ଜମିଲା ଧନ୍‌ତେରାସ୍‌ ସେଲ୍‌: ୧୨୦ କୋଟି ଟଙ୍କାର ସୁନା ବୋହିନେଲେ ରାଜଧାନୀବାସୀ

Madhusudan Das Picture
Published On

ଭୁବନେଶ୍ୱର: ଧନତେରସରେ ଚମକିଲା ସୁନା ବଜାର । ୧୨୦ କୋଟି ଟଙ୍କାର ସୁନା ବୋହିନେଲେ ରାଜଧାନୀବାସୀ । କାର୍ତ୍ତିକ ମାସର ତ୍ରୟୋଦଶୀ ଦିନ ପାଳିତ ହେଉଥିବା ଏହି ପର୍ବକୁ ଧନତ୍ରୟୋଦଶୀ ମଧ୍ୟ କୁହାଯାଏ। ଧନତେରାସ୍‌କୁ ସୁଖ ଆଉ ସମୃଦ୍ଧିର ଦିନ ଭାବରେ ବିବେଚନା କରାଯାଏ। ଏହି ଦିନ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ୱାସ କରାଯାଏ। ଏହାକୁ ନଜରରେ ରଖି ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ସମସ୍ତ ପ୍ରମୁଖ ସହରଗୁଡିକର ସୁନା ଗହଣା ଦୋକାନଗୁଡିକ ସଜେଇ ହୋଇରହିଥିଲା। ପୂର୍ବବର୍ଷର ଦରକୁ ଦେଖିଲେ ଏଥର ଦର ଅଧିକ ରହିଛି। ଅର୍ଥାତ୍‌ ଚଳିତବର୍ଷ ସୁନା ମୂଲ୍ୟ ପୂର୍ବ ବର୍ଷ ତୁଳନାରେ ୧୦ ପ୍ରତିଶତ ବୃଦ୍ଧି ଘଟିଛି। 

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ: ୧୨ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବା ସମ୍ଭାବନା

ଚଳିତ ବର୍ଷ, ଧନତେରାସ୍‌ରେ ଦେଶର ବିଭିନ୍ନ ଭାଗରୁ ଅଭୂତପୂର୍ବ ସପିଂ ରିପୋର୍ଟ ଆସିଛି। ଯଦିବା କିଛି ଦିନ ପୂର୍ବେ ସୁନା ଓ ରୁପା ଦର ଅଧିକ ରହିଥିଲା, ହେଲେ କ୍ରମାଗତ ଭାବେ ଏଥିରେ  ହ୍ରାସ ପରେ ଦର କମିଛି। ଯାହାଫଳରେ ଏହି ମୂଲ୍ୟ ହ୍ରାସର ସୁଯୋଗ ନେଇ ଲୋକେ ସୁନା କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।  ଆହୁରିମଧ୍ୟ ଆଗକୁ ବିବାହ ଋତୁ ଥିବାରୁ ଲୋକଙ୍କ ସୁନା କିଣା ଟ୍ରେଣ୍ଡ୍‌ ବଢ଼ିଛି। କନଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (କ୍ୟାଟ୍‌)ର ରିପୋର୍ଟ ଅନୁସାରେ ଏଥର ଧନ୍‌ତେରାସରେ  ସାରା ଦେଶରେ ୧.୨୫ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର କାରବାର ହୋଇଛି। ଏଥିରେ କେବଳ ୬୬ ହଜାର କୋଟି ଟଙ୍କାର ସୁନା ଏବଂ ରୁପା କାରବାର ହୋଇଥିବା ଜଣାପଡିଛି। ବଜାର  ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଏଥର ଧନ୍‍‍ତେରାସ୍‍ରେ ରାଜ୍ୟରେ ପ୍ରାୟ ୧.୮୦ କୋଟି ଏବଂ ରାଜଧାନୀରେ ୧୨୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସୁନା ଓ ରୁପା ଗହଣା ବିକ୍ରି ହୋଇଛି। 

ଆହୁରି ପଢ଼ନ୍ତୁ: ଲାଞ୍ଜିଗଡ଼ ସ୍ଥିତ ଭିଏଏମ୍ଏଲ୍ ଦକ୍ଷତା କେନ୍ଦ୍ରର ସଦ୍ୟତମ ବ୍ୟାଚ୍ ଅଗ୍ରଣୀ କମ୍ପାନୀଗୁଡ଼ିକରେ ପାଇଲେ ନିଯୁକ୍ତି

ଶନିବାର ଧନ୍‍ତେରାସ୍‍ ଅବସରରେ ସୁନା ଏବଂ ରୁପାର ମୂଲ୍ୟ ବୃଦ୍ଧି ସତ୍ତ୍ୱେ ଦେଶରେ ଗ୍ରାହକମାନେ ଚଳିତ ବର୍ଷ ଧନତେରସରେ  ପ୍ରାୟ ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। କ୍ୟାଟ୍‌ର ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ଆଜି ସାରା ଦେଶରେ ସୁନା, ରୁପା, ଅଟୋମୋବାଇଲ୍, ବାସନକୁସନ, ରୋଷେଇ ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ, ବୈଦ୍ୟୁତିକ ଉପକରଣ, ଦେବୀ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କ ମୂର୍ତ୍ତି ଏବଂ ଅନ୍ୟାନ୍ୟ ଶୁଭ ସାମଗ୍ରୀ କ୍ରୟ କ୍ଷେତ୍ରରେ କ୍ରେତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। କ୍ୟାଟ୍‌ର ଅଳଙ୍କାର ଶାଖା ଅଲ ଇଣ୍ଡିଆ ଅଳଙ୍କାର ଏବଂ ସୁନା ଗହଣା ମହାସଂଘ (ଏଆଇଜେଜିଏଫ୍‌)ର ସଭାପତି ପଙ୍କଜ ଆରୋରା କହିଛନ୍ତି, ଏଇ କିଛି ଦିନ ଧରି ଦେଶବ୍ୟାପୀ ଅଳଙ୍କାର ବଜାରରେ ଗ୍ରାହକଙ୍କ ଖରିଦାରି ଢ଼େର ବଢ଼ିଯାଇଛି। ଆଜି କେବଳ ରାଜଧାନୀ ଦିଲ୍ଲୀର ସୁନା ବଜାରରେ ୧୦,୦୦୦ କୋଟି ଟଙ୍କାରୁ ଅଧିକ କ୍ରୟ ରେକର୍ଡ ହୋଇଛି। ମୂଲ୍ୟବାନ ଧାତୁର ଉଚ୍ଚ ମୂଲ୍ୟ ଯୋଗୁ ଗ୍ରାହକମାନେ ହାଲୁକା ଅଳଙ୍କାର, ପାରମ୍ପରିକ ଅଳଙ୍କାର, ରୁପା ମୁଦ୍ରା କ୍ରୟକୁ ପ୍ରାଥମିକତା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅର୍ଣ୍ଣବ' ଓ ବନ୍ୟା କ୍ଷୟକ୍ଷତିର ଆକଳନ କଲେ କେନ୍ଦ୍ରୀୟ ପ୍ରତିନିଧି ଦଳ, ମୁଖ୍ୟ ଶାସନ ସଚିବଙ୍କ ସହ ସମୀକ୍ଷା

ଅପରପକ୍ଷେ ଆଜି ରାଜଧାନୀ ଭୁବନେଶ୍ବରର ଶୋ’ ରୁମ୍‍ଗୁଡିକରେ ବିକ୍ରି ବଟା ବିଗତ ବର୍ଷ ତୁଳନାରେ ବେଶ ଭଲ ରହିଥିଲା। ଧନ୍‌ତେରାସ୍‌ ପାଇଁ କେଉଁ ଶୋ’ ରୁମ୍‍ ସୁନା କଏନ୍‍ ତ କିଏ ଗଢ଼ା ମଜୁରିରେ ଅଫର ଦେଇଥିଲା। କେବଳ ରାଜଧାନୀ କାହିଁକି ରାଜ୍ୟର କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ଏବଂ ଅନୁଗୋଳ ଆଦି ସହରରେ ସୁନା ଗହଣା କାରବାର ବେଶ ଭଲ ରହିଥିଲା।  ୨୨ କ୍ୟାରେଟ୍‍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୩୧,୫୦୦ ଟଙ୍କା ରହିଥିବାବେଳେ ଗତ ବର୍ଷ ଏହା ୧,୧୯,୯୫୦ ଟଙ୍କା ରହିଥିଲା। ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ଚଳିତଥର ୧,୪୩,୪୬୦ ଟଙ୍କା ରହିଥିବାବେଳେ ପୂର୍ବବର୍ଷ ୧,୩୦,୮୬୦ ଟଙ୍କା ଥିଲା। ସେହିଭଳି ରୁପା କିଲୋ ପିଛା ଏଥର ୨,୦୫,୦୦୦ ଟଙ୍କା ରହିଛି, ଗତବର୍ଷ ଏହା ୧,୯୦,୧୦୦ ଟଙ୍କା ରହିଥିଲା। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର