ୍ଥଳଭାଗ ଅତିକ୍ରମ କରିପାରେ। ଯଦି ଏହା ହୁଏ, ତେବେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଉପକୂଳ ଓଡ଼ିଶାରେ ମଧ୍ୟ କିଛିକାଂଶରେ ବର୍ଷା ହେବ। ତେବେ ୧୫ ସୁଦ୍ଧା ଏହାର ଗତିପଥ ଓ ତୀବ୍ରତା ନେଇ ସ୍ପଷ୍ଟ ଚିତ୍ର ମିଳିବ ବୋଲି ସେ କହିଛନ୍ତି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର