କୋଟିଆରେ ଏକଜୁଟ୍‌ ହେଲେ ସବୁ ଦଳ: ଓଡ଼ିଶାରୁ ଦୁଇ ବୁଥ୍‌ ହଟାଇନେଲା ଆନ୍ଧ୍ର, ୩ ପ୍ରବେଶ ପଥ ସିଲ୍

Madhusudan Das Picture
Published On

ଜୟପୁର/ପଟାଙ୍ଗି: କୋଟିଆରେ ଆନ୍ଧ୍ର ପକ୍ଷରୁ ପଞ୍ଚାୟତ ନିର୍ବାଚନ ଆୟୋଜନକୁ ନେଇ ଉତ୍ତେଜନା ଲାଗି ରହିଛି । ଓଡ଼ିଶା ପୁଲିସର ବ୍ୟାରିକେଡ୍‌ ଭାଙ୍ଗି ଆନ୍ଧ୍ର ପ୍ରଶାସନ ଭିତରକୁ ପ୍ରବେଶ କରିବା ପରେ ଓଡ଼ିଶାର ବିଭିନ୍ନ ରାଜନୈତିକ ଦଳର ନେତାମାନେ ଏକଜୁଟ ହୋଇ ପ୍ରଶାସନକୁ ସମର୍ଥନ ଜଣାଇଛନ୍ତି । ଫଳରେ ଆନ୍ଧ୍ର ପ୍ରଶାସନ ପଛଘୁଞ୍ଚା ଦେଇଛି । ଓଡ଼ିଶାର ଫଗୁସିନେରୀ ଓ ଉପରସେମ୍ବୀ ଅଞ୍ଚଳରେ ଥିବା ଦୁଇଟି ନିର୍ବାଚନ ବୁଥ୍‌କୁ ଆନ୍ଧ୍ର ନିଜ ସୀମାନ୍ତବର୍ତ୍ତୀ ସାରକୀ ଓ ତନମ ଗ୍ରାମକୁ ସ୍ଥାନାନ୍ତର କରିଛି। ବୁଧବାର ପୂର୍ବାହ୍ନରେ ଉପରସେମ୍ବୀ ଗ୍ରାମରେ ଆନ୍ଧ୍ରର ଅସ୍ଥାୟୀ ପୁଲିସ ପୋଷ୍ଟ ହଟାଇବାକୁ ଓଡ଼ିଶାର ସର୍ବଦଳୀୟ ନେତାମାନେ ଦାବି କରିଥିଲେ। ଏହାକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ଆନ୍ଧ୍ର ଅଞ୍ଚଳରୁ ଆସିଥିବା କିଛି ଏଜେଣ୍ଟ ଓଡ଼ିଶାର ରାଜନୈତିକ ନେତା ଓ କର୍ମୀଙ୍କ ସହ ଯୁକ୍ତିତର୍କ କରିଥିଲେ। ପ୍ରବଳ ବିରୋଧ ପରେ ଆନ୍ଧ୍ର ପୁଲିସ ପୋଷ୍ଟ ହଟାଇବାକୁ ବାଧ୍ୟ ହୋଇଥିଲା। ଉକ୍ତ ପୋଷ୍ଟକୁ ଓଡ଼ିଶା ପୁଲିସ ନିଜ ଅଧୀନକୁ ନେଇଛି ।

ଆହୁରି ପଢ଼ନ୍ତୁ: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଫୁଲନଖରା ଡେପୁଟି ଫରେଷ୍ଟ ରେଞ୍ଜର

କୋଟିଆରେ ଆନ୍ଧ୍ର ପକ୍ଷରୁ ନିର୍ବାଚନ ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଥିବାରୁ ଜିଲ୍ଲା ପ୍ରଶାସନ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି। ୧୪ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ସହ ଦୁଇଜଣ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ୱରେ ୪ ଜଣ ଡିଏସ୍‌ପି, ୧୦ ଜଣ ଇନ୍ସପେକ୍ଟର ଓ ୨୦ ଜଣ ଏସ୍‌ଆଇଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସୀମାନ୍ତ ଗ୍ରାମର ଅସ୍ଥାୟୀ ଫାଟକ ନିକଟରେ ମଧ୍ୟ ୪ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଉତ୍କଳ ବିଶ୍ୱବିଦ୍ୟାଳୟରେ ଝାଡ଼ାବାନ୍ତି ଓ ଜଣ୍ଡିସ୍ ଆତଙ୍କ: ସ୍ଥଗିତ ରହିଲା ମିଡ୍ ସେମିଷ୍ଟର ପରୀକ୍ଷା

କୋଟିଆ ଅଞ୍ଚଳରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବଣ୍ଟନ କରାଯାଇଥିବା ବହୁ ସଂଖ୍ୟକ ଆଧାର ଓ ରାସନ କାର୍ଡ ଫଗୁସିନେରୀ ଗ୍ରାମ ନିକଟ ରାସ୍ତାକଡ଼ରେ ପଡ଼ିଥିବା ଦେଖିବାକୁ ମିଳିଛି। ଏଗୁଡ଼ିକୁ ଲୋକେ ନିଜ ଇଚ୍ଛାରେ ଫିଙ୍ଗି ଦେଇଛନ୍ତି ନା ଏହା ପଛରେ ଆନ୍ଧ୍ର ଏଜେଣ୍ଟଙ୍କ ଭୂମିକା ରହିଛି, ତାହା ସ୍ପଷ୍ଟ ହୋଇନାହିଁ।

ଆହୁରି ପଢ଼ନ୍ତୁ: ସୁରଭି-୨୦୨୬କୁ ସମର୍ଥନ କରିବା ସହିତ ଯୁବ ପ୍ରତିଭାଙ୍କ ପାଇଁ ଏକ ବ୍ୟାପକ ମଞ୍ଚ ସୃଷ୍ଟି କରିଛି ଭି.ଏ.ଏମ୍.ଏଲ୍ କୋଇଲା ଖଣି

ଏହି ସମୟରେ କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ଼ ବିଧାୟକ ରୂପୁ ଭତ୍ରା, ଜିଲ୍ଲା ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବ ମୁଦୁଲିଙ୍କ ସମେତ ବିଜେପି, ବିଜେଡି ଓ କଂଗ୍ରେସର ବହୁ ନେତା ଓ କର୍ମୀ ଉପସ୍ଥିତ ଅଛନ୍ତି। ଅନ୍ୟପକ୍ଷରେ ଆନ୍ଧ୍ରର ପାର୍ବତୀପୁରମ୍‌ ମାନ୍ୟମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଆର୍‌. ମାଧବୀ ସୀମାନ୍ତ ନେରେଡିୱାଲାସାଠାରେ ପହଞ୍ଚି କୋଟିଆ ପାଇଁ ନିଯୁକ୍ତ ନୋଡାଲ ଅଧିକାରୀ ତଥା କୋରାପୁଟ ଉପଜିଲ୍ଲାପାଳ ରସିଦଙ୍କ ସହ ଆଲୋଚନା କରିଛନ୍ତି। ଉଲ୍ଲେଖଯୋଗ୍ୟ, ଆନ୍ଧ୍ର ପ୍ରଶାସନ ପୂର୍ବରୁ ଓଡ଼ିଶା ଭିତରେ ଥିବା ଦୁଇଟି ବୁଥ୍‌କୁ ସୀମାନ୍ତ ଗ୍ରାମକୁ ସ୍ଥାନାନ୍ତର କରି ନିର୍ବାଚନ କରାଇବାକୁ ଘୋଷଣା କରିଥିଲା। ତେବେ ଏହି ପ୍ରସଙ୍ଗରେ ଓଡ଼ିଶାର ପ୍ରଶାସନିକ ଓ ପୁଲିସ ସ୍ତରରେ ଦୃଢ଼ ବିରୋଧ ପରେ ଆନ୍ଧ୍ର ଅଧିକାରୀମାନେ ପଛକୁ ହଟିଥିବା କୁହାଯାଉଛି। କୋଟିଆରେ ଆସନ୍ତା ଦୁଇଦିନ ଧରି ପୁଲିସ ଓ ସର୍ବଦଳୀୟ ନେତାଙ୍କ ଉପସ୍ଥିତି ଜାରି ରହିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର