ନଦୀପଠାରୁ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Madhusudan Das Picture
Published On

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ନୂଆବସା ନଦୀକୂଳରୁ ଶନିବାର ସକାଳେ ଜଣେ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ନିକଟସ୍ଥ ମୁଣ୍ଡାକଟା ଗ୍ରାମର ନନ କର (୬୦) ବୋଲି ଚିହ୍ନଟ ହୋଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ଖେଳିଯାଇଛି।

ଆହୁରି ପଢ଼ନ୍ତୁ: ହିଞ୍ଜିଳିରେ ପୋଷ୍ଟର ରାଜନୀତିକୁ ବିଜୁପ୍ରେମୀଙ୍କ ନିନ୍ଦା; ଦୁଇ ଦଶନ୍ଧିର ନେତୃତ୍ୱକୁ ଅପମାନିତ କରିବା ଉଦ୍ୟମ !

ମିଳିଥିବା ସୂଚନା ମୁତାବକ, ଆଜି ସକାଳେ କିଛି ସ୍ଥାନୀୟ ଲୋକ ନୂଆବସା ନଦୀପଠାକୁ ଶୌଚ ପାଇଁ ଯାଇଥିବା ବେଳେ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ଶବ ପଡ଼ିରହିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ତରବରିଆ ଭାବେ ଉଠାଇ ନେଇ ଦାହ ସଂସ୍କାର କରିବାକୁ ଉଦ୍ୟମ କରିଥିଲେ। ତେବେ ଘଟଣାକୁ ନେଇ ସନ୍ଦେହ ଉପୁଜିବାରୁ ସ୍ଥାନୀୟ ଗ୍ରାମବାସୀ ସେମାନଙ୍କୁ ଅଟକାଇବା ସହ ଶବଦାହ କରିବାକୁ ଦେଇନଥିଲେ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି: ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଅନ୍ୟପକ୍ଷରେ ଘଟଣାସ୍ଥଳରୁ ରକ୍ତଭିଜା ପଥର, ପାଣି ବୋତଲ, ଜୋତା, ଟର୍ଚ୍ଚ ଏବଂ ଅର୍ଦ୍ଧଦଗ୍ଧ ଶାଢ଼ୀ ଜବତ ହୋଇଥିବାରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି। ଖବର ପାଇ ବାଙ୍ଗିରିପୋଷି ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଏହା ହତ୍ୟାକାଣ୍ଡ ନା ଅନ୍ୟ କିଛି କାରଣ ରହିଛି, ସେ ନେଇ ପୁଲିସ ଛାନଭିନ୍ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ୨୪ ମାସରେ କିପରି ଭୁଶୁଡ଼ି ଗଲା ୨୪ ବର୍ଷର ସଫଳ ବିପର୍ଯ୍ୟୟ ପରିଚାଳନା ପ୍ରଣାଳୀ: ସୁଜାତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର