ମୟୂରଭଞ୍ଜରେ ଆବାସିକ ସ୍କୁଲରେ ଛାତ୍ରୀ ପ୍ରସବ ଘଟଣାକୁ ବିଜେଡିର ନିନ୍ଦା: 'ଆଦିବାସୀ ଛାତ୍ରୀଙ୍କୁ ସୁରକ୍ଷା ଦେବାରେ ସରକାର ସମ୍ପୂର୍ଣ୍ଣ ବିଫଳ'

ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡିର ଦାବି

Madhusudan Das Picture
Published On

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକର ଏକ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ରହୁଥିବା ଜଣେ ଆଦିବାସୀ ଛାତ୍ରୀ ଗର୍ଭବତୀ ହେବା ଏବଂ ପରବର୍ତ୍ତୀ ସମୟରେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଏକ ସନ୍ତାନ ପ୍ରସବ କରିବା ଘଟଣାକୁ ତୀବ୍ର ନିନ୍ଦା କରିଛି ବିଜେଡି । ବିଜେପି ସରକାର ପାଇଁ କଳଙ୍କିତ ହେଉଛି ଏ ମାଟି । ସରକାରଙ୍କ ପରିଚାଳନାଗତ ତ୍ରୁଟି ଯୋଗୁଁ ଛାତ୍ରାବାସ ଗୁଡ଼ିକରେ ବାରମ୍ବାର ଏଭଳି ସ୍ପର୍ଶକାତର ଘଟଣା ଘଟୁଥିବାରୁ କଡ଼ା ସମାଲୋଚନା କରିଛି ବିଜେଡି । 

ଆହୁରି ପଢ଼ନ୍ତୁ: ବାତ୍ୟା 'ଅର୍ଣ୍ଣବ'ର ପ୍ରଭାବ: ଗଞ୍ଜାମରେ ଭାସିଗଲା ପଳାସପୁର ପୋଲ, ଦିଗପହଣ୍ଡି-ଆସିକା ଯୋଗାଯୋଗ ବିଚ୍ଛିନ୍ନ

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ଆଦିବାସୀ ସେଲର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସୁଦାମ ମାରାଣ୍ଡି ଏବଂ ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ତଥା ବିଜେଡି ଆଦିବାସୀ ସେଲ୍ର ପରାମର୍ଶଦାତା ଶ୍ରୀ ସାଲୁଗା ପ୍ରଧାନ, ରାଜ୍ୟର ବିଭିନ୍ନ ଆବାସିକ ଶିକ୍ଷାନୁଷ୍ଠାନରେ ଆଦିବାସୀ ଛାତ୍ରୀଙ୍କ ପ୍ରତି ବାରମ୍ୱାର ଘଟୁଥିବା ଯୌନ ଶୋଷଣ ଓ ଗର୍ଭଧାରଣ ଘଟଣାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ । 

ଆହୁରି ପଢ଼ନ୍ତୁ: ବିଜେପି ନେତାଙ୍କ କାର୍‌ ଧକ୍କାରେ ୨ଟି ବ୍ୟାଟେରୀ ଅଟୋ ଚୂରମାର୍: ୫ ମହିଳାଙ୍କ ସମେତ ୮ ଗୁରୁତର

ଶ୍ରୀ ସୁଦାମ ମାରାଣ୍ଡି କହିଥିଲେ ଯେ, ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଉପରେ ଆଦିବାସୀ ସମାଜ ରଖିଥିବା ଆଶା ଓ ଭରସା ପାଣି ଫୋଟକା ଭଳି ମିଳେଇ ଯାଉଛି । ଜଣେ ଦଶମ ଶ୍ରେଣୀ ଛାତ୍ରୀ ୭ ମାସର ଗର୍ଭବତୀ ଥିବା ସତ୍ତ୍ୱେ ଛାତ୍ରାବାସ କର୍ତ୍ତୃପକ୍ଷ ଏହା କିପରି ଜାଣିପାରିଲେ ନାହିଁ ? ସରକାରଙ୍କ ଅପାରଗତା ଲାଗି ଆବାସିକ ସ୍କୁଲରେ ଆଦିବାସୀ ଛାତ୍ରୀଙ୍କ ଉପରେ ଅତ୍ୟାଚାର ହେଉଛି । ଏହି ଘଟଣାରେ କେବଳ ପ୍ରଧାନଶିକ୍ଷକଙ୍କୁ ନିଲମ୍ୱନ କରି ସରକାର ନିଜ ଦାୟିତ୍ୱ ସାରିଦେବାକୁ ଚେଷ୍ଟା କରୁଛନ୍ତି । ଏହି ଅକ୍ଷମଣୀୟ ଅବହେଳା ପାଇଁ ଦାୟୀ ସମସ୍ତ ଅଧିକାରୀଙ୍କୁ ତୁରନ୍ତ ବରଖାସ୍ତ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । ବିଜେପି ସରକାରରେ ଆଶ୍ରମ ବିଦ୍ୟାଳୟ ଗୁଡ଼ିକରେ ଛାତ୍ରାବାସ ପରିଚାଳନାରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହେଉଛି । ସରକାରଙ୍କ ସମନ୍ୱୟ ଅଭାବରୁ ଛାତ୍ରାବାସ ଗୁଡ଼ିକରେ ଆଦିବାସୀ ଛାତ୍ରୀଙ୍କ ପ୍ରତି ବାରମ୍ୱାର ଯୌନ ହିଂସା ଘଟଣା ବୃଦ୍ଧି ପାଉଛି । ଆଦିବାସୀ ଛାତ୍ରୀଙ୍କୁ ସୁରକ୍ଷା ଦେବାରେ ସରକାର ସମ୍ପୂର୍ଣ୍ଣ ବିଫଳ । ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷାମନ୍ତ୍ରୀ ଉଭୟେ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ଏଭଳି ଉଦ୍ବେଗଜନକ ଘଟଣା ଘଟିବା ଅତ୍ୟନ୍ତ ନିନ୍ଦନୀୟ । ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରି ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଅନ୍ତୁ । ଶିକ୍ଷାନୁଷ୍ଠାନ ଗୁଡ଼ିକରେ କୌଣସି ଛାତ୍ରୀ ଯେପରି ଅସୁରକ୍ଷିତ ନ ରୁହନ୍ତି, ସେଥିପ୍ରତି ଦୃଷ୍ଟି ଦିଅନ୍ତୁ ରାଜ୍ୟ ସରକାର ।

ଆହୁରି ପଢ଼ନ୍ତୁ: ଆନ୍ଧ୍ର ଉପକୂଳ ଅତିକ୍ରମ କଲା ଭୀଷଣ ସାମୁଦ୍ରିକ ଝଡ଼ 'ମୁରାସୁ': ଦୁର୍ବଳ ହୋଇ ଆଜି ମଧ୍ୟରାତ୍ରି ସୁଦ୍ଧା ଅବପାତରେ ହେବ ପରିଣତ

ଶ୍ରୀ ସାଲୁଗା ପ୍ରଧାନ କହିଥିଲେ ଯେ, ଓଡ଼ିଶାର ବିଭିନ୍ନ ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସରେ ଆଦିବାସୀ ଛାତ୍ରୀଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ସରକାରଙ୍କ ଦାୟିତ୍ୱହୀନତା ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଛାତ୍ରୀ ମାନେ ଦୁଷ୍କର୍ମର ଶିକାର ହୋଇ ପ୍ରସବ କରିବା ଭଳି ସ୍ପର୍ଶକାତର ଘଟଣା ରାଜ୍ୟବାସୀଙ୍କୁ ବ୍ୟଥିତ କରୁଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ହୋଇଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ  ମଧ୍ୟ ଜଣେ ଆଦିବାସୀ ସମ୍ପ୍ରଦାୟର । ଏହା ସତ୍ତ୍ୱେ ଆଦିବାସୀ ଛାତ୍ରୀମାନେ ବିଦ୍ୟାଳୟରେ ଅସୁରକ୍ଷିତ ରହିବା ଅତ୍ୟନ୍ତ ଦୁଃଖଦାୟକ । ସରକାର ସମସ୍ତ ଆଦିବାସୀ ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସରେ ଶୈକ୍ଷିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଛାତ୍ରୀମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଅନ୍ତୁ । ଆଦିବାସୀ ଛାତ୍ରୀମାନଙ୍କ ସୁରକ୍ଷାକୁ ନେଇ କୌଣସି ପରିସ୍ଥିତିରେ ସାଲିସ୍ କରାଯାଇପାରିବ ନାହିଁ । ଏଭଳି ଘଟଣାର ଯେପରି ପୁନରାବୃତ୍ତି ନ ହେବ, ସେଥିପ୍ରତି ଧ୍ୟାନ ଦିଅନ୍ତୁ ରାଜ୍ୟ ସରକାର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର