ମଝି ସମୁଦ୍ରରେ ଫସିଲା କାର୍ଗୋ ଜାହାଜ 'ଏମଭି ବିଶ୍ୱ ଉଦୟ': ୨୭ କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କଲା ପାରାଦୀପ ପୋର୍ଟ କର୍ତ୍ତୃପକ୍ଷ

Madhusudan Das Picture
Published On

ପାରାଦୀପ: ସମୁଦ୍ର ମଧ୍ୟରେ ଏକ ବଡ଼ ଧରଣର ବିପଦରୁ ଅଳ୍ପକେ ବର୍ତ୍ତି ଯାଇଛି ମାଲବାହୀ ଜାହାଜ ଏମଭି ବିଶ୍ୱ ଉଦୟ (MV Vishva Uday)। ଜାହାଜରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ସହ ପାଣି ପଶିଯିବାରୁ ଏହା ପାରାଦୀପ ଉପକୂଳରୁ ପ୍ରାୟ ୫୦ ନଟିକାଲ ମାଇଲ ଦୂରରେ ଫସି ରହିଥିଲା। ତେବେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ (PPA) ଏବଂ ଭାରତୀୟ କୋଷ୍ଟଗାର୍ଡର ମିଳିତ ଉଦ୍ୟମରେ ଜାହାଜରେ ଥିବା ସମସ୍ତ ୨୭ ଜଣ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।  

ଆହୁରି ପଢ଼ନ୍ତୁ: ବର୍ତ୍ତମାନ ଯେତିକି ହିତାଧିକାରୀ ଅଛନ୍ତି ସେମାନଙ୍କୁ ଭତ୍ତା ଦେଇପାରୁ ନାହାନ୍ତି ସରକାର, ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପି ରାଜନୈତିକ ଗୋଟିଚାଳନା କରୁଛି: ବିଜେଡି

ସୂଚନା ଅନୁଯାୟୀ, ହଳଦିଆ ବନ୍ଦରରୁ ମୋଜାମ୍ବିକ ଅଭିମୁଖେ ଯାଉଥିବା ଏହି ଜାହାଜଟିର ପ୍ରୋପେଲର ଶାଫ୍ଟ (Propeller Shaft) ଅଚଳ ହୋଇଯାଇଥିଲା। ଏହି କାରଣରୁ ଜାହାଜ ଭିତରକୁ ସମୁଦ୍ର ପାଣି ପଶିବାକୁ ଲାଗିଥିଲା, ଯାହା ଫଳରେ ଜାହାଜଟି ବୁଡ଼ିଯିବାର ଆଶଙ୍କା ଦେଖାଦେଇଥିଲା। ଶିପିଂ କର୍ପୋରେସନ ଅଫ୍ ଇଣ୍ଡିଆ (SCI) ପକ୍ଷରୁ ଏହି ଜରୁରୀକାଳୀନ ସ୍ଥିତି ବିଷୟରେ ସୂଚନା ମିଳିବା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। 

ଆହୁରି ପଢ଼ନ୍ତୁ: ଶ୍ୱଶୁର ଘରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ: ସ୍ୱାମୀର ପରକୀୟା ପ୍ରୀତି ପାଇଁ ହତ୍ୟା ଅଭିଯୋଗ

ପାରାଦୀପ ବନ୍ଦରର ହାର୍ବର ମାଷ୍ଟର କ୍ୟାପଟେନ ଇନ୍ଦ୍ରନୀଲ ମୁଖାର୍ଜୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଅଭିଯାନ ଚାଲିଥିଲା। ବନ୍ଦରର ଦୁଇଟି ଶକ୍ତିଶାଳୀ ଟଗ୍ - ଡଲଫିନ୍-୨୫ ଏବଂ ଡଲଫିନ୍-୨୦ ସହାୟତା ପାଇଁ ସମୁଦ୍ର ମଧ୍ୟକୁ ଯାଇଥିଲେ। ଦୀର୍ଘ ସମୟର ପରିଶ୍ରମ ପରେ ବିପଦରେ ଥିବା ଜାହାଜଟିକୁ ସଫଳତାର ସହ ଟାଣି ଅଣାଯାଇ ବନ୍ଦରର ବାହ୍ୟ ସୀମାରେ ସୁରକ୍ଷିତ ଭାବେ ରଖାଯାଇଛି।  

ଆହୁରି ପଢ଼ନ୍ତୁ: ଚିକିଟି ବିଧାୟକଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ ଘଟଣାର ସତ୍ୟାସତ୍ୟ ଉନ୍ମୋଚନର ଗୁରୁଦାୟିତ୍ୱ ଗଣମାଧ୍ୟମ ନେଉ: ବିଜେଡି

ଉଦ୍ଧାର ହୋଇଥିବା ସମସ୍ତ ୨୭ ଜଣ କର୍ମଚାରୀ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି। ତେବେ ଉଦ୍ଧାର ସମୟରେ ଜଣେ କର୍ମଚାରୀ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ ପାରାଦୀପ ବନ୍ଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଏବଂ ଭାରତୀୟ କୋଷ୍ଟଗାର୍ଡର ଏହି ସମନ୍ୱିତ ଉଦ୍ୟମକୁ ସବୁ ସ୍ତରରେ ପ୍ରଶଂସା କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର