ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା 'ଅକୱାନ': ଘଣ୍ଟାପ୍ରତି ୮୦ କିମି ବେଗରେ ବହୁଛି ପବନ

Madhusudan Das Picture
Published On

ଭୁବନେଶ୍ୱର: ବାତ୍ୟା 'ଆକଭାନ' (Cyclone Akvan) ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିଛି। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟବର୍ତ୍ତୀ ଗୋପାଳପୁର ନିକଟରେ ଏହି ସାମୁଦ୍ରିକ ଝଡ଼ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ସକାଳ ୭:୩୦ ରୁ ୮:୩୦ ମଧ୍ୟରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିଥିବା ବେଳେ ଏହା ଘଣ୍ଟାପ୍ରତି ୨୩ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଥିଲା। 

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଖୋଲାଗଲା ଗଞ୍ଜାମର ଘୋଡ଼ାହାଡ଼ ଓ ବାଘଲଟି ଡ୍ୟାମ ଗେଟ୍

ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୭୦ ରୁ ୮୦ କିଲୋମିଟର ରହିଥିଲା, ଯାହାକି ସର୍ବାଧିକ ୯୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ପାଣିପାଗ ବିଭାଗ ସୂଚନା ଦେଇଛି ଯେ, ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆଗାମୀ ୨ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ। ଏହି ପ୍ରକ୍ରିୟା ଚାଲୁ ରହିଥିବାରୁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହ ଝଡ଼ ପବନ ଜାରି ରହିଛି। ସକାଳ ୫:୩୦ ସମୟରେ ଏହା ଗୋପାଳପୁରଠାରୁ ପ୍ରାୟ ୧୧୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିଲା। 

ଆହୁରି ପଢ଼ନ୍ତୁ: ମାଲକାନଗିରିରେ ଆସନ୍ତା ୧୯ ଓ ୨୦ ତାରିଖରେ ସ୍କୁଲ୍‌ ଓ କଲେଜ ଛୁଟି ଘୋଷଣା

ବାତ୍ୟା ପ୍ରଭାବରେ ଗୋପାଳପୁରରେ ସର୍ବାଧିକ ୧୮୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ଚାନ୍ଦବାଲିରେ ୧୧୪ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି। ବାତ୍ୟାର ବାହ୍ୟ ବଳୟ ସକାଳୁ ହିଁ ସ୍ଥଳଭାଗରେ ପ୍ରବେଶ କରିସାରିଥିଲା, ଯାହାଫଳରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପାଣିପାଗରେ ବଡ଼ ଧରଣର ପରିବର୍ତ୍ତନ ଦେଖାଦେଇଛି। ବିଶେଷ କରି ଗଞ୍ଜାମ ଜିଲ୍ଲାରେ ପବନର ବେଗ ଅଧିକ ରହିଛି। ବର୍ତ୍ତମାନ ଏହି ସିଷ୍ଟମ ସ୍ଥଳଭାଗ ଆଡ଼କୁ ଗତି କରୁଥିବାରୁ ପ୍ରଶାସନ ପକ୍ଷରୁ ସତର୍କ ନଜର ରଖାଯାଇଛି।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅକୱାନ'କୁ ନେଇ ବଡ଼ ଅପଡେଟ୍: ଆନ୍ଧ୍ରରେ ଲ୍ୟାଣ୍ଡଫଲ୍ କରି ଓଡ଼ିଶା ମୁହାଁ ହୋଇପାରେ ବାତ୍ୟା !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର