ପାରାଦୀପରୁ ୨୨୦ କୋଟିର କୋକେନ ଜବତ ଘଟଣାରେ NCBର ତନାଘନା, ଅଟକ କ୍ରିଉ ମେମ୍ବରଙ୍କୁ ପଚରାଉଚରା

The Sakala Picture
Published On

ପାରାଦୀପ: ପାରାଦୀପରେ ଏକ ଜାହାଜରୁ କୋକେନ ଜବତ ହେବା ପରେ ଆରମ୍ଭ ହୋଇଛି ଛାନଭିନ। ପାରାଦୀପ ବନ୍ଦରରେ ଲାଗିଥିବା ଏମଭି-ଦେବୀ ନାମକ ଏକ ଜାହାଜରୁ ୨୨ଟି କୋକେନ ପ୍ୟାକେଟ୍ ଜବତ ହେବା ପରେ ତଦନ୍ତ ଜାରି ରଖିଛି NCB ଟିମ । ଅଟକ ଥିବା କ୍ରିଉ ମେମ୍ବରଙ୍କୁ ଆଜି ପଚରାଉଚରା କରିଛି NCB । ଜାହାଜର କ୍ୟାପଟେନଙ୍କ ସମେତ ୨୧ ଜଣ ନାବିକଙ୍କୁ ଜେରା କରିଛି NCB । ଇଣ୍ଡୋନେସିଆରୁ ଆସିଥିବା ଏମଭି-ଦେବୀ ପାନାମା ନାମକ ଜାହାଜରୁ […]

ପାରାଦୀପ: ପାରାଦୀପରେ ଏକ ଜାହାଜରୁ କୋକେନ ଜବତ ହେବା ପରେ ଆରମ୍ଭ ହୋଇଛି ଛାନଭିନ। ପାରାଦୀପ ବନ୍ଦରରେ ଲାଗିଥିବା ଏମଭି-ଦେବୀ ନାମକ ଏକ ଜାହାଜରୁ ୨୨ଟି କୋକେନ ପ୍ୟାକେଟ୍ ଜବତ ହେବା ପରେ ତଦନ୍ତ ଜାରି ରଖିଛି NCB ଟିମ । ଅଟକ ଥିବା କ୍ରିଉ ମେମ୍ବରଙ୍କୁ ଆଜି ପଚରାଉଚରା କରିଛି NCB । ଜାହାଜର କ୍ୟାପଟେନଙ୍କ ସମେତ ୨୧ ଜଣ ନାବିକଙ୍କୁ ଜେରା କରିଛି NCB ।

ଆହୁରି ପଢ଼ନ୍ତୁ: ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ୍‌ ଆସିବେ ପିଲା, ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ ନିଷ୍ପତ୍ତି

ଇଣ୍ଡୋନେସିଆରୁ ଆସିଥିବା ଏମଭି-ଦେବୀ ପାନାମା ନାମକ ଜାହାଜରୁ ମିଳିଥିଲା ଏହି କୋକେନ। ୨୨ଟି କୋକେନ ପ୍ୟାକେଟ୍ ଜବତ ହେବା ପରେ ତଦନ୍ତ ଜାରି ରହିଛି। ପ୍ରତି ପ୍ୟାକେଟର ଆନୁମାନିକ ମୂଲ୍ୟ ପ୍ରାୟ ୧୦ କୋଟି ଟଙ୍କା ହେବ ବୋଲି ଜଣାପଡିଛି । କଷ୍ଟମ୍ସ ବିଭାଗ ପକ୍ଷରୁ ଚଢ଼ାଉ ବେଳେ ମିଳିଥିଲା ବ୍ୟାପକ ପରିମାଣର ନିଶାଦ୍ରବ୍ୟ। ଘଟଣାରେ ଜାହାଜର କ୍ୟାପଟେନଙ୍କୁ ମଧ୍ୟ ଜେରା କରିପାରେ କ୍ରାଇମବ୍ରାଞ୍ଚର STF ଟିମ୍।

ଆହୁରି ପଢ଼ନ୍ତୁ: ଗୋ ତସ୍କର ଓ ଗଞ୍ଜେଇ ମାଫିଆ ନେଇ ମୟୂରଭଞ୍ଜର ୩ଟି ସ୍ଥାନରେ ଚଢାଉ

ଇଜିପ୍ଟରୁ ଇଣ୍ଡୋନେସିଆର ଗ୍ରେସିକ ବନ୍ଦର ଓ ପରେ ଏହି ଜାହାଜଟି ଗତ ୨୨ ତାରିଖରେ ପାରାଦୀପ ଆସିଥିଲା। ଜାହାଜର ମାଲିକ ଭିଏତନାମର ହୋଇଥିବା ବେଳେ ଜାହାଜରେ ଥିବା ୨୧ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି। ଏତେ ପରିମାଣର ନିଷିଦ୍ଧ ନିଶାଦ୍ରବ୍ୟ କେଉଁଠାରୁ ଆସିଥିଲା ଓ କୁଆାଡ଼େ ଯାଇଥାନ୍ତା ତାକୁ ନେଇ ଖୋଳତାଡ଼ କରାଯାଉଛି।

ଆହୁରି ପଢ଼ନ୍ତୁ: ଦ୍ରୁତଗତିରେ ଆସି ହାଇୱାକୁ ପଛପଟୁ ଜୋରଦାର ଧକ୍କା ଦେଲା BMW କାର୍, ଦୁଇ ମୃତ

02 Dec 2023 By The Sakala

ପାରାଦୀପରୁ ୨୨୦ କୋଟିର କୋକେନ ଜବତ ଘଟଣାରେ NCBର ତନାଘନା, ଅଟକ କ୍ରିଉ ମେମ୍ବରଙ୍କୁ ପଚରାଉଚରା

ପାରାଦୀପ: ପାରାଦୀପରେ ଏକ ଜାହାଜରୁ କୋକେନ ଜବତ ହେବା ପରେ ଆରମ୍ଭ ହୋଇଛି ଛାନଭିନ। ପାରାଦୀପ ବନ୍ଦରରେ ଲାଗିଥିବା ଏମଭି-ଦେବୀ ନାମକ ଏକ ଜାହାଜରୁ ୨୨ଟି କୋକେନ ପ୍ୟାକେଟ୍ ଜବତ ହେବା ପରେ ତଦନ୍ତ ଜାରି ରଖିଛି NCB ଟିମ । ଅଟକ ଥିବା କ୍ରିଉ ମେମ୍ବରଙ୍କୁ ଆଜି ପଚରାଉଚରା କରିଛି NCB । ଜାହାଜର କ୍ୟାପଟେନଙ୍କ ସମେତ ୨୧ ଜଣ ନାବିକଙ୍କୁ ଜେରା କରିଛି NCB ।

ଇଣ୍ଡୋନେସିଆରୁ ଆସିଥିବା ଏମଭି-ଦେବୀ ପାନାମା ନାମକ ଜାହାଜରୁ ମିଳିଥିଲା ଏହି କୋକେନ। ୨୨ଟି କୋକେନ ପ୍ୟାକେଟ୍ ଜବତ ହେବା ପରେ ତଦନ୍ତ ଜାରି ରହିଛି। ପ୍ରତି ପ୍ୟାକେଟର ଆନୁମାନିକ ମୂଲ୍ୟ ପ୍ରାୟ ୧୦ କୋଟି ଟଙ୍କା ହେବ ବୋଲି ଜଣାପଡିଛି । କଷ୍ଟମ୍ସ ବିଭାଗ ପକ୍ଷରୁ ଚଢ଼ାଉ ବେଳେ ମିଳିଥିଲା ବ୍ୟାପକ ପରିମାଣର ନିଶାଦ୍ରବ୍ୟ। ଘଟଣାରେ ଜାହାଜର କ୍ୟାପଟେନଙ୍କୁ ମଧ୍ୟ ଜେରା କରିପାରେ କ୍ରାଇମବ୍ରାଞ୍ଚର STF ଟିମ୍।

ଇଜିପ୍ଟରୁ ଇଣ୍ଡୋନେସିଆର ଗ୍ରେସିକ ବନ୍ଦର ଓ ପରେ ଏହି ଜାହାଜଟି ଗତ ୨୨ ତାରିଖରେ ପାରାଦୀପ ଆସିଥିଲା। ଜାହାଜର ମାଲିକ ଭିଏତନାମର ହୋଇଥିବା ବେଳେ ଜାହାଜରେ ଥିବା ୨୧ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି। ଏତେ ପରିମାଣର ନିଷିଦ୍ଧ ନିଶାଦ୍ରବ୍ୟ କେଉଁଠାରୁ ଆସିଥିଲା ଓ କୁଆାଡ଼େ ଯାଇଥାନ୍ତା ତାକୁ ନେଇ ଖୋଳତାଡ଼ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର