ସମ୍ୱଲପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଜଣ୍ଡିସ ବ୍ୟାପୀ ଶତାଧିକ ଆକ୍ରାନ୍ତ, ସ୍ଥାନୀୟ ପ୍ରଶାସନ ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଅନ୍ତୁ: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ସମ୍ୱଲପୁର ସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଜଣ୍ଡିସ ବ୍ୟାପୀ ଶତାଧିକ ଛାତ୍ରଛାତ୍ରୀ ଆକ୍ରାନ୍ତ ହେବା ଓ ଏହାମଧ୍ୟରୁ କିଛି ଛାତ୍ର ଗୁରୁତର ହୋଇ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ଖବର ଉପରେ ବିଜୁ ଜନତା ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଉ ବୋଲି ଦାବି ଜଣାଇଛି । 

ଆହୁରି ପଢ଼ନ୍ତୁ: ଶ୍ରମିକ ଯୋଗାଣକାରୀ ୬ଟି ରାଜ୍ୟ ମଧ୍ୟରେ ଓଡ଼ିଶା, ସନ୍ଦେହରେ ରାଜ୍ୟରେ ଶିଳ୍ପ ସ୍ଥାପନ ଓ ନିବେଶ ସଂକ୍ରାନ୍ତ ଦାବି

ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଦଳର ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ସମ୍ୱଲପୁର ସ୍ଥିତ ବୈଦିକ ଶିକ୍ଷା ଅନୁଷ୍ଠାନରେ କିଛି ଦିନ ତଳେ ଜଣ୍ଡିସ ବ୍ୟାପୀ ଏଥିରେ ପ୍ରାୟ ତିନି ଶହରୁ ଊଦ୍ଧ୍ୱର୍ ପିଲା ଆକ୍ରାନ୍ତ ହୋଇଥିବା ଖବର ଆମର ହସ୍ତଗତ ହୋଇଛି । ଆକ୍ରାନ୍ତ ହୋଇଥିବା ପିଲା ମାନଙ୍କ ଭିତରୁ କିଛି ପିଲାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବା ପରେ ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର ହୋଇଛନ୍ତି ବୋଲି ସେମାନଙ୍କ ଅଭିଭାବକ ମାନେ ଜଣାଇଛନ୍ତି । ଏତେ ଅଧିକ ସଂଖ୍ୟାରେ ଗୋଟିଏ ଶିକ୍ଷାନୁଷ୍ଠାନର ପିଲା ମାନେ ଜଣ୍ଡିସ ରୋଗରେ ଆକ୍ରାନ୍ତ ହେବା ଏକ ଗୁରୁତର ଘଟଣା ଓ ପାଣି ଜନିତ ସମସ୍ୟାରୁ ଏହି ରୋଗ ବ୍ୟାପୁଥିବା କୁହାଯାଉଛି । ଜଣ୍ଡିସ ବ୍ୟାପିବା ନିୟନ୍ତ୍ରଣ ହୋଇ ନପାରିବାରୁ ଗତ ୨୯ ତାରିଖରେ ଛାତ୍ରଛାତ୍ରୀ ମାନଙ୍କୁ ହଷ୍ଟେଲରୁ ବାହାର କରି ଦିଆଯାଇଛି । ନିଃସନେ୍ଦହରେ, ଶିକ୍ଷାନୁଷ୍ଠାନର ରକ୍ଷଣାବେକ୍ଷଣ ଅଭାବରୁ ଏହି ସମସ୍ୟା ସୃଷ୍ଟି ହୋଇଛି ବୋଲି ଅନୁମାନ କରାଯାଉଛି । ପ୍ରଶାସନ ଦ୍ୱାରା ଅନୁଷ୍ଠାନରେ ବ୍ୟବହୃତ ହେଉଥିବା ପାଣିର ନମୂନା ସଂଗ୍ରହ କରି ଏହାର ପରୀକ୍ଷା କରାଯାଇଛି । ଏହି ପରୀକ୍ଷାର ରିପୋର୍ଟ ପ୍ରଶାସନର ହସ୍ତଗତ ହୋଇଥିଲେ ସୁଦ୍ଧା ପ୍ରଶାସନ ଏହାକୁ ସାର୍ବଜନୀନ କରୁନାହିଁ ।  

ଆହୁରି ପଢ଼ନ୍ତୁ: ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ସରକାର ସଂପୂର୍ଣ୍ଣ ବିଫଳ: ମାନସ ରଞ୍ଜନ ମଙ୍ଗରାଜ

ଡ଼ ମହାନ୍ତି ଆହୁରି କହିଥିଲେ ଯେ, ଏହି ଶିକ୍ଷାନୁଷ୍ଠାନର ପୃଷ୍ଠପୋଷକ ଜଣେ ପ୍ରଭାବଶାଳୀ ଓ ରାଜନୈତିକ ଛତ୍ରଛାୟା ତଳେ ରହୁଥିବାରୁ, ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ତେଣୁ ସ୍ଥାନୀୟ ପ୍ରଶାସନ ଏହା ଉପରେ ତୁରନ୍ତ ପଦକ୍ଷେପ ନେଇ ଛାତ୍ରଛାତ୍ରୀ ମାନଙ୍କୁ ଏହି ସମସ୍ୟାରୁ ମୁକ୍ତ କରାନ୍ତୁ ବୋଲି ବିଜୁ ଜନତା ଦଳ ଦାବି କରୁଛି ।

ଆହୁରି ପଢ଼ନ୍ତୁ: କୋଟିଆରେ ପୁଣି ଓଡ଼ିଶା ପୋଲିସ ସହ ଆନ୍ଧ୍ର ପୋଲିସ ମୁହାଁମୁହିଁ; ନେରେଡିବାଲସା ଚେକ୍‌ପୋଷ୍ଟରେ ଉତ୍ତେଜନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର