ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଖୋଲାଗଲା ଗଞ୍ଜାମର ଘୋଡ଼ାହାଡ଼ ଓ ବାଘଲଟି ଡ୍ୟାମ ଗେଟ୍

Madhusudan Das Picture
Published On

ଗଞ୍ଜାମ: ବାଜିଲା ସାଇରନ୍ ଖୋଲିଲା ଗେଟ୍ । ବାତ୍ୟା ଅକୱାନକୁ ନେଇ ଗଞ୍ଜାମ ଜିଲ୍ଲାରେ ହାଇଆଲର୍ଟ । ବଙ୍ଗୋପସାଗରରେ ସୃଷ୍ଟ ଅବପାତ ବାତ୍ୟାର ରୂପ ନେବାକୁ ଯାଉଥିବା ବେଳେ ଗଞ୍ଜାମ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜଳସ୍ତର ନିୟନ୍ତ୍ରଣ ଏବଂ ଡ୍ୟାମର ସୁରକ୍ଷାକୁ ଦୃଷ୍ଟିରେ ରଖି ଘୋଡ଼ାହାଡ଼ ଏବଂ ବାଘଲଟି ଜଳଭଣ୍ଡାରର ଗୋଟିଏ ଲେଖାଏଁ ଗେଟ୍ ଖୋଲାଯାଇଛି। 

ଆହୁରି ପଢ଼ନ୍ତୁ: ଡେବ୍ରିଗଡ଼ ଅଭୟାରଣ୍ୟରେ ବୁଲୁଛି ମହାବଳ ବାଘ: RBT କ୍ୟାମେରାରେ କଏଦ ହେଲା ବାଘର ଉପସ୍ଥିତି

ରବିବାର ବିଳମ୍ବିତ ରାତିରେ ସାଇରନ୍ ବଜାଯିବା ପରେ ନିର୍ଦ୍ଧାରିତ ଏସଓପି (SOP) ଅନୁଯାୟୀ ଜଳ ନିଷ୍କାସନ ଆରମ୍ଭ ହୋଇଥିଲା। ଘୋଡ଼ାହାଡ଼ ଜଳଭଣ୍ଡାରର ଗୋଟିଏ ଗେଟ୍ ରାତି ପ୍ରାୟ ୧୧:୩୦ ସମୟରେ ୦.୫୦ ମିଟର ପର୍ଯ୍ୟନ୍ତ ଖୋଲାଯାଇଥିଲା। ଏହାଦ୍ୱାରା ପ୍ରତି ସେକେଣ୍ଡରେ ୩୪.୭୭ କ୍ୟୁବିକ୍ ମିଟର ଜଳ ନିଷ୍କାସିତ ହେଉଛି। ସେହି ସମୟରେ ଜଳଭଣ୍ଡାରର ଜଳସ୍ତର ୧୧୬.୮୬ ମିଟର ରହିଥିଲା। ସେହିପରି ବାଘଲଟି ଜଳଭଣ୍ଡାରର ଗୋଟିଏ ସ୍ଲୁଇସ୍ ଗେଟ୍ ରାତି ପ୍ରାୟ ୧୨:୦୫ ସମୟରେ ୦.୬୦ ମିଟର ଖୋଲାଯାଇଛି, ଯେଉଁଥିରୁ ପ୍ରତି ସେକେଣ୍ଡରେ ୩୦.୭୨ କ୍ୟୁବିକ୍ ମିଟର ଜଳ ନିଷ୍କାସନ କରାଯାଉଛି। 

ଆହୁରି ପଢ଼ନ୍ତୁ: ଲାଞ୍ଚ ମାମଲାରେ ବାଲିଆପାଳ ସବ-ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କୁ ଚାକିରିରୁ ବହିଷ୍କୃତ କଲେ ରାଜ୍ୟ ସରକାର

ଭାରତୀୟ ପାଣିପାଗ ବିଭାଗ (IMD) ର ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହି ସିଷ୍ଟମ ବର୍ତ୍ତମାନ ଓଡ଼ିଶାର ଗୋପାଳପୁରଠାରୁ ପ୍ରାୟ ୯୮୦ କିଲୋମିଟର ଦୂରରେ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ରହିଛି। ସମ୍ଭାବ୍ୟ ବର୍ଷା ଓ ଜଳପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀମାନେ ଜଳସ୍ତର, ଜଳର ପ୍ରବେଶ ଓ ନିଷ୍କାସନ ଉପରେ କ୍ରମାଗତ ନଜର ରଖିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଡ୍ୟାମର ସୁରକ୍ଷା ଏବଂ ନିରାପଦ ଜଳ ପରିଚାଳନା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି।

ଆହୁରି ପଢ଼ନ୍ତୁ: ମହିଳା ହୋମଗାର୍ଡଙ୍କୁ ଅସଦାଚରଣ ଅଭିଯୋଗରେ କଣିହା ଥାନା ASI ନିଲମ୍ବିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର