ବଜ୍ରକାପ୍ତା ଚୋରା ଚାଲାଣ ଉଦ୍ୟମ ପଣ୍ଡ: ଜଣେ ଗିରଫ, ୧୫ କେଜିର ବଜ୍ରକାପ୍ତା ଉଦ୍ଧାର

Madhusudan Das Picture
Published On

ମାଲକାନଗିରି: ମାଲକାନଗିରି ଜିଲ୍ଲା ବନ ବିଭାଗକୁ ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ଏକ ବଡ଼ ସଫଳତା ମିଳିଛି। ଜିଲ୍ଲାର କୋଇଲିପାରି ଗ୍ରାମରେ ଚଢ଼ାଉ କରି ବନ ବିଭାଗ ଏକ ବଜ୍ରକାପ୍ତା ଚୋରା ଚାଲାଣ ଉଦ୍ୟମକୁ ପଣ୍ଡ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି। 

ଆହୁରି ପଢ଼ନ୍ତୁ: ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ ଉଦ୍ୟମ: ଶଳାକୁ ପଥରରେ ଛେଚି ହତ୍ୟା କଲା ପିଶାଚ ଭିଣୋଇ !

ମିଳିଥିବା ରିପୋର୍ଟ ଅନୁଯାୟୀ, ମାଲକାନଗିରି ବ୍ଲକ ଅନ୍ତର୍ଗତ କୋଇଲିପାରି ଗ୍ରାମରେ ବଜ୍ରକାପ୍ତା ଚୋରା ଚାଲାଣ ନେଇ ଡିଲ୍ ଚାଲିଥିବା ବେଳେ ବନ ବିଭାଗ ଚଢ଼ାଉ କରିଥିଲା। ଏହି ସମୟରେ ପ୍ରାୟ ୧୫ କେଜିରୁ ଅଧିକ ଓଜନର ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରୁ ବନ ବିଭାଗ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅନ୍ଧାରର ସୁଯୋଗ ନେଇ ଫେରାର ହେବାରେ ସକ୍ଷମ ହୋଇଛି। ବନ ବିଭାଗ ଏହି ଚଢ଼ାଉ ସମୟରେ ୩ଟି ମୋଟରସାଇକେଲ ମଧ୍ୟ ଜବତ କରିଛି।

ଆହୁରି ପଢ଼ନ୍ତୁ: କଟକରେ ବାଣ ଫୁଟାଇବାକୁ ବାରଣ କରିବାରୁ ମହିଳା ACPଙ୍କୁ ଦୁର୍ବ୍ୟବହାର: ୪ ଜଣ ଗିରଫ

ମାଲକାନଗିରି ଡିଏଫଓ ସାଇ କିରଣଙ୍କ ସୂଚନା ମୁତାବକ, ଉଦ୍ଧାର ହୋଇଥିବା ବଜ୍ରକାପ୍ତାଟିକୁ ବର୍ତ୍ତମାନ ବନ ବିଭାଗ ନିଜ ହେପାଜତରେ ରଖିଛି। ତାର ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାକୁ ପୁଣି ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ି ଦିଆଯିବ। ବର୍ତ୍ତମାନ ଫେରାର ଥିବା ଅନ୍ୟ ଅଭିଯୁକ୍ତକୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଆଗକୁ ମଧ୍ୟ ବନ୍ୟଜନ୍ତୁ ଚୋରା ଚାଲାଣ ରୋକିବା ପାଇଁ ଏହିପରି ଚଢ଼ାଉ ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଦୀପାବଳି ଅବସରରେ ୧୦୮ ଆମ୍ବୁଲାନ୍ସ ସେବାର ସ୍ୱତନ୍ତ୍ର ପ୍ରସ୍ତୁତି: ଅଗ୍ନିକାଣ୍ଡ ଓ ପୋଡ଼ାଜଳା ଆହତଙ୍କୁ ତ୍ୱରିତ ଚିକିତ୍ସା ସହାୟତା ପାଇଁ EMRI ଗ୍ରୀନ୍ ହେଲ୍ଥ ସର୍ଭିସେସ୍‌ର ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର