ଚିକିଟି ବିଧାୟକଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ ଘଟଣାର ସତ୍ୟାସତ୍ୟ ଉନ୍ମୋଚନର ଗୁରୁଦାୟିତ୍ୱ ଗଣମାଧ୍ୟମ ନେଉ: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ଆଜି ଜାତୀୟ ପ୍ରେସ ଦିବସ ପାଳିତ ହେଉଥିବା ବେଳେ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ ପ୍ରସଙ୍ଗରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ବରିଷ୍ଠ ପତ୍ରକାର ମାନେ ଏହି ଘଟଣା ଉପରୁ ପରଦା ଉଠାନ୍ତୁ ବୋଲି ବିଜୁ ଜନତା ଦଳ ଆହ୍ୱାନ କରିଛି । ପ୍ରମୁଖ ଗଣମାଧ୍ୟମ ଓ ବରିଷ୍ଠ ସାମ୍ୱାଦିକମାନଙ୍କ ଉପସ୍ଥିତିରେ ଏହି ଘଟଣା ଘଟିଥିବାରୁ ଏହାର ସତ୍ୟାସତ୍ୟକୁ ଲୋକଲୋଚନକୁ ଆଣିବାର ଗୁରୁ ଦାୟିତ୍ୱ ସେମାନେ ବହନ କରନ୍ତୁ ବୋଲି ବିଜେଡି କହିଛି ।  

ଆହୁରି ପଢ଼ନ୍ତୁ: ଆସନ୍ତା ୨୮ରେ ଓଡ଼ିଶା ଗସ୍ତରେ ଆସିପାରନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ବିଜେଡି ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତ୍ତିରେ ଦଳର ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି, ନିକଟରେ ରାଜ୍ୟର ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଗଣମାଧ୍ୟମକୁ ଏକ ବାଇଟ ଦେଉଥିବା ସମୟରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟଙ୍କର ଏକ ଆପତିଜନକ ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ରାଜ୍ୟବାସୀଙ୍କ ମନରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ଏହାର ବରିଷ୍ଠ ପ୍ରତିନିଧି ମାନଙ୍କ ଉପସ୍ଥିତିରେ ଏହି ଘଟଣା ଘଟିଥିଲା, ଯାହା ସେମାନଙ୍କ କ୍ୟାମେରାରେ ରେକର୍ଡ ହୋଇଥିଲା । ସ୍ପଷ୍ଟ ଦିବାଲୋକରେ ଘଟିଥିବା ଏହି ଘଟଣାକୁ ବିଧାୟକ ଶ୍ରୀ ଦ୍ୟାନ ସାମନ୍ତରାୟଙ୍କ ଧର୍ମ ପତ୍ନୀ ଏହାକୁ ବିଜେଡି ଏଆଇ ଦ୍ୱାରା ପ୍ରସ୍ତୁତ କରି ଭାଇରାଲ କରୁଛି ବୋଲି ଅଭିଯୋଗ କରି ଜିଲ୍ଲାର ଏସପିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କିନ୍ତୁ, ଏହି ଘଟଣା ଘଟିବାର ପାଞ୍ଚ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଦ୍ୱାରା ଏହାର ସତ୍ୟାସତ୍ୟ ନେଇ କୌଣସି ସୂଚନା ଦିଆଯାଇ ନାହିଁ । ବିଧାୟକଙ୍କ ପତ୍ନୀଙ୍କ ଏହି ଦାବି ଓ ପୋଲିସ ନିକଟକୁ ଦେଇଥିବା ଏହି ଚିଠି କେବଳ ଧର୍ମକୁ ଆଖିଠାର ସଦୃଶ୍ୟ ଓ ଏହା କେବଳ ରାଜ୍ୟବାସୀଙ୍କୁ ଭ୍ରମିତ କରିବା ପାଇଁ ଉଦିଷ୍ଟ । 

ଆହୁରି ପଢ଼ନ୍ତୁ: ପୁରୁଣା ହିତାଧିକାରୀଙ୍କୁ ପ୍ରତି ମାସରେ ଭତ୍ତା ଦେଇପାରୁ ନଥିବା ବିଜେପି ସରକାର, ନୂଆ ହିତାଧିକାରୀଙ୍କୁ ସାମିଲ କରିବା ଏକ ପ୍ରହସନ: ବିଜେଡି

ଡ ମହାନ୍ତି ଆହୁରି କହିଛନ୍ତି, ଆଜି ଜାତୀୟ ପ୍ରେସ ଦିବସ ପାଳିତ ହେଉଥିବା ବେଳେ ସତ୍ୟର ଉନ୍ମୋଚନ ପାଇଁ ଗଣମାଧ୍ୟମର ଗୁରୁତ୍ୱ ଉପରେ ଆଲୋଚନା ହେଉଛି । ଏହି ଅବସରରେ, ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ଏହାର ବରିଷ୍ଠ ସାମ୍ୱାଦିକ ମାନଙ୍କ ସମ୍ମୁଖରେ ଘଟିଥିବା ଏହି ଘଟଣାର ସତ୍ୟାସତ୍ୟ ଉନ୍ମୋଚନ କରିବାର ଗୁରୁଦାୟିତ୍ୱ ଗଣମାଧ୍ୟମ ଗ୍ରହଣ କରୁ, ଯାହା ଦ୍ୱାରା ରାଜ୍ୟବାସୀ ପ୍ରକୃତ ସତ୍ୟ ଉପରେ ଅବଗତ ହେବେ । ପ୍ରମୁଖ ଗଣମାଧ୍ୟମର କ୍ୟାମେରାରେ ରେକର୍ଡ ହୋଇ ରହିଥିବା ଘଟଣାକୁ ଏଆଇ ଦ୍ୱାରା ତିଆରି କରାଯାଇଛି ବୋଲି ମନ୍ତବ୍ୟ ଦେବା ଓ ପୋଲିସ ଅଧିକାରୀଙ୍କ ନିକଟକୁ ଚିଠି ଲେଖିବା କେବଳ ରାଜ୍ୟବାସୀଙ୍କୁ ଭ୍ରମିତ କରିବା ପାଇଁ ଉଦିଷ୍ଟ ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଏଏମ୍/ଏନ୍‌ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ଆଥଲେଟମାନଙ୍କ ସିବିଏସ୍‌ଇ ଜାତୀୟ ଜିମ୍ନାଷ୍ଟିକ୍ସ ଚାମ୍ପିୟନସିପ୍ ୨୦୨୬ରେ ଚମତ୍କାର ପ୍ରଦର୍ଶନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର