ପାଟଣାଗଡ଼ରେ ଚାଞ୍ଚଲ୍ୟ: ସାମାନ୍ୟ କଳିରୁ ବଡ଼ ଭାଇକୁ ଖଟ କାଠରେ ପିଟିପିଟି ମାରିଦେଲା ସାନ ଭାଇ

Madhusudan Das Picture
Published On

ବଲାଙ୍ଗୀର: ବଡ଼ ଭାଇକୁ ପିଟିପିଟି ମାରିଦେଲା ସାନ ଭାଇ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ବାଲିପଟା ଗ୍ରାମରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ସାମାନ୍ୟ ବଚସାରୁ ଜଣେ ସାନ ଭାଇ ନିଜ ବଡ଼ ଭାଇକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କୁ ବାଲିପଟା ଗ୍ରାମର ଭ୍ରମରରାଜ ମାଝୀ ଭାବେ ଚିହ୍ନଟ କରାଯାଇଥିବା ବେଳେ ଅଭିଯୁକ୍ତ ସାନ ଭାଇର ନାମ ପ୍ରେମାନନ୍ଦ ମାଝୀ। 

ଆହୁରି ପଢ଼ନ୍ତୁ: ପ୍ରକଳ୍ପ ‘ସଖୀ’ ଅଧୀନରେ ନୂତନ ସିଲେଇ ତାଲିମ କେନ୍ଦ୍ର ନିର୍ମାଣ କରି କଳାହାଣ୍ଡିରେ ମହିଳାଙ୍କୁ ସ୍ୱାବଲମ୍ବୀ କରୁଛି ଭିଏଏମ୍ଏଲ୍

ସୂଚନା ଅନୁଯାୟୀ, ଗତକାଲି ରାତିରେ ଭ୍ରମରରାଜ ଏବଂ ପ୍ରେମାନନ୍ଦ ଘରେ ରାତ୍ରି ଭୋଜନ ସାରିବା ପରେ ଶୋଇବା ପାଇଁ ନିଜର ଚାଷ ଜମିରେ ଥିବା ଏକ ଫାର୍ମ ହାଉସକୁ ଯାଇଥିଲେ। ସେଠାରେ କୌଣସି ଏକ ଅଜ୍ଞାତ ବିଷୟକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଉତ୍ତ୍ୟକ୍ତ ହୋଇ ପ୍ରେମାନନ୍ଦ ନିଜର ନିୟନ୍ତ୍ରଣ ହରାଇ ଏକ ଖଟ କାଠରେ ଭ୍ରମରରାଜଙ୍କୁ ଆକ୍ରମଣ କରିଥିଲେ। ସେ ବାରମ୍ବାର ଆଘାତ କରିବାରୁ ଘଟଣାସ୍ଥଳରେ ହିଁ ଭ୍ରମରରାଜଙ୍କ ମୃତ୍ୟୁ ହୋଇଥିଲା। 

ଆହୁରି ପଢ଼ନ୍ତୁ: ଲାଞ୍ଚ ନେଇ ORS ଅଧିକାରୀ ଗିରଫ: ବିଭାଗୀୟ ସହକର୍ମୀଙ୍କୁ ଚିଠି ଲେଖିଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ; ଚାକିରି କାଳରେ ସ୍ୱଚ୍ଛତା ବଜାଇ ରଖିବାକୁ ଅପିଲ୍‌

ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ପ୍ରେମାନନ୍ଦ ନିଜେ ଗ୍ରାମକୁ ଯାଇ ବଡ଼ ଭାଇକୁ ମାରିଦେଇଥିବା ବିଷୟ ଗ୍ରାମବାସୀଙ୍କୁ ଜଣାଇଥିଲେ। ଏହାପରେ ମୃତକଙ୍କ ପିତା ପାଟଣାଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ପ୍ରେମାନନ୍ଦ ମାଝୀଙ୍କୁ ଅଟକ ରଖିଛି। ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ଗଞ୍ଜାମରେ ବନ୍ୟାଞ୍ଚଳ ପରିଦର୍ଶନ କଲେ ନବୀନ, ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶାକୁ ନେଇ ଉଦବେଗ ପ୍ରକାଶ କରିବା ସହ ତୁରନ୍ତ ସହାୟତା ଦାବି କଲେ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର