ବରମୁଣ୍ଡା ବସଷ୍ଟାଣ୍ଡରେ ଅପହରଣ ଆତଙ୍କ ! ଚଳନ୍ତା ଅଟୋରେ ଯୁବତୀଙ୍କ ଚିତ୍କାରକୁ ନେଇ ହଟଚମଟ

Madhusudan Das Picture
Published On

ଭୁବନେଶ୍ୱର: ଭୁବନେଶ୍ୱରର ବ୍ୟସ୍ତବହୁଳ ବରମୁଣ୍ଡା ବସଷ୍ଟାଣ୍ଡରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଚଳନ୍ତା ଅଟୋରିକ୍ସା ଭିତରୁ ଜଣେ ଯୁବତୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଏହାକୁ ଏକ ଅପହରଣ ଉଦ୍ୟମ ବୋଲି ସନ୍ଦେହ କରିଥିଲେ। ଏହି ଘଟଣାକୁ ନେଇ ସେଠାରେ ପ୍ରବଳ ଉତ୍ତେଜନା ସହ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା। 

ଆହୁରି ପଢ଼ନ୍ତୁ: ବୈତରଣୀ ନଦୀରେ ବୁଡ଼ି ଆନ୍ଧ୍ରପ୍ରଦେଶର ଦମ୍ପତିଙ୍କ ମୃତ୍ୟୁ, ବରାହନାଥରେ ବୁଡ଼ ପକାଉଥିଲେ

ସୂଚନା ଅନୁଯାୟୀ, ଉକ୍ତ ଯୁବତୀଜଣକ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରୁ କୌଣସି କାରଣବଶତଃ ନିଜ ଘର ଛାଡ଼ି ପଳାଇ ଆସିଥିଲେ। ତାଙ୍କ ପରିବାର ଲୋକେ ତାଙ୍କୁ ଖୋଜୁଥିବା ବେଳେ ବରମୁଣ୍ଡା ବସଷ୍ଟାଣ୍ଡରେ ଠାବ କରିଥିଲେ। ପରିବାର ସଦସ୍ୟମାନେ ତାଙ୍କୁ ଜୋର ଜବରଦସ୍ତ ଅଟୋରିକ୍ସା ଯୋଗେ ରେଳ ଷ୍ଟେସନକୁ ନେଇ ଯିବାକୁ ଚେଷ୍ଟା କରୁଥିବା ବେଳେ ଯୁବତୀଜଣକ ବଞ୍ଚାଅ ବଞ୍ଚାଅ କହି ଚିତ୍କାର କରିଥିଲେ। 

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଖୋଲାଗଲା ଗଞ୍ଜାମର ଘୋଡ଼ାହାଡ଼ ଓ ବାଘଲଟି ଡ୍ୟାମ ଗେଟ୍

ଯୁବତୀଙ୍କ କାନ୍ଦ ଏବଂ ଚିତ୍କାର ଶୁଣି ବସଷ୍ଟାଣ୍ଡରେ ଥିବା ଯାତ୍ରୀ ଏବଂ ସ୍ଥାନୀୟ ଲୋକେ ତୁରନ୍ତ ଅଟୋକୁ ଘେରି ଯାଇଥିଲେ। ସେମାନେ ଏହାକୁ ଅପହରଣ ବୋଲି ଭାବି ଅଟୋରେ ଥିବା ବ୍ୟକ୍ତିମାନଙ୍କୁ ଅଟକ ରଖିବା ସହ ପୋଲିସକୁ ଖବର ଦେଇଥିଲେ। କିଛି ସମୟ ପାଇଁ ସେଠାରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। 

ଆହୁରି ପଢ଼ନ୍ତୁ: ଜିଲ୍ଲାସ୍ତରୀୟ ପଦଯାତ୍ରାରେ ରାଜ୍ୟ ସରକାର ଓ ବିଜେପିକୁ କଡା ସମାଲୋଚନା କଲେ ବିଜେଡି ନେତ୍ରୀ ସୁଜାତା ରାଉତ କାର୍ତ୍ତିକେୟନ

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା। ଯାଞ୍ଚ ପରେ ଜଣାପଡ଼ିଥିଲା ଯେ, ଯୁବତୀଙ୍କ ସହ ଥିବା ବ୍ୟକ୍ତିମାନେ ତାଙ୍କର ନିଜର ପରିବାର ସଦସ୍ୟ। ଯୁବତୀଜଣକ ଘରକୁ ଯିବାକୁ ମନା କରି ଚିତ୍କାର କରୁଥିବାରୁ ଏଭଳି ଭ୍ରମ ସୃଷ୍ଟି ହୋଇଥିଲା। ପରିଚୟ ପତ୍ର ଓ ସମ୍ପର୍କର ସତ୍ୟତା ଜାଣିବା ପରେ ପୋଲିସ ସେମାନଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର