ଆନ୍ତଃଜିଲ୍ଲା ଡକାୟତି ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ୍‌: ୫୦୦ ଗ୍ରାମ ସୁନା ଓ ୧୧ କିଲୋ ରୁପା ଅଳଙ୍କାର ଜବତ, ୧୨ ଗିରଫ

Madhusudan Das Picture
Published On

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସମେତ ପଡ଼ୋଶୀ ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାତାର ଚୋରି ଘଟଣା ଘଟାଇ ଆତଙ୍କ ସୃଷ୍ଟି କରିଥିବା ଏକ ଆନ୍ତଃଜିଲ୍ଲା ଚୋରି ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ୍‌ କରିଛି ଖୋର୍ଦ୍ଧା ଜିଲ୍ଲା ପୁଲିସ। ଏହି ଘଟଣାରେ ୧୧ ଜଣ ଅଭିଯୁକ୍ତଙ୍କ ସମେତ ଜଣେ ଚୋରି ସାମଗ୍ରୀ ରଖିଥିବା ବେପାରୀଙ୍କୁ ମିଶାଇ ମୋଟ ୧୨ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ପ୍ରାୟ ୫୦୦ ଗ୍ରାମ ସୁନା ଅଳଙ୍କାର ଓ ୧୧ କିଲୋଗ୍ରାମ ରୁପା ଅଳଙ୍କାର ଜବତ ହୋଇଛି। ଏହି ଗ୍ୟାଙ୍ଗ୍‌ର ଗିରଫଦାରୀ ଫଳରେ ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ୧୫ଟି ଚୋରି ମାମଲାର ସଫଳ ପର୍ଦ୍ଦାଫାସ୍‌ ହୋଇଛି।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅର୍ଣ୍ଣବ'ର ପ୍ରଭାବ କମି ନ ଥିଲା ବେଳେ ଆସୁଛି ପୁଣି ଏକ ଲଘୁଚାପ !

ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୨୭ ଓ ୨୮ ତାରିଖ ରାତିରେ ବାଣପୁରସ୍ଥିତ ନିରଞ୍ଜନ ଜୁଏଲର୍ସର ପଛପାଖ କାନ୍ଥ ଭାଙ୍ଗି ଦୁର୍ବୃତ୍ତମାନେ ଦୋକାନରେ ପଶିଥିଲେ। ସେଠାରୁ ୫ ଲକ୍ଷ ଟଙ୍କା ନଗଦ ଅର୍ଥ, ପ୍ରାୟ ୪୦୦ ଗ୍ରାମ ସୁନା ଓ ପ୍ରାୟ ୧୩ କିଲୋଗ୍ରାମ ରୁପା ଅଳଙ୍କାର ଚୋରି କରି ନେଇଥିଲେ। ସେହିପରି ସେପ୍ଟେମ୍ବର ୧୩ ଓ ୧୪ ତାରିଖ ରାତିରେ ଟାଙ୍ଗୀ ଥାନା ଅଞ୍ଚଳରେ ଅବନୀ ବରାଳଙ୍କ ଘରର ତାଲା ଭାଙ୍ଗି ସୁନା, ରୁପା ଅଳଙ୍କାର ଓ ନଗଦ ଟଙ୍କା ଚୋରି ହୋଇଥିଲା। ଏହା ବ୍ୟତୀତ ଟାଙ୍ଗୀ, ନାଚୁଣୀ, ବାଣପୁର ଓ ବାଲୁଗାଁ ସମେତ ନୟାଗଡ଼ ଜିଲ୍ଲାର ଚାନ୍ଦପୁର ଅଞ୍ଚଳରେ ମଧ୍ୟ ଏହି ଗ୍ୟାଙ୍ଗ୍‌ ବିଭିନ୍ନ ଚୋରି ଘଟଣା ଘଟାଇଥିବା ଜଣାପଡ଼ିଛି। 

ଆହୁରି ପଢ଼ନ୍ତୁ: ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ପାଇଁ ତିନି ଜିଲ୍ଲାରେ ୪ IAS ଅଧିକାରୀଙ୍କୁ ଦାୟିତ୍ୱ, ଅତିରିକ୍ତ SRC କ୍ଷମତା ପ୍ରଦାନ

ଘଟଣାଗୁଡ଼ିକୁ ଗୁରୁତ୍ୱର ସହ ନେଇ ଖୋର୍ଦ୍ଧା ଏସ୍‌ପି ପରମାର ସ୍ମିତ ପର୍ଶୋତ୍ତମଦାସଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସ୍‌ଡିପିଓ ସଞ୍ଜୟ କୁମାର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ପୁଲିସ ଟିମ୍‌ ଗଠନ କରାଯାଇଥିଲା। ନାଚୁଣୀ ଥାନା ଆଇଆଇସି ବିଭୂତି ଭୂଷଣ ମହାପାତ୍ର, ଟାଙ୍ଗୀ ଥାନା ଆଇଆଇସି ରବୀନ୍ଦ୍ର କୁମାର ଭୁଜବଳ, ବାଣପୁର ଥାନା ଆଇଆଇସି ଜୟପ୍ରକାଶ ପରିଡ଼ା ଓ ବାଲୁଗାଁ ଥାନା ଆଇଆଇସି ଶ୍ରଦ୍ଧା ନାୟକଙ୍କ ନେତୃତ୍ୱରେ ଟିମ୍‌ଗୁଡ଼ିକ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ।ଦୀର୍ଘ ତଦନ୍ତ, ଗୁଇନ୍ଦା ତଥ୍ୟ ସଂଗ୍ରହ ଓ ଅଭିଯୁକ୍ତଙ୍କ କାର୍ଯ୍ୟଶୈଳୀ କୁ ଅନୁଧ୍ୟାନ କରି ପୁଲିସ କୁ ଏହି ସଫଳତା ମିଳିଥିଲା। ଗିରଫ ଅଭିଯୁକ୍ତଙ୍କଠାରୁ ୫୦୦ ଗ୍ରାମ ସୁନା ଓ ୧୧ କିଲୋଗ୍ରାମ ରୁପା ଅଳଙ୍କାର ଉଦ୍ଧାର କରାଯାଇଛି। ଟାଙ୍ଗୀ ଥାନାର ୭ଟି, ନାଚୁଣୀ ଥାନାର ୩ଟି, ବାଣପୁର ଥାନାର ୨ଟି, ବାଲୁଗାଁ ଥାନାର ଗୋଟିଏ ଏବଂ ନୟାଗଡ଼ ଜିଲ୍ଲାର ଚାନ୍ଦପୁର ଥାନାର ୨ଟି ମାମଲାକୁ ମିଶାଇ ମୋଟ ୧୫ଟି ଚୋରି ମାମଲା ହୋଇଥିଲା ।

ଆହୁରି ପଢ଼ନ୍ତୁ: ଗଞ୍ଜାମରେ ଜଳପ୍ରଳୟ ପାଇଁ ସରକାର ଦାୟୀ: ବିଜେଡି

ପୁଲିସର ଏହି ସଫଳତା ଫଳରେ ଦୀର୍ଘଦିନ ଧରି ଚୋରି ଘଟଣାକୁ ନେଇ ଆତଙ୍କିତ ଥିବା ବ୍ୟବସାୟୀ ଓ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ମିଳିଛି। ଏହି ଚୋରି ଗ୍ୟାଙ୍ଗ୍‌ର ଅନ୍ୟାନ୍ୟ ଲିଙ୍କ୍‌ ଓ ଅପରାଧିକ କାର୍ଯ୍ୟକଳାପ ସମ୍ପର୍କରେ ପୁଲିସର ତଦନ୍ତ ଜାରି ରହିଛି ବୋଲି ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ପରମାର ସ୍ମିତ ପର୍ଶୋତ୍ତମଦାସ ସୂଚନା ଦେଇଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୩ଜଣ, ଖୋର୍ଦ୍ଧା ଜିଲ୍ଲାର ୮ଜଣ, ପୁରୀ ଜିଲ୍ଲାର ଜଣେ ଏହି ଡକାୟତି ଘଟଣାରେ ଗିରଫ ହୋଇଛନ୍ତି ବୋଲି ଏସପି ସୂଚନା ଦେଇଛନ୍ତି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର