ବାତ୍ୟା ‘ଅକୱାନ’ ପ୍ରଭାବ: ପର୍ଯ୍ୟଟକଙ୍କ ପାଇଁ ୨ ଦିନ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ

Madhusudan Das Picture
Published On

ବାରିପଦା: ସମ୍ଭାବ୍ୟ ବାତ୍ୟା ‘ଅକୱାନ’ ପ୍ରଭାବରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଆସନ୍ତା ୨ ଦିନ ଅର୍ଥାତ୍ ନଭେମ୍ବର ୨୦ ଓ ୨୧ ତାରିଖ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆରସିସିଏଫ୍) ଡ. ପ୍ରକାଶ ଚାନ୍ଦ ଗୋଗିନେନି ଆଜି ଏକ ବିଜ୍ଞପ୍ତି (ନଂ-୨୭୫) ଜରିଆରେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରେମଜନିତ ବିବାଦ: ନିଜ ଦେହରେ ନିଆଁ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, ପୁରୁଷ ବନ୍ଧୁଙ୍କୁ ପଚରାଉଚରା

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ବାତ୍ୟା ‘ଅକୱାନ’ ପାଇଁ ମୟୂରଭଞ୍ଜ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ‘ରେଡ୍ ୱାର୍ଣ୍ଣିଂ’ ଜାରି କରାଯାଇଛି। ପର୍ଯ୍ୟଟକମାନଙ୍କ ସୁରକ୍ଷା ଦୃଷ୍ଟିରୁ ବନ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ବେଳେ ଆସନ୍ତା ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ଅଭୟାରଣ୍ୟ ଭିତରକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାର ୨୦ ବିଜେପି ସାଂସଦଙ୍କ ଉପରେ ଭାରି ପଡ଼ୁଛନ୍ତି ଆନ୍ଧ୍ରର ୧୯ ସହଯୋଗୀ: ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନରେ ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ଜଳଜଳ

ଏହି ବିଜ୍ଞପ୍ତିର ନକଲ ରାଜ୍ୟ ପିସିସିଏଫ୍ (ବନ୍ୟପ୍ରାଣୀ), ମୟୂରଭଞ୍ଜ ଜିଲ୍ଲାପାଳ, ମୟୂରଭଞ୍ଜ ଓ ରାଇରଙ୍ଗପୁର ଏସପି, ଓଏଫଡିସି ପରିଚାଳନା ନିର୍ଦ୍ଦେଶକ ଏବଂ ଶିମିଳିପାଳ ଉତ୍ତର ଓ ଦକ୍ଷିଣ ବନ୍ୟପ୍ରାଣୀ ଡିଭିଜନର ଉପ-ନିର୍ଦ୍ଦେଶକଙ୍କ ସମେତ ସମସ୍ତ ଡିଏଫଓଙ୍କୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ନିମନ୍ତେ ପଠାଯାଇଛି।

ଆହୁରି ପଢ଼ନ୍ତୁ: କେନ୍ଦୁଝରରେ ହଜାର ହଜାର ଆଦିବାସୀଙ୍କ ଗର୍ଜନ: ନିଜ ସମ୍ପ୍ରଦାୟର ସମ୍ମାନ ଓ ଅଧିକାରର ସୁରକ୍ଷା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର