ବାଣପୁର ଏନଏସି ଅଞ୍ଚଳରେ ୧୪୪ ଧାରା ଜାରି

The Sakala Picture
Published On

ଖୋର୍ଦ୍ଧା: ବାଣପୁର ବ୍ଲକ ଅଫିସ ନିକଟରେ ୧୪୪ ଧାରା ଜାରି କରାଯାଇଛି। ଖୋର୍ଦ୍ଧା ଉପ-ଜିଲ୍ଲାପାଳ ବାଣପୁର ଏନଏସି ଅଞ୍ଚଳରେ ଏହି କଟକଣା ଲାଗୁ କରିଛନ୍ତି । ତେବେ ଉକ୍ତ ଅଂଚଳରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଏହି ଧାରା ଲାଗୁ ରହିବ । କୌଣସି ଅପ୍ରିତୀକର ପରିସ୍ଥିତି ଘଟିବା ପୂର୍ବରୁ ଜାରି କରାଯାଇଛି ଧାରା ୧୪୪ । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଉପସ୍ଥିତ ଲୋକଙ୍କ ଉପରକୁ ଗାଡି ମଡାଇବା ପରେ ସେଠାରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି […]

ଖୋର୍ଦ୍ଧା: ବାଣପୁର ବ୍ଲକ ଅଫିସ ନିକଟରେ ୧୪୪ ଧାରା ଜାରି କରାଯାଇଛି। ଖୋର୍ଦ୍ଧା ଉପ-ଜିଲ୍ଲାପାଳ ବାଣପୁର ଏନଏସି ଅଞ୍ଚଳରେ ଏହି କଟକଣା ଲାଗୁ କରିଛନ୍ତି । ତେବେ ଉକ୍ତ ଅଂଚଳରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଏହି ଧାରା ଲାଗୁ ରହିବ । କୌଣସି ଅପ୍ରିତୀକର ପରିସ୍ଥିତି ଘଟିବା ପୂର୍ବରୁ ଜାରି କରାଯାଇଛି ଧାରା ୧୪୪ । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଉପସ୍ଥିତ ଲୋକଙ୍କ ଉପରକୁ ଗାଡି ମଡାଇବା ପରେ ସେଠାରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ମଧ୍ୟ ବାଣପୁରରେ ପହଁଚି ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିଛନ୍ତି । ସେହିପରି ୪ ପ୍ଲାଟନରୁ ଅଧିକ ପୋଲିସ ଫୋର୍ସ ନିୟୋଜିତ ରହିଛନ୍ତି ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ସୂଚନାଯୋଗ୍ୟ ଯେ ବାଣପୁର ବ୍ଲକ ଚେୟାରମ୍ୟାନ ନିର୍ବାଚନ ଚାଲିବା ସମୟରେ ଲୋକଙ୍କ ଗହଳି ଲାଗି ରହିଥିଲା। ଏହି ସମୟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଲୋକଙ୍କ ଗହଳି ଉପରେ ନିଜ ଏସୟୁଭି କାର ଚଢାଇ ଦେଇଥିଲେ। ଏଥିରେ ମୋଟ ୨୪ ଜଣ ଆହତ ହୋଇଥିଲେ । ଏହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ଉପସ୍ଥିତ ଲୋକମାନେ ଉତ୍ତ୍ୟକ୍ତ ହୋଇ ବିଧାୟକଙ୍କ ତାଙ୍କ ଗାଡି ଭିତରୁ ଟାଣି ଆଣି ପ୍ରବଳ ମାଡ଼ ମାରି ଲହୁଲୁହାଣ କରିଥିଲେ।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ଅନ୍ୟପଟେ ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରାଯିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । ଏହା ସହ ଡିଏସପି ରାଙ୍କର ଜଣେ ଅଧିକାରୀ ଏହି ଘଟଣାର ତଦନ୍ତ କରିବେ ବୋଲି ସେ ସୂଚନା ଦେଇଛନ୍ତି । ଘଟଣା ଘଟିବାବେଳେ ବାଣପୁର ଆଇଆଇସି ଗାଡି ଆଗରେ ଠିଆ ହୋଇ ମନା କରୁଥିବା ସତ୍ତ୍ବେ ବିଧାୟକ ପୋଲିସ ଓ ଲୋକଙ୍କ ଉପରେ ଗାଡି ଚଢାଇଦେଇଥିଲେ ବୋଲି କହିଛନ୍ତି ଆଇଜି ।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର