ବିଧାନସଭାର ଶୀତକାଳୀନ ଅଧିବେଶନ ପାଇଁ କମିଶନରେଟ ପୋଲିସ୍‌ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି

Madhusudan Das Picture
Published On

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-କଟକ କମିଶନରେଟ ପୋଲିସ ପକ୍ଷରୁ ଏକ ଟ୍ରାଫିକ ଆଡଭାଇଜରି ଜାରି କରାଯାଇଛି। ୧୭ତମ ଓଡ଼ିଶା ବିଧାନସଭାର ଏହି ଅଷ୍ଟମ ଅଧିବେଶନ ନଭେମ୍ବର ୧୮ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମୟ ମଧ୍ୟରେ ଜନସାଧାରଣଙ୍କ ସୁରକ୍ଷା ଏବଂ ଟ୍ରାଫିକର ସୁପରିଚାଳନା ପାଇଁ ବିଧାନସଭା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ କିଛି କଟକଣା ଓ ରୁଟ୍ ଡାଇଭର୍ସନ ଲାଗୁ କରାଯାଇଛି। 

ଆହୁରି ପଢ଼ନ୍ତୁ: ଅର୍ଣ୍ଣବ ଓ ମୁରାସୁ ପରେ ନଭେମ୍ବର ୧୩ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର ଡିସିପିଙ୍କ ଦ୍ୱାରା ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ, ହାଉସିଂ ବୋର୍ଡ ଛକରୁ ରବୀନ୍ଦ୍ର ମଣ୍ଡପ ଆଡକୁ ଆସୁଥିବା ଗାଡ଼ିଗୁଡ଼ିକ କେଶରୀ ଟକିଜ୍ ନିକଟସ୍ଥ ବାମ ପାର୍ଶ୍ୱ ରାସ୍ତାରେ ଯିବେ। ସେହିଭଳି ଏଜି ଛକରୁ ପିଏମଜି ଅଭିମୁଖେ ଯାଉଥିବା ଗାଡ଼ିଗୁଡ଼ିକୁ ଜୟଦେବ ଭବନ ନିକଟରୁ ଇନ୍ଦିରା ଗାନ୍ଧୀ ପାର୍କ ଆଡକୁ ମୋଡ଼ି ଦିଆଯିବ। ମାଷ୍ଟର କ୍ୟାଣ୍ଟିନ ପଟୁ ପିଏମଜି ଯାଉଥିବା ଗାଡ଼ିଗୁଡ଼ିକ ଲୋୟର ପିଏମଜି ଦେଇ ଯିବେ। ଏହାବ୍ୟତୀତ ୧୨୦ ବାଟାଲିୟନ ପଟୁ ରବୀନ୍ଦ୍ର ମଣ୍ଡପ ଆଡକୁ ଆସୁଥିବା ଗାଡ଼ିଗୁଡ଼ିକୁ ଶାସ୍ତ୍ରୀ ନଗର ଦେଇ ପଠାଯିବ। ଲୋକସେବା ଭବନରୁ ଏମଏଲଏ କଲୋନୀ ଏବଂ ରବୀନ୍ଦ୍ର ମଣ୍ଡପକୁ ଯାଉଥିବା ଗାଡ଼ିଗୁଡ଼ିକ ମଧ୍ୟ ଶାସ୍ତ୍ରୀ ନଗର ଦେଇ ଗତି କରିବେ। 

ଆହୁରି ପଢ଼ନ୍ତୁ: ରାଜଧାନୀରେ ପୁଣି ଲଜ୍ଜା: ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

କମିଶନରେଟ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ପୋଲିସ, ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ପରି ଜରୁରୀକାଳୀନ ଯାନ ଏବଂ ବିଧାନସଭା, ସଚିବାଳୟ ତଥା ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟର ଅନୁମୋଦିତ ଗାଡ଼ିଗୁଡ଼ିକ ପାଇଁ ଏହି କଟକଣା ଲାଗୁ ହେବ ନାହିଁ। ବିଧାନସଭା ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ଏହି ଟ୍ରାଫିକ ନିୟମ ବଳବତ୍ତର ରହିବ। ସାଧାରଣ ଯାତ୍ରୀମାନଙ୍କୁ ଏହି ସମୟରେ କଟକଣା ଥିବା ମାର୍ଗ ପରିବର୍ତ୍ତେ ବିକଳ୍ପ ମାର୍ଗ ବ୍ୟବହାର କରିବାକୁ ଏବଂ ଟ୍ରାଫିକ ପରିଚାଳନାରେ ପୋଲିସକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

ଆହୁରି ପଢ଼ନ୍ତୁ: ବିଜେପି ଶାସନରେ ଓଡ଼ିଶାରେ ଲକ୍ଷ ଲକ୍ଷ ଶିଶୁ
କୁପୋଷଣର ଶିକାର: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର