ଓଡ଼ିଶାରେ ‘ମୁରାସୁ’ ବାତ୍ୟାର ବିଶେଷ ପ୍ରଭାବ ନାହିଁ: ମୁଖ୍ୟ ଶାସନ ସଚିବ

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ‘ମୁରାସୁ’ ବାତ୍ୟାର କୌଣସି ବଡ଼ ଧରଣର ପ୍ରଭାବ ପଡ଼ିନାହିଁ। କେତେକ ସ୍ଥାନରେ ସାମାନ୍ୟ ବର୍ଷା ହୋଇଥିବା ବେଳେ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

ଆହୁରି ପଢ଼ନ୍ତୁ: କୋଟିଆ ବିବାଦ ପ୍ରସଙ୍ଗ: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚିଠିର ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ

ଅନ୍ୟପଟେ ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଏକ ୮ ଜଣିଆ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଗସ୍ତରେ ଆସିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରବି ଶଙ୍କରଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍ ମଙ୍ଗଳବାର ଗଜପତି ଏବଂ ବୁଧବାର ଗଞ୍ଜାମ ଜିଲ୍ଲା ଗସ୍ତ କରିବେ। ଚଳିତ ମାସ ୪ ତାରିଖ ପର୍ଯ୍ୟନ୍ତ ଏହି ଟିମ୍ ବିଭିନ୍ନ ପ୍ରଭାବିତ ଅଞ୍ଚଳ ବୁଲି କୃଷି, ଭିତ୍ତିଭୂମି, ରାସ୍ତାଘାଟ, ବିଦ୍ୟୁତ ଓ ଜଳ ସମ୍ପଦ କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିବେ।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅର୍ଣ୍ଣବ' ପ୍ରଭାବ: ଗଞ୍ଜାମରେ ବିପଦ ସଙ୍କେତ ଉପରେ ବହୁଛି ଋଷିକୂଲ୍ୟା, ରାସ୍ତାଘାଟ ଜଳମଗ୍ନ

ପୂର୍ବ ବାତ୍ୟାରେ ପ୍ରଭାବିତ ହୋଇଥିବା ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ସହାୟତା ରାଶି ବଣ୍ଟନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଅନ୍ୟପଟେ ବର୍ଷା ଯୋଗୁଁ ସାମୟିକ ଭାବେ ବନ୍ଦ ରହିଥିବା ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ପୁଣି ଥରେ ମଙ୍ଗଳବାର ସକାଳୁ ଆରମ୍ଭ କରାଯାଇଛି।

ଆହୁରି ପଢ଼ନ୍ତୁ: ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପାରଳାଖେମୁଣ୍ଡି SDJM କୋର୍ଟରେ ଆତ୍ମସମର୍ପଣ କଲେ ପତ୍ନୀ ବିଦ୍ୟାଭାରତୀ

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଜିଲ୍ଲାପାଳ, ଏସଆରସି (SRC) ଏବଂ ଅଗ୍ନିଶମ ସେବା ବିଭାଗର ନିର୍ଦ୍ଦେଶକଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ‘ମୁରାସୁ’ ବାତ୍ୟା ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ବୈଠକ ପରେ ସେ ସୂଚନା ଦେଇଛନ୍ତି ଯେ, ରାଜ୍ୟରେ ଏପର୍ଯ୍ୟନ୍ତ ବାତ୍ୟାର କୌଣସି ପ୍ରଭାବ ନାହିଁ ଏବଂ ପୁନରୁଦ୍ଧାର ତଥା ସହାୟତା ପ୍ରଦାନ କାର୍ଯ୍ୟ ସୁରୁଖୁରୁରେ ଚାଲିଛି। କେନ୍ଦ୍ରୀୟ ଟିମ୍‌ର ଆକଳନ ପରେ କ୍ଷୟକ୍ଷତିର ସଠିକ୍ ପରିମାଣ ଜଣାପଡ଼ିବ ଓ ସେହି ଅନୁଯାୟୀ ପୁନର୍ବାସ ପାଇଁ ଅଧିକ ସହାୟତା ମିଳିବ ବୋଲି ଆଶା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର