କନ୍ଧମାଳ ଭୂସ୍ଖଳନରେ ପ୍ରାଣହାନି ଘଟଣାରେ ଶୋକ ପ୍ରକାଶ କଲେ ନବୀନ ପଟ୍ଟନାୟକ; ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସରକାରଙ୍କୁ ଅନୁରୋଧ

Madhusudan Das Picture
Published On

ଭୁବନେଶ୍ୱର: କନ୍ଧମାଳ ଭୂସ୍ଖଳନରେ ପ୍ରାଣହାନୀ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ସୋସିଆଲ ମିଡିଆର ‘ଏକ୍ସ’ରେ ପୋଷ୍ଟ କରି ସେ ଲେଖିଛନ୍ତି, ‘ଏହି ଖବର ବିଷୟରେ ଜାଣି ମୁଁ ଦୁଃଖିତ। ଲୋକମାନଙ୍କ ସୁରକ୍ଷିତ ଉଦ୍ଧାର ଓ ଜନଜୀବନକୁ ସୁଗମ କରିବା ପାଇଁ ସରକାର ତ୍ୱରିତ ଭାବେ ସମସ୍ତ ପଦକ୍ଷେପ ସୁନିଶ୍ଚିତ କରନ୍ତୁ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରୁଛି। 

ଆହୁରି ପଢ଼ନ୍ତୁ: ଆନ୍ଧ୍ରରେ ମାଡ ହେଲା ଭୀଷଣ ବାତ୍ୟା 'ଅର୍ଣ୍ଣବ': କାକିନାଡ଼ା ଉପକୂଳରେ ସମୁଦ୍ରର ତାଣ୍ଡବ, ପ୍ରବଳ ବର୍ଷା ଓ ପବନରେ ଜନଜୀବନ ଅସ୍ତବ୍ୟସ୍ତ

ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ଦାଙ୍ଗେସି ଗ୍ରାମରେ ଭୂସ୍ଖଳନ ଯୋଗୁଁ ଗୋଟିଏ ପରିବାରର ତିନି ଜଣ ସଦସ୍ୟ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଅଚ୍ୟୁତ ପ୍ରଧାନ, ତାଙ୍କ ପତ୍ନୀ ଅନିଷା ପ୍ରଧାନ ଏବଂ ଜଣେ ୯ ମାସର ଶିଶୁ ରହିଛନ୍ତି। ଅନ୍ୟପଟେ ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ଥିବା ଗିଡିପାବାଲି ଗ୍ରାମରେ ଭୟଙ୍କର ଭୂସ୍ଖଳନ ଯୋଗୁଁ ୧୩ ଜଣ ଲୋକ ନିଖୋଜ ରହିଥିବାବେଳେ ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି। ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଜି ଉଦୟଗିରି ବ୍ଲକ ଅନ୍ତର୍ଗତ ଗାଟିଙ୍ଗିଆ ପଞ୍ଚାୟତ ନିକଟସ୍ଥ ପ୍ରାୟ ୬ଟି ସ୍ଥାନରେ ଭୂସ୍ଖଳନ ଘଟିଥିବା ସୂଚନା ମିଳିଛି। ଏହି ବିପର୍ଯ୍ୟୟ ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ମାମଲାରେ ୫ ବିଧାୟକଙ୍କୁ ନୋଟିସ୍‌: ହାଇକୋର୍ଟଙ୍କ ହସ୍ତକ୍ଷେପକୁ ବିଜେଡିର ସ୍ୱାଗତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର