ବୈତରଣୀ ନଦୀରେ ବୁଡ଼ି ଆନ୍ଧ୍ରପ୍ରଦେଶର ଦମ୍ପତିଙ୍କ ମୃତ୍ୟୁ, ବରାହନାଥରେ ବୁଡ଼ ପକାଉଥିଲେ

Madhusudan Das Picture
Published On

ଯାଜପୁର: ଯାଜପୁର ଜିଲ୍ଲା ବୈତରଣୀ ନଦୀରେ ବୁଡ଼ ପକାଉଥିବା ସମୟରେ ବୁଡ଼ିଯାଇ ପତି-ପତ୍ନୀଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଦିନ ଯାଜପୁରର ପ୍ରସିଦ୍ଧ ବରାହନାଥ ମନ୍ଦିର ନିକଟରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ଆନ୍ଧ୍ରପ୍ରଦେଶର ପାଲାମନେର ଅଞ୍ଚଳର ଏମ. ଶ୍ରୀନିବାସ ସୁଲୁ ଏବଂ ଏମ. ଦେବୀ। ବରାହନାଥରେ ବୁଡ଼ ପକାଉଥିବା ବେଳେ ବୁଡ଼ି ଯାଇଥିଲେ ଏହି ୨ ପର୍ଯ୍ୟଟକ ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଉପକୂଳରେ ‘ପ୍ରଳୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ: ଭାରତୀୟ ସେନାରେ ସାମିଲ ପାଇଁ ପ୍ରସ୍ତୁତ

ସୂଚନା ଅନୁସାରେ, ଏହି ଦମ୍ପତି ବୈତରଣୀ ନଦୀରେ ବୁଡ଼ ପକାଉଥିବା ବେଳେ ହଠାତ୍ ଅତଳ ଜଳରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖିବା ପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। 

ଆହୁରି ପଢ଼ନ୍ତୁ: ପ୍ରକଳ୍ପ ‘ସଖୀ’ ଅଧୀନରେ ନୂତନ ସିଲେଇ ତାଲିମ କେନ୍ଦ୍ର ନିର୍ମାଣ କରି କଳାହାଣ୍ଡିରେ ମହିଳାଙ୍କୁ ସ୍ୱାବଲମ୍ବୀ କରୁଛି ଭିଏଏମ୍ଏଲ୍

ଅଗ୍ନିଶମ ବାହିନୀ ଉଭୟଙ୍କୁ ନଦୀରୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। କିନ୍ତୁ ସେଠାରେ କର୍ତ୍ତବ୍ୟରତ ଡାକ୍ତର ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ଏହି ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ନଦୀ କିମ୍ବା ଜଳାଶୟରେ ଗାଧୋଇବା ସମୟରେ ସତର୍କତା ଅବଲମ୍ବନ କରିବାକୁ ଏବଂ ଅଧିକ ଗଭୀର ପାଣିକୁ ନଯିବା ପାଇଁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ମାଲିକାଣିଙ୍କୁ ହତ୍ୟା କରି ସୁନା ଓ ଟଙ୍କା ଲୁଟ୍ ଘଟଣା: ଗୁଜରାଟରୁ ଧରାପଡ଼ିଲା ଅଭିଯୁକ୍ତ କେୟାରଟେକର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର