ସମ୍ୱଲପୁରରେ ଛାତିଥରା ସଡକ ଦୁର୍ଘଟଣା: ରାସ୍ତା ପାର୍‌ ହେଉଥିବାବେଳେ ଅଜଣା ଗାଡ଼ି ଧକ୍କାରେ ଅଜା ଓ ନାତି ମୃତ

Madhusudan Das Picture
Published On

ସମ୍ୱଲପୁର: ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ବାବୁବନ୍ଧ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ଓ ତାଙ୍କ ନାତିଙ୍କର ପ୍ରାଣହାନି ଘଟିଛି। ରାସ୍ତା ପାର୍‌ ହୋଇ ନାତିକୁ ସ୍କୁଲ୍‌ରେ ଛାଡ଼ିବାକୁ ଅଜା ଯାଉଥିବା ସମୟରେ ଏକ ଅଜଣା ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। 

ଆହୁରି ପଢ଼ନ୍ତୁ: ସାତପଡ଼ାରେ ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ!

ସୂଚନା ଅନୁଯାୟୀ, ବାବୁବନ୍ଧ ନିକଟସ୍ଥ ଶାନ୍ତିକ୍ରା ଗ୍ରାମର ପଣ୍ଡିତ ନିରଞ୍ଜନ ଷଡ଼ଙ୍ଗୀ ତାଙ୍କ ନାତିଙ୍କୁ ସ୍କୁଲ ବସରେ ଛାଡ଼ିବା ପାଇଁ ରାସ୍ତା ଅତିକ୍ରମ କରୁଥିଲେ। ଏହି ସମୟରେ ଏକ ଦ୍ରୁତଗାମୀ ଅଜଣା ଟ୍ରକ ସେମାନଙ୍କୁ ସଜୋରରେ ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଉଭୟ ଜେଜେବାପା ଓ ନାତି ଗୁରୁତର ଆହତ ହୋଇଥିଲେ ଏବଂ ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇବା ପରେ ଟ୍ରକଟି ସେଠାରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। 

ଆହୁରି ପଢ଼ନ୍ତୁ: ବଦଳିଲା ବାତ୍ୟା 'ଅକୱାନ'ର ଗତିପଥ ! ନରସାପୁର ଓ ପୁରୀ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା

ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଗୋଟିଏ ପରିବାରର ଦୁଇ ଜଣଙ୍କ ଅକାଳ ବିୟୋଗକୁ ଗ୍ରାମବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି। ଘଟଣାସ୍ଥଳରେ ବୁର୍ଲା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଚିହ୍ନଟ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଯାଞ୍ଚ ଚଳାଇବା ସହ ସିସିଟିଭି ଫୁଟେଜ୍ ଅନୁଧ୍ୟାନ କରୁଛି।

ଆହୁରି ପଢ଼ନ୍ତୁ: ବିଧାନସଭାରେ ୨୪, ୧୫୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ଆଗତ କଲେ ମୁଖ୍ୟମନ୍ତ୍ରୀ, 'ସୁଭଦ୍ରା' ଯୋଜନା ଲାଗି ୫୫୦ କୋଟି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର