ବନ୍ୟାଞ୍ଚଳ ପରିଦର୍ଶନ ବେଳେ ଖଲ୍ଲିକୋଟର ବିଜେପି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରମଣ

Madhusudan Das Picture
Published On

ଗଞ୍ଜାମ: ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଆକ୍ରମଣ। ବନ୍ୟାଞ୍ଚଳ ପରିଦର୍ଶନ ସମୟରେ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ପୂର୍ଣ୍ଣଚନ୍ଦ୍ର ସେଠୀ । ବନ୍ୟା ସହାୟତାରେ ବିଳମ୍ବ ଓ ଅବ୍ୟବସ୍ଥାକୁ ନେଇ ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କୁ ଘେରିବା ସହ ତାଙ୍କ ସହ ଧସ୍ତାଧସ୍ତି କରିଥିବା ସୂଚନା ମିଳିଛି। ତିନିଦିନ ପରେ ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିଲେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ । 

ଆହୁରି ପଢ଼ନ୍ତୁ: ପୁରୀରେ ହବିଷ୍ୟାଳୀ ମା'ମାନଙ୍କ ଭକ୍ତିଭାବନାକୁ କୁଠାରାଘାତ କରୁଛି ବିଜେପି ସରକାର: ବିଜେଡି

ନିକଟରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି କ୍ଷୟକ୍ଷତିର ଆକଳନ କରିବା ଏବଂ ରିଲିଫ କାର୍ଯ୍ୟର ସମୀକ୍ଷା କରିବା ପାଇଁ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ପୁରୁଷୋତ୍ତମପୁର ଅଞ୍ଚଳକୁ ଯାଇଥିଲେ। ମାତ୍ର ସେଠାରେ ପହଞ୍ଚିବା ପରେ ଲୋକଙ୍କ ମଧ୍ୟରେ ଥିବା ଅସନ୍ତୋଷ ଉଗ୍ର ରୂପ ଧାରଣ କରିଥିଲା। ପର୍ଯ୍ୟାପ୍ତ ରିଲିଫ ମିଳୁନଥିବା ଏବଂ ପ୍ରଶାସନିକ ସହାୟତାରେ ବିଳମ୍ବ ହେଉଥିବା ଅଭିଯୋଗ କରି ଲୋକେ ବିଧାୟକଙ୍କୁ ଘେରିଯାଇଥିଲେ। 

ଆହୁରି ପଢ଼ନ୍ତୁ: ଆଣ୍ଡାମାନ ସାଗରରେ ନୂଆ ଲଘୁଚାପ: ଅବପାତରେ ପରିଣତ ହେବା ସମ୍ଭାବନା, ଓଡ଼ିଶାର ୫ ଜିଲ୍ଲାକୁ ପ୍ରବଳ ବର୍ଷା ସତର୍କତା

ସ୍ଥିତି ଏପରି ହୋଇଥିଲା ଯେ, ଲୋକଙ୍କ ଭିଡ଼ ମଧ୍ୟରେ ବିଧାୟକଙ୍କୁ ନିଜ ସୁରକ୍ଷା ପାଇଁ ସଂଘର୍ଷ କରିବାକୁ ପଡ଼ିଥିଲା। ପୁଲିସ ଏବଂ ସୁରକ୍ଷାକର୍ମୀମାନେ ତୁରନ୍ତ ହସ୍ତକ୍ଷେପ କରି ବିଧାୟକଙ୍କୁ ସେଠାରୁ ସୁରକ୍ଷିତ ଭାବେ ବାହାର କରି ଆଣିଥିଲେ। ବର୍ତ୍ତମାନ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲୋକଙ୍କୁ ବୁଝାସୁଝା କରାଯିବା ସହ ରିଲିଫ ବଣ୍ଟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପ୍ରୟାସ ଜାରି ରହିଛି।

ଆହୁରି ପଢ଼ନ୍ତୁ: ଗଞ୍ଜାମ ବନ୍ୟା ପରିସ୍ଥିତି ସମ୍ପର୍କରେ ଜିଲ୍ଲପାଳଙ୍କଠାରୁ ପଚାରି ବୁଝିଲେ ନବୀନ, ଲୋକଙ୍କ ଦୁଃଖ ସମୟରେ ସେବା ଯୋଗାଇବାକୁ କର୍ମୀଙ୍କୁ ପରାମର୍ଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର