ମା’ ପାଇଁ ଔଷଧ ଆଣିବାକୁ ଯାଇଥିବା ପୁଅକୁ ଫାଣ୍ଡିରେ ଅଟକ ରଖି ନିସ୍ତୁକ ମାଡ଼ ଅଭିଯୋଗ

Madhusudan Das Picture
Published On

ପୁରୀ: ପୁଣି ପୁଲିସ ବିରୋଧରେ ଆସିଛି ଏକ ସଂଗୀନ ଅଭିଯୋଗ। ରୋଗୀଣା ତଥା ଦୃଷ୍ଟିହୀନ ମା’ଙ୍କ ପାଇଁ ଔଷଧ କିଣିବାକୁ ଯାଇଥିବା ପୁଅକୁ ମଦ ବିକ୍ରି କରୁଥିବା ସନ୍ଦେହରେ ଅଟକ ରଖି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବେକରେ ଗାମୁଛା ପକାଇ ଫାଣ୍ଡିକୁ ଘୋଷାଡ଼ି ନେବା ଏବଂ ପରେ ପାଇପ୍‌ରେ ପିଟିବା ଓ ଥାର୍ଡ ଡିଗ୍ରୀ ପ୍ରୟୋଗ ଭଳି ଅମାନବୀୟ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଭିଯୋଗ ପରେ ପୁରୀ ଏସ୍‌ପି ପ୍ରତୀକ ସିଂ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଅତିରିକ୍ତ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଦୀପାବଳି ଅବସରରେ ୧୦୮ ଆମ୍ବୁଲାନ୍ସ ସେବାର ସ୍ୱତନ୍ତ୍ର ପ୍ରସ୍ତୁତି: ଅଗ୍ନିକାଣ୍ଡ ଓ ପୋଡ଼ାଜଳା ଆହତଙ୍କୁ ତ୍ୱରିତ ଚିକିତ୍ସା ସହାୟତା ପାଇଁ EMRI ଗ୍ରୀନ୍ ହେଲ୍ଥ ସର୍ଭିସେସ୍‌ର ପଦକ୍ଷେପ

ଅଭିଯୋଗ ଅନୁଯାୟୀ, କୃଷ୍ଣପ୍ରସାଦ ବ୍ଲକ ମାଳୁଦ ଫାଣ୍ଡି ଅନ୍ତର୍ଗତ ମାଳୁଦ ଗ୍ରାମର ଅଶୋକ କୁମାର ନାୟକଙ୍କ ମା’ ଦୃଷ୍ଟିହୀନ ଓ ଶ୍ୱାସରୋଗରେ ପୀଡ଼ିତ। ରବିବାର ସନ୍ଧ୍ୟାରେ ମା’ଙ୍କ ପାଇଁ ଔଷଧ କିଣିବାକୁ ସେ ମାଳୁଦ ବଜାରକୁ ଯାଇଥିଲେ। ଔଷଧ କିଣି ଘରକୁ ଫେରୁଥିବାବେଳେ କନଷ୍ଟେବଳ ଅଶୋକ ବେହେରା ତାଙ୍କୁ ଅଟକାଇଥିଲେ। କୌଣସି କାରଣ ନ ଦର୍ଶାଇ ତାଙ୍କ ବେକରେ ଗାମୁଛା ପକାଇ ଫାଣ୍ଡିକୁ ନେଇଯାଇଥିଲେ। ସେଠାରେ ପ୍ରଥମେ ତାଙ୍କୁ ମାଡ଼ ମରାଯାଇଥିବାବେଳେ ପରେ ଫାଣ୍ଡି ଅଧିକାରୀ ପ୍ରମୋଦ ମିଶ୍ର ପାଇପ୍‌ରେ ପିଟିଥିବା ଅଶୋକ ଅଭିଯୋଗ କରିଛନ୍ତି। ଏପରିକି ମଦ ବିକ୍ରି କରୁଥିବା ଅଭିଯୋଗ କରି ତାଙ୍କୁ ୫ ହଜାର ଟଙ୍କା ମଗାଯାଇଥିଲା ଓ ସେ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିବାରୁ ଅମାନବୀୟ ଭାବରେ ତାଙ୍କୁ ମାଡ଼ ମରାଯାଇଥିଲା ବୋଲି ଅଶୋକ କୃଷ୍ଣପ୍ରସାଦ ଥାନାରେ ଦାଖଲ କରିଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଅନ୍ୟପକ୍ଷରେ ଅଶୋକ ନିଜେ ମଧ୍ୟ ମୃଗୀ ରୋଗରେ ପୀଡ଼ିତ। ପୁଲିସର ମାଡ଼ ଯୋଗୁଁ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। କୃଷ୍ଣପ୍ରସାଦ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।

ଆହୁରି ପଢ଼ନ୍ତୁ: ଆନ୍ଧ୍ର-ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳର ଲୋକଙ୍କ ପାଖରେ ଦୁଇ ରାଜ୍ୟର ଦୁଇଟି ଭୋଟର କାଡର଼୍ ଆସିଲା କେମିତି: ବିଜେଡି

ଘଟଣାକୁ ନେଇ ବିଜୁ ଜନତା ଦଳର ଉପସଭାପତି ସଞ୍ଜୟ କୁମାର ଦାସବର୍ମା ତୀବ୍ର ନିନ୍ଦା କରିଛନ୍ତି। କୃଷ୍ଣପ୍ରସାଦ ଅଞ୍ଚଳର ଆଇନଶୃଙ୍ଖଳା ସ୍ଥିତି ଓ ପୁଲିସର କାର୍ଯ୍ୟଶୈଳୀକୁ ନେଇ ସାଧାରଣରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଥିବା ସେ କହିଛନ୍ତି। ଡବଲ୍‌ ଇଞ୍ଜିନ ବିଜେପି ସରକାରରେ ସାଧାରଣ ଲୋକଙ୍କ ସୁରକ୍ଷା ଓ ମାନବାଧିକାର କେତେ ସୁରକ୍ଷିତ, ତାହା ଏହି ଘଟଣାରୁ ସ୍ପଷ୍ଟ ହେଉଛି ବୋଲି ସେ କଟାକ୍ଷ କରିଛନ୍ତି। ଏଭଳି ଅଭିଯୋଗକୁ ସରକାର ଗୁରୁତ୍ୱର ସହ ନେଇ ଦୋଷୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି। ଅନ୍ୟପକ୍ଷରେ ପୁରୀ ଏସ୍‌ପି ପ୍ରତୀକ ସିଂ ଅଭିଯୋଗର ଗୁରୁତ୍ୱକୁ ଉପଲବ୍ଧି କରି ଏହାର ନିରପେକ୍ଷ ତଦନ୍ତ ପାଇଁ ଅତିରିକ୍ତ ଏସ୍‌ପିଙ୍କୁ ଦାୟିତ୍ୱ ଦେଇଛନ୍ତି। ତଦନ୍ତର ନିଷ୍କର୍ଷ ଆଧାରରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: କଲେଜ ନିର୍ବାଚନ ପ୍ରସଙ୍ଗରେ ସରକାରଙ୍କୁ ଘେରିଲା ବିଜେଡି: ଏବିଭିପି ଛାତ୍ର ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଭାଷଣକୁ ନେଇ ଟାର୍ଗେଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର