ବନ୍ୟାରେ କ୍ଷତିଗ୍ରସ୍ତ ଗଞ୍ଜାମ ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିବାକୁ ଆସନ୍ତା ୭ରେ ଜିଲ୍ଲା ଗସ୍ତ କରିବେ ନବୀନ

Madhusudan Das Picture
Published On

ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟାରେ କ୍ଷତିଗ୍ରସ୍ତ ଗଞ୍ଜାମ ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିବାକୁ ଆସନ୍ତା ୭ ତାରିଖରେ ଜିଲ୍ଲା ଗସ୍ତ କରିବେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ଗସ୍ତରେ ସେ ଶେରଗଡ଼, ହିଞ୍ଜିଳି, ଆସିକା ଓ ସୋରଡ଼ା ଆଦି ଚାରିଟି ଅଞ୍ଚଳ ପରିଦର୍ଶନ କରିବେ। ବନ୍ୟା ପ୍ରଭାବିତ ଲୋକଙ୍କୁ ଭେଟିବା ସହ ସେମାନଙ୍କ ଦୁର୍ଦ୍ଦଶା ଓ କ୍ଷୟକ୍ଷତି ସମ୍ପର୍କରେ ସେ ସିଧାସଳଖ ଅବଗତ ହେବେ।

ଆହୁରି ପଢ଼ନ୍ତୁ: ମାଝି ବାବା ହତ୍ୟା ଘଟଣାର ପର୍ଦ୍ଦାଫାଶ: ଅଭିଯୁକ୍ତ ଗିରଫ, କଟୁରୀ ଓ ବାଇକ୍ ଜବତ

ସାମ୍ପ୍ରତିକ ବାତ୍ୟା ଓ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାର ଅନେକ ଅଞ୍ଚଳରେ ଜନଜୀବନ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ବିଶେଷକରି ଗ୍ରାମାଞ୍ଚଳରେ ଘରଦ୍ୱାର, ଚାଷଜମି ଓ ଜୀବିକା କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନେକ ଲୋକଙ୍କ ଦୈନନ୍ଦିନ ଜୀବନ ଏବେ ବି ସ୍ୱାଭାବିକ ହୋଇନାହିଁ। ଚାଷୀଙ୍କ ଫସଲ ନଷ୍ଟ ହେବା ସହ ଘର ଓ ଅନ୍ୟାନ୍ୟ ସମ୍ପତ୍ତିର କ୍ଷତି ହୋଇଛି। ଏଭଳି ସ୍ଥିତିରେ ରିଲିଫ୍‌, ପୁନର୍ବାସ ଓ କ୍ଷତିପୂରଣ ବ୍ୟବସ୍ଥା କେତେଦୂର ପହଞ୍ଚିଛି, ତାହା ମଧ୍ୟ ନବୀନ ଅନୁଧ୍ୟାନ କରିବେ।

ଆହୁରି ପଢ଼ନ୍ତୁ: କାଲି ମିଳିବ ୨୪ତମ ପିଏମ୍ କିଷାନ କିସ୍ତି ଟଙ୍କା, ଉପକୃତ ହେବେ ରାଜ୍ୟର ୩୫ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ

ବିପନ୍ନଙ୍କ ସମସ୍ୟା ଶୁଣିବା ସହ କ୍ଷତିଗ୍ରସ୍ତ ଅଞ୍ଚଳର ବାସ୍ତବ ସ୍ଥିତି ଦେଖିବେ ବୋଲି ସୂଚନା ମିଳିଛି।  ନବୀନଙ୍କ ଗସ୍ତକୁ ନେଇ ଗଞ୍ଜାମ ଜିଲ୍ଲାର ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ମାମଲାରେ ୫ ବିଧାୟକଙ୍କୁ ନୋଟିସ୍‌: ହାଇକୋର୍ଟଙ୍କ ହସ୍ତକ୍ଷେପକୁ ବିଜେଡିର ସ୍ୱାଗତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର